ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି ଆଉ ଚାଷ କରିବା ସମ୍ଭବ ହେଉନାହିଁ। ଚାଷ ପାଇଁ ସରକାର ବହୁ ପ୍ରୋତ୍ସାହନ ଦେବା ସହ ଯୋଜନା କରୁଥିଲେ ମଧ୍ୟ ତାହା କେତେଜଣ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଭଳି ଜଣେ ଚାଷୀ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଶିବ ଦେହୁରୀ। ସେ ଦୀର୍ଘ ବର୍ଷ ହେଲା ୨ ଏକର ଜମିରେ ଆମ୍ବ ଓ ପନିପରିବା ଚାଷ କରି ଆସୁଛନ୍ତି। ତେବେ ପାଣି ଅସୁବିଧା ହେତୁ ଆଗ ଭଳି ଆଉ ଚାଷ ହେଉନାହିଁ। ଉଦ୍ୟାନ କୃଷି ବିଭାଗକୁ ସେ ଏ ନେଇ ଜଣାଇଥିଲେ। କୂଅଟିଏ ଖୋଳାଇବା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏ ଯାଏ ହୋଇ ପାରିନାହିଁ। ପାଣି ସୁବିଧା ହେଲେ ଚାଷ କରି ଅଧିକ ଲାଭବାନ ହୋଇପାରନ୍ତେ ବୋଲି ଶିବ କହିଛନ୍ତି।
ଶିବଙ୍କ ପରିବାର କହିଲେ ପାଖରେ ଅଛନ୍ତି କେବଳ ସ୍ତ୍ରୀ। ପିଲାମାନେ ଅଲଗା ହୋଇ ରହୁଛନ୍ତି। ସ୍ତ୍ରୀଙ୍କ ସହ ମିଶି ଶିବ ୨ ଏକର ଜମିରେ ଆମ୍ବ ସମେତ ବାଇଗଣ, ବିନ୍ସ, କଲରା, ଟମାଟୋ, କାକୁଡି ଆଦି ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ଭଲ ଆୟ ହୋଇଥାଏ। ନିକଟସ୍ଥ ନାଳରୁ ପାଣି ଭାର କରି ଆଣି ଚାଷରେ ଲଗାଯାଉଥିଲା। ଚାଷ ବଢ଼ୁ ଥିବାରୁ ପାଣି ଆଉ ଯୋଗାଇ ହେଉନାହିଁ। ବୟସ ବି ୭୦ ଟପିଲାଣି। ପାଣି ବୋହିଆଣି ଚାଷ କରିବା ସମ୍ଭବ ହେଉନାହିଁ। ସରକାରଙ୍କ ପକ୍ଷରୁ କୌଣସି ଯୋଜନାରେ କୂଅ ଟିଏ ଖୋଳାଇ ଦେଲେ ଉପକୃତ ହୁଅନ୍ତି ବୋଲି ଶିବ କହିଛନ୍ତି। ବର୍ଷକୁ ତାଙ୍କର ଆୟ ପାଖପାଖି ୮୦ ହଜାର ଟଙ୍କା ହୁଏ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏ ନେଇ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଆମର କୂଅ ଯୋଜନା ନାହିଁ। ବିଡିଓଙ୍କୁ ଲେଖି ଜଣାଇଲେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୂଳ ଖୋଳି ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କୁହିଡ଼ି ପାଇଁ କାର୍‌ ଓଲଟି ୬ ଆହତ

କୋଦଳା,୨୩ା୧(ଡି.ଏନ.ଏ.)-କୋଦଳା ଖଲ୍ଲିକୋଟ ରାସ୍ତା ଖରଖରୀ ପୋଲ ନିକଟରେ ଗୁରୁବାର ଭୋର୍‌ରେ ଏକ କାର କୁହୁଡି ଯୋଗୁ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ...

ଛତ୍ରପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ସୋମବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀ ଭାଗୀରଥି ବେହେରାଙ୍କ...

ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮ା୭-ରବିବାରରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଉଛି। ସରକାରୀ ଗାଡ଼ିଗୁଡ଼ିକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି।...

କୋଭିଡ୍‌, କେୟାର୍ସ ପଣ୍ଡକୁ ସହାୟତା

ପୋଲସରା,୧୭ା୪(ଡି.ଏନ୍‌.ଏ.)- ପୋଲସରା ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ପ୍ରମୁଖ ଜନପ୍ରତିନିଧି ମିଶି ୧ ଲକ୍ଷ୨୪ହଜାର୧ଶହ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଫଣ୍ଡକୁ ବିଧାୟକ ଶ୍ରୀକାନ୍ତ...

ନାବାଳିକାଙ୍କୁ ବଳାତ୍କାର କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୨ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଘଟଣା ନେଇ ବୁଧବାର ହିଞ୍ଜିଳି ଥାନାରେ ନାବାଳିକାଙ୍କ ଅଭିଯୋଗ ପରେ...

କିରୋସିନ ହେରଫେର ମାମଲା: ତତ୍କାଳୀନ ଭିଏଲ୍‌ଡବ୍ଲ୍ୟୁ, ସରପଞ୍ଚ ଦଣ୍ଡିତ

ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ (ସିଜେଏମ୍‌) ବିଷ୍ଣୁପ୍ରସାଦ ମିଶ୍ର ଏକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ହୋଇଥିବା କିରୋସିନ ହେରଫେର ମାମଲାର ଶୁଣାଣି...

ନାବାଳିକାଙ୍କୁ ଗଣବଳାତ୍କାର: ଜେଲ ଗଲେ ୨ ଅଭିଯୁକ୍ତ

ଗୋପାଳପୁର,୩୧ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁ ଗଣ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ...

ଦିଗପହଣ୍ଡି କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ: ସୁରଟ ଫେରନ୍ତାଙ୍କ ହୋହଲ୍ଲା

ଦିଗପହଣ୍ଡି,୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରଟ ଫେରନ୍ତା ହୋହଲ୍ଲା କରିଥିଲେ।...

Advertisement
Archives

Model This Week