ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ: ଚାଳକ, ଯାତ୍ରୀ ଅଟକ

ରାୟଗଡ଼ା ଅଫିସ,୩୦ା୩-କୋଭିଡ୍‌-୧୯ର ଭୟାବହତାକୁ ନଜରରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ସୋମବାର ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ୬ ଯାତ୍ରୀ ଏକ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଜିଲା ଦାମନଯୋଡ଼ି ଯାତ୍ରା କରିବା ସମୟରେ ରାୟଗଡ଼ା ପୋଲିସ ହାତରେ ଧରାପଡ଼ିଛନ୍ତି। ଟାଉନ୍‌ ପୋଲିସ ୬ ଯାତ୍ରୀଙ୍କ ସମେତ ଓଡ଼ଗାଁ ମେଡିକାଲ୍‌ର ଆମ୍ବୁଲାନ୍ସ ଚାଳକ ଲକ୍ଷ୍ମୀ ନାରାୟଣ ସେନାପତିଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଯାତ୍ରୀମାନେ ଗାଡ଼ି ଭଡ଼ା କରି ଓଡ଼ଗାଁରୁ ଦାମନାଯାଡ଼ି ବାହାରିଥିଲେ। ହେଲେ ରାସ୍ତାରେ ଗାଡ଼ି ଖରାପ ହୋଇଥିଲା। ଫଳରେ ତୁମୁଡ଼ିବନ୍ଧ ଛକରେ ସେମାନେ ଅଟକିଥିଲେ। ଏହି ସମୟରେ ଓଡ଼ଗାଁ ମେଡିକାଲ୍‌ର ଆମ୍ବୁଲାନ୍ସ(ଓଆର୍‌୦୨କ୍ୟୁ-୫୭୮୭)ଭବାନିପାଟଣାରେ ରୋଗୀଙ୍କୁ ଛାଡ଼ି ଫେରୁଥିଲା। ୩ହଜାର ଟଙ୍କା ଭଡ଼ା ନେଇ ଆମ୍ବୁଲାନ୍ସ ଚାଳକ ସେମାନଙ୍କୁ ଦାମନଯୋଡ଼ିରେ ଛାଡ଼ିବାକୁ ରାଜି ହୋଇଥିଲେ। ହେଲେ ରାୟଗଡ଼ାଠାରେ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଳି ଖେଳିବା ହେଲା କାଳ, ଫସିଯାଇ ନାବାଳିକା ମୃତ

ନୟାଗଡ଼ ଅଫିସ,୨୧ା୬: ନୟାଗଡ଼ ପୌରପରିଷଦ ୯ ନମ୍ବର ୱାର୍ଡ ହାଟପଦା ସାହିରେ ଜଣେ ନାବାଳିକାଙ୍କ ପାଇଁ ଦୋଳି ଖେଳିବା କାଳ ହୋଇଛି। ଦୋଳି ରଶି ବେକରେ...

ଜିଲା ବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ୍‌: ମଣ୍ଟଫୋର୍ଟ ସ୍କୁଲ ଚାମ୍ପିୟନ

ଢେଙ୍କାନାଳ ଅଫିସ, ୧୫।୮-ଢେଙ୍କାନାଳ ଷ୍ଟାଡିୟମ୍‌ରେ ଚାଲିଥିବା ଜିଲା ବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟକୁ ୪-୨ ଗୋଲ୍‌ରେ...

ଅଧା ରାସ୍ତାରେ ଅଚଳ ହେଲା ଆମ୍ବୁଲାନ୍ସ, ଦୁଇ ଘଣ୍ଟା ଧରି ପଡ଼ିରହିଲେ ରୋଗୀ

ମୋରଡ଼ା,୬ା୮(ସ୍ମାରକ ମାଜୀ): ଲୋକଙ୍କୁ ଯଥାଶୀଘ୍ର ଉନ୍ନତସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଚିତ୍ରଡ଼ାରେ...

ଓଲଟି ପଡ଼ିଲା ଟ୍ରକ୍‌, ୩ ଗୁରୁତର

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ...

ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨ା୨: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସଙ୍କ ଦାମ୍ପତ୍ୟ ବିବାଦର ଅନ୍ତ ଏ ଯାଏ ହୋଇନାହିଁ। ୨୦୨୧ ନଭେମ୍ବରରୁ...

ଗଣବଳାତ୍କାର ମାମଲାରେ ଦୋଷୀଙ୍କ ପାଇଁ ଲଢିବୁନି

ଜୟପୁର,୫ା୧ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଘଟଣାର ୧୦ ଦିନ ପରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ...

ଓଡ଼ିଶାରୁ ଖସିଗଲେ, ପଶ୍ଚିମବଙ୍ଗରେ ଧରାପଡ଼ିଲେ: ୩.୨୫ ଲକ୍ଷ ଟଙ୍କାର ଗଞ୍ଜେଇ, କାର୍‌ ଜବତ

ଜଳେଶ୍ୱର,୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ୍‌ ଦେଇ ଓଡ଼ିଶାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଛି। ଏହି ଗେଟ୍‌ ଦେଇ ଚାଲାଣକାରୀମାନେ ସହଜରେ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ...

Advertisement
Archives

Model This Week