ଆବାସ ଯୋଜନା ଗୋଚ୍ଛାବାରୀରେ ସାତସପନ

ଖଣ୍ଡପଡା,୭ା୬(ସ୍ବ.ପ୍ର.) : ସମାଜରେ ଦଳିତ ଓ ଅସହାୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୨୦୧୯ ମସିହା ସୁଦ୍ଧା କେଉଁଠି ଚାଳ ଛପର ରହିବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଘୋଷଣା କରିଛନ୍ତି। ସମସ୍ତଙ୍କୁ ବିଜୁ ପକ୍କାଘର ବା ପ୍ରଧାନମନ୍ତ୍ରୀ ଆବାସ ମିଳିବ ବୋଲି କୁହାଯାଉଛି। ମାତ୍ର ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତରେ ପ୍ରଶାସନିକ ଅବହେଳା ଯୋଗୁ ସରକାରଙ୍କ ଏହି ଯୋଜନାର ସଫଳ ରୂପାୟନ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଅଧ୍ୟୁଷିତ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରୀ ଗ୍ରାମର କେତେଜଣ ଗରିବ ନିସ୍ବ ପରିବାର ଏହାର ଜ୍ୱଳନ୍ତ ଉଦାହରଣ। ଗୋଚ୍ଛାବାରୀ ଗ୍ରାମ ୫ନଂ ୱାର୍ଡର ନିଶା ପରିଡା (୫୦)ଦୀର୍ଘ ବର୍ଷ ହେବ ଏକ ଭଙ୍ଗା ଟାଇଲ ଛାତ ତଳେ ପରିବାର ସହ ରହୁଥିବା ବେଳେ ଘରର କାନ୍ଥ ଓ ଛାତ ଫାଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ନିଶାଙ୍କ ସ୍ବାମୀ ସହଦେବ ରୋଗାକ୍ରାନ୍ତ ଥିବାବେଳେ ଭଙ୍ଗା ଦଦରା ଗୋଟିଏ ବଖରାରେ ଚଳିବା କଷ୍ଟକର ହୋଇପଡିଛି। ବର୍ଷାଋତୁରେ କିମ୍ବା ଅଦିନିଆ ବର୍ଷା ହେଲେ ଘରେ ପାଣି ଜମୁ ଥିବାରୁ ଅନ୍ୟ ଘରେ ଆଶ୍ରା ନେବାକୁ ସେମାନେ ବାଧ୍ୟ ହୁଅନ୍ତି। ଦୀର୍ଘ ବର୍ଷରୁ ଆବାସ ଯୋଜନାରେ ଘର ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ କେହି ତାଙ୍କ ପ୍ରତି ସଦୟ ହେଉ ନ ଥିବା ନିଶା ଅଭିଯୋଗ କରିଛନ୍ତି। ସେହିପରି ନିଶାଙ୍କର ୩୨ବର୍ଷୀୟ ପୁଅ ପଦ୍ମଲୋଚନ ବିବାହ ପାଇଁ ଉପଯୁକ୍ତ ହୋଇଥିବାବେଳେ ଭଙ୍ଗା ଘର ପାଇଁ ସେ ପୁଅର ବିବାହ କରାଇ ପାରୁ ନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି।
ସେହିପରି ଉକ୍ତ ଗ୍ରାମର ସ୍ବର୍ଗତ ଅର୍ଜୁନ ପରିଡାଙ୍କ ସ୍ତ୍ରୀ କମଳା ପରିଡା (୬୫)ପର ଦୁଆରେ ମୂଲ ଲାଗି ଚଳୁଛନ୍ତି। ପଲ୍ଲିସଭାରେ ଘରଟିଏ ପାଇବା ପାଇଁ ତାଙ୍କର ନାମ ରହିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ହେଲା ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି ତାଙ୍କ ଦୁଃଖ ବୁଝୁ ନଥିବା ସେ କହିଥିଲେ । ଗତ ବାତ୍ୟାରେ ତାଙ୍କ ଝାଟିମାଟି ଘରର ଚାଳ ଉଡି ଯାଇଥିଲା, ଏ ପର୍ଯ୍ୟନ୍ତ ପଲିଥିନିଟିଏ ବି ମିଳି ପାରିଲା ନାହିଁ। ସେହିପରି ଗୟା ବାରିକ(୬୫) ଓ ତାଙ୍କ ସ୍ତ୍ରୀ ସୁମତି ଗୋଟିଏ ଇନ୍ଦିରା ଆବାସ ପାଇବା ପାଇଁ ଦୀର୍ଘ ୧୦ ବର୍ଷ ତଳେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ଶେଷ ହେଲା ପଛେ ତାଙ୍କୁ ଘର ଖଣ୍ଡେ ମିଳିଲା ନାହିଁ କି ଟଙ୍କା ଫେରସ୍ତ ମିଳିଲା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନର ସରପଞ୍ଚଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ତାଙ୍କ ଦୁଃଖ ତାଙ୍କ କାନରେ ବାଜୁ ନଥିବା ସେ କହିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଦଣ୍ଡୁ ବାହୁକ, ଜାହାଜ ବେହେରା(୫୦), ଚଞ୍ଚଳା ପରିଡା, ପ୍ରମିଳା ପରିଡା, ଶାନ୍ତି ବାହୁକ, ପ୍ରତିମା ବେହେରା, ଟୁନି ବାରିକଙ୍କ କରୁଣ କାହାଣୀ ଅନ୍ୟମାନଙ୍କ ମନରେ କଷ୍ଟ ଜାତ କରୁଥିବା ବେଳେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କତ୍ତୃପକ୍ଷଙ୍କ ପାଖରେ ପହଞ୍ଚତ୍ ପାରୁ ନାହିଁ ବୋଲି କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଲ୍ଲିସଭାରେ ସେମାନଙ୍କ ନାମ ରହିଥିବାବେଳେ ତାକୁ ବାଦ ଦିଆଯାଇ ଅନେକ ଥିଲାବାଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଫଳରେ ଭଙ୍ଗା ଚାଳ ଛପର ଘରେ ଅବା ଚାଳ ନ ଥିବାରୁ ପଲିଥିନ ଘୋଡାଇ ବହୁ ପରିବାର ରହୁଛନ୍ତି। ଦୀର୍ଘ ବର୍ଷରୁ ସଂପୃକ୍ତ ପରିବାର ପକ୍ଷରୁ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନକୁ ଆବେଦନ କରି ଆସୁଥିଲେ ମଧ୍ୟ ସେମାନଙ୍କ ନିବେଦନକୁ ବିଚାରକୁ ନିଆ ଯାଉ ନାହିଁ। ବାରମ୍ବାର ସେମାନଙ୍କ ନାମ ପଲ୍ଲିସଭାରେ ଯାଇଥିବା ବେଳେ ସେମାନଙ୍କ ଆବେଦନ ପତ୍ର ବ୍ଲକ କାର୍ଯ୍ୟାଳୟରୁ କେଉଁ ଆଡେ ଉଭାନ ହୋଇଯାଉଥିବା ଅଭିଯୋଗ କରିଛନ୍ତି। ଏହି ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ୨୦/୨୫ ହଜାର ଟଙ୍କା ଲାଞ୍ଚ ଦାବି କରାଯାଉଥିବା ଚଞ୍ଚଳା ପରିଡା ଓ ତାଙ୍କ ସ୍ବାମୀ ବସନ୍ତ ପରିଡା ପ୍ରକାଶ କରିଥିଲେ। ଏ ସମ୍ପର୍କରେ କିଆଝର ସରପଞ୍ଚ ଚନ୍ଦ୍ରକାନ୍ତ ବଳିୟାରସିଂଙ୍କୁ ପଚାରିବାରୁ ସେ କହିଥିଲେ ଆମ ପଞ୍ଚାୟତରେ ଆବାସ ଯୋଜନାରେ କୌଣସି ଅନିୟମିତତା ହୋଇ ନାହିଁ ା ପଞ୍ଚାୟତକୁ ଟାରଗେଟ କମ ଆସୁଛି। ବିଶେଷ କରି ଗତ ୨୦୧୧ ମସିହା ସେନସସ୍‌ ତାଲିକାର ଆବାସ ଯୋଜନାରେ ଯେଉଁମାନେ ଘର ପାଇବାକୁ ଯୋଗ୍ୟ ସେମାନଙ୍କୁ କ୍ରମାନ୍ବୟରେ ଏହି ଯୋଜନାରେ ସାମିଲ କରାଯାଉଛି ା ଅନ୍ୟମାନେ ସେହି ତାଲିକା କ୍ରମାନୁସାରେ ଅପେକ୍ଷା କରିବାକୁ ପଡିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?