ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଛତ୍ରପୁର,୨୨ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ରାଜୀବ ଆବାସ ଯୋଜନାରେ ଖଳାସାହିରୁ ଉଚ୍ଛେଦ ୭ ପରିବାର ସାମିଲ ହୋଇନାହାନ୍ତି। ଏହି ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। ସବୁସ୍ତରରୁ ନିରାଶ ପରେ ଉକ୍ତ ପରିବାରଗୁଡିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଏହାର ଶୁଣାଣି କରି ଆଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଉକ୍ତ ପରିବାରଗୁଡିକୁ ଏହି ଯୋଜନାରେ ସାମିଲ କରାଯାଇନି। ଫଳରେ ଉକ୍ତ ପରିବାରଙ୍କ ପକ୍ଷରୁ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ  ପ୍ରମୁଖ ଶାସନ ସଚିବଙ୍କୁ ଅଭିଯୋଗ ପିଟିଶନ ପଠାଯାଇଥିଲା। ଏମାନଙ୍କ ପିଟିଶନକୁ ଗୁରୁତ୍ୱର ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନେଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶାନୁସାରେ ଉକ୍ତ ପ୍ରସଙ୍ଗ ଉପରେ ପଦକ୍ଷେପ ନେବାକୁ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ଓଡିଶା ସହରାଞ୍ଚଳ ହାଉସିଂ ମିଶନ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ବିଜୟଲକ୍ଷ୍ମୀ ଜେନାଙ୍କୁଠାରୁ ୧୮ ତାରିଖରେ  ଚିଠି (ନଂ-୮୦୮) ଆସିଛି। ପଦକ୍ଷେପ ନେଇ ଜଣାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର  ଆଙ୍କୁଲି ନିକଟ ଖଳାସାହିରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ସରକାରୀ ଜମିରେ ଘର ନିର୍ମାଣ କରି ୭ ପରିବାର ରହି ଆସୁଥିଲେ। ତେବେ ଉକ୍ତ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଥିଲା। ଉକ୍ତ ସ୍ଥାନ ଛାଡି ଚାଲିଯିବାକୁ ୨୦୧୬ ସେପ୍ଟେମ୍ବର ୨ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ତତ୍କାଳୀନ କମିଶନରଙ୍କ ପକ୍ଷରୁ ଉକ୍ତ ପରିବାରମାନଙ୍କୁ ନୋଟିସ୍‌ କରାଯାଇଥିଲା। ଉକ୍ତ ସ୍ଥାନରେ ରାଜୀବ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯିବ ଏବଂ ଏହି ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟତା ଭିତ୍ତିରେ ଯଥାଶୀଘ୍ର ଗୃହ ଯୋଗାଇଦେବା ପାଇଁ ବ୍ୟବସ୍ଥା ହେବ ବୋଲି ଉକ୍ତ ନୋଟିସ୍‌ରେ ଦର୍ଶାଯାଇଥିଲା। ଏହାପରେ ଏହି ପରିବାରଗୁଡିକ ଉକ୍ତ ଜମି ଛାଡି ଚାଲିଯାଇଥିଲେ। ଏହାପରଠାରୁ ସେମାନେ  ଅନ୍ୟତ୍ର ଘର ଭଡା କରି କଷ୍ଟରେ ଚଳୁଛନ୍ତିି। ମାତ୍ର ତାଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯାଇ ନ ଥିଲା। ଏ ନେଇ ବାରମ୍ବାର କର୍ର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏପରିକି ତତ୍କାଳୀନ ସ୍ଥାନୀୟ କର୍ପୋରେଟର ମଧ୍ୟ ଏମାନଙ୍କୁ ଉକ୍ତ ଯୋଜନାରେ ସାମିଲ କରିବାକୁ କମିଶନରଙ୍କୁ ଅନୁରୋଧ କରିଥିଲେ। ଏହାପରେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ଏମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ  ନଗର ଉନ୍ନୟନ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମ କର୍ର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂମିହୀନ ବୋଲି ମିଳିଥିବା ଜାଗା ଜବରଦଖଲ ଅଧୀନରେ, ଏବେ ଘର ନିର୍ମାଣକୁ ନେଇ ଦ୍ୱନ୍ଦ୍ୱରେ ଅନ୍ତୋଦୟ ହିତାଧିକାରୀ

ଖଜୁରୀପଡ଼ା,୧୨।୧୧(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପଞ୍ଚାୟତର ଚାରିପଡା ଗ୍ରାମରେ ରହୁଥିବା ଭୂମିହୀନ ବିଧବା ମହିଳା ଗୋଲାପ ରଣାକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ଅନ୍ତୋଦ୍ୟାୟ...

ଫସିଗଲେ କେଶବ: ରାସ୍ତାକଡ଼ରେ ପ୍ଲାଷ୍ଟିକ୍‌ ଜାରକିନ ଧରି ବସି ବିକୁଥିଲେ…

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ପୁଟଖାଲ ଗ୍ରାମର କେଶବ ମଲ୍ଲିକଙ୍କଠାରୁ ୧୮ ଲିଟର ଦେଶୀମଦ ଜବତ କରାଯାଇଛି।...

ମହିଳାଙ୍କୁ ପନିକିରେ ହାଣିଲେ ପଡ଼ୋଶୀ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଦେଉଳପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ...

ରେକର୍ଡପତ୍ରର ସ୍ବଚ୍ଛତାକୁ ନେଇ ଖୁସି ପ୍ରକଟ କଲେ ଜିଲାପାଳ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟକୁ ବୁଧବାର ଆସି ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଛନ୍ତି। ତହସିଲଦାର ବିନୋଦ କୁମାର ବେହେରା ଓ...

ରାଷ୍ଟ୍ରୀୟ ଏକତା ଶିବିର: ଚମକିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର,୧୨/୧୧(ବାବୁଲା ପ୍ରଧାନ): ହରିୟାଣାର ରୋହତକସ୍ଥିତ ମହର୍ଷି ଦୟାନନ୍ଦ ବିଶବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ଜାତୀୟ ଏକତା ଶିବିର ଉଦଯାପିତ ହୋଇଯାଇଛି।...

ଅଳିଆ ବୁହା ଗାଡିର ଶୁଭାରମ୍ଭ କଲେ ସରପଞ୍ଚ, ମଲାଡ଼ ପଞ୍ଚାୟତରେ ଏହା ପ୍ରଥମ

ଗଞ୍ଜାମ,୧୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର ନିଆରା ପଞ୍ଚାୟତ ମଲାଡ଼ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତରେ ପ୍ରଥମଥର ପାଇଁ ଅଳିଆ ବୁହା ଗାଡିର ଶୁଭାରମ୍ଭ କରିଛନ୍ତି...

ଜନସାଧାରଣଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ରାସ୍ତା, ବଡ଼ ବଡ଼ ଖାଲ, ଅଳିଆ ଆବର୍ଜନା ଯୋଗୁ…

ଗଞ୍ଜାମ, ୧୨।୧୧ (ଅଖିଳ ତରାଇ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତରେ ରାସ୍ତା ମରାମତିର ଅଭାବ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ଦୁର୍ଦ୍ଦଶାର ସମ୍ମୁଖୀନ...

ଓପନ୍‌ ନ୍ୟାସନାଲ ତାଇକୋଣ୍ଡ ଚାମ୍ପିୟାନଶିପ: ୨୪ ସ୍ବର୍ଣ୍ଣ ସହ ୪୦ ପଦକ ଜିତିଲେ ଭଞ୍ଜନଗର ଛାତ୍ରୀଛାତ୍ର

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ତାଇକୋଣ୍ଡ ଏକାଡେମୀର ପ୍ରତିଯୋଗୀମାନେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହ ପଦକ ବିଜୟୀ ହେଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri