ଆବର୍ଜନାରେ ଭର୍ତ୍ତି ଝୁମ୍ପୁରା ବଜାର ରାସ୍ତା

ଝୁମ୍ପୁରା, ୨୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଝୁମ୍ପୁରା ବଜରା, ପରିବା ମାର୍କେଟ, ସାପ୍ତାହିକ ହାଟ ବସୁଥିବା ଜାଗା, ଝୁମ୍ପୁରା ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କୁଢ କୁଢ ଆବର୍ଜନା ଭର୍ତ୍ତି ହୋଇଛି। ବର୍ଷା ହେଲେ ଏହି ଆବର୍ଜନା ରାସ୍ତାରେ ଭାସୁଛି। ଖରାହେଲେ ଆବର୍ଜନା ପବନରେ ଉଡୁଛି। ଗନ୍ଧରେ ନାକ ଫାଟି ପଡୁଥିବା ଯୋଗୁଁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି। କିଛିଦିନ ହେବ ସମୟ ସମୟରେ ବର୍ଷା ହେଉଥିବାରୁ ଆବର୍ଜନା ପଚି ଶଢି ବିଷାକ୍ତ ପରିବେଶ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ମଶା, ମାଛିଙ୍କ ପ୍ରାଦୂର୍ଭାବ ମଧ୍ୟ ବଢ଼ି ଚାଲିଛି। ଆବର୍ଜନା ସଫା କରାଯିବା ସହିତ, ଡ୍ରେନ ଗୁଡିକର ସଫେଇ ମଧ୍ୟ ଜରୁରୀ ହୋଇ ପଡିଛି। ଏହାର ପଦକ୍ଷେପ ନିଆ ନ ଗଲେ, ଯେ କୌଣସି ସମୟରେ ସାହି, ବସ୍ତୀ ଅଞ୍ଚଳରେ ଡାଇରିଆ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ ଯେ, ଝୁମ୍ପୁରା ବଜାର ଅଞ୍ଚଳର କିଛିକାଂଶ ଆରଏମସିର ନିୟନ୍ତ୍ରଣରେ ରହିଥିବାବେଳେ, ଅନ୍ୟ କିଛି ଅଂଶ ଝୁମ୍ପୁରା ପଞ୍ଚାୟତ ଅଧୀନରେ ରହିଛି। ଆରଏମସି ଅଧୀନରେ ଥିବା ଦୋକାନ ଘର ଗୁଡିକରୁ ଘରଭଡା ଆଦାୟ ସହିତ, ଡେଲି ମାର୍କେଟ ଏବଂ ସାପ୍ତାହିକ ହାଟରୁ ମହାସୁଲ ଆଦାୟ କରାଯାଇଥାଏ। ସେହିପରି ପଞ୍ଚାୟତ ଅଧୀନରେ ଥିବା ଦୋକାନ ଘର ଗୁଡିକରୁ ପଞ୍ଚାୟତ ଘର ଭଡା ଆଦାୟ କରିଥାଏ। ନିୟମ ଅନୁଯାୟୀ ଝୁମ୍ପୁରା ବଜାର ଉପରେ ଆରଏମସି ଏବଂ ପଞ୍ଚାୟତର ନିୟନ୍ତ୍ରଣ ରହିଥିବାରୁ, ବଜାରକୁ ଆସୁଥିବା ଚାଷୀ, ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ବ୍ୟବସାୟ ପାଇଁ ସୁବ୍ୟବସ୍ଥା କରିବା, ପାନୀୟ ଜଳ ଯୋଗଇ ଦେବା, ପରିବେଶ, ପରିମଳର ସ୍ବଚ୍ଛତା ପାଇଁ ବିଶେଷ ଧ୍ୟାନ ଦେବା ଆରଏମସି ଏବଂ ପଞ୍ଚାୟତର କାର୍ଯ୍ୟ ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ରଖିଛନ୍ତି। ଏହି ବିଭାଗ ଦ୍ୱୟ, ସମନ୍ବୟ ଅଭାବରୁ କାମ ହୋଇ ପାରୁ ନ ଥିବାବେଳେ, ପରସ୍ପର ଉପରେ ବିଭାଗ ଦ୍ୱୟ ଦୋଷ ଲଦୁଛନ୍ତି।
ଏସମ୍ପର୍କରେ ଚମ୍ପୁଆସ୍ଥିତ ଆରଏମସି ସେକ୍ରେଟାରୀ ତଥା ଡେପୁଟି ଉପଜିଲାପାଳ ସପନ କୁମାର ସାହୁଙ୍କୁ ପଚାରିବାରୁ ଝୁମ୍ପୁରା ବଜାର, ହାଟ ମହାସୁଲ ଆଦାୟର ସିଂହଭାଗ ଝୁମ୍ପୁରା ପଞ୍ଚାୟତକୁ ଦିଆଯାଉଛି। ଚଳିତ ବର୍ଷ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆରଏମସି ପକ୍ଷରୁ ଝୁମ୍ପୁରା ପଞ୍ଚାୟତକୁ ଦେବା ସହିତ ବଜାର ଏବଂ ବଜାରକୁ ସଂଯୋଗ କରୁଥିବା ରାସ୍ତା ଗୁଡିକରୁ ଆବର୍ଜନା ସଫା କରିବା ପାଇଁ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଝୁମ୍ପୁରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମହାନ୍ତ କହିଛନ୍ତି ଯେ, ରାସ୍ତା ବଜାର ସଫା ବେଳେ ବେଳେ କରାଯାଉଛି। ରାସ୍ତା ଉପର ଆବର୍ଜନା ମଧ୍ୟ ସଫା କରାଯିବ। କାମର ବ୍ୟସ୍ତତା ନେଇ ଆବର୍ଜନା ସଫା ହୋଇ ପାରିନାହିଁ। ସରପଞ୍ଚ ବୈଜୟନ୍ତୀ ନାଏକ ମଧ୍ୟ ଏସମ୍ପର୍କରେ ଅନୁରୁପ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଣ୍ଟ କମ୍ୟୁନିଟି ହସ୍‌ପିଟାଲ ଲାଗି ଜମି ସର୍ଭେ

ଜଳେଶ୍ୱର, ୭।୬(ଡି.ଏନ.ଏ.)-ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଏହାର ନିସ୍ତାର ଲାଗି ସ୍ବାସ୍ଥ୍ୟବିଭାଗ ନାକେଦମ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ...

ଦେଶ ପାଇଁ ଶହୀଦ ହେଲେ ରଣାମୁଣ୍ଡଳୀ ଗ୍ରାମର ଅଭିରାମ, ତ୍ରିରଙ୍ଗାମୟ ହେଲା ବସ୍ତା ବଜାର

ବସ୍ତା,୧୫।୨(ଡି.ଏନ୍‌.ଏ.): ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଥିବା ବସ୍ତା ବ୍ଲକ ରଣାମୁଣ୍ଡଳୀ ଗ୍ରାମର ଅଭିରାମ ଦେଶ ପାଇଁ ଶହୀଦ ହୋଇଥିବା ଜଣାପଡ଼ିଛି। ସେ ପ୍ରତିରକ୍ଷା ବିଭାଗରେ କାମ...

ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍‌ରେ ଭୋଟର

ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।  ବିଭିନ୍ନ...

‘କୃଷି କାର୍ଯ୍ୟ ସହ ଜଙ୍ଗଲକୁ ସମନ୍ବିତ କରାଯାଉ’

ସିମୁଳିଆ/ବାଲେଶ୍ୱର ଅଫିସ, ୧୮।୯(ଡି.ଏନ.ଏ.)-ସଚେତନତା ଅଭାବରୁ ପରିବେଶରେ ଅସନ୍ତୁଳନ ବଢିଚାଲିଛି। ଦିନକୁ ଦିନ ଗଛ ସଂଖ୍ୟା କମି ଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଭୂତାପନ ଓ ସମୁଦ୍ରର...

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ବାଲିଆପାଳ,୮।୭(ସ୍ବ.ପ୍ର)- ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ବାଲିଆପଳ-ବସ୍ତା ମୁଖ୍ୟ ପୂର୍ତ୍ତରାସ୍ତା ପାର୍ଶ୍ୱ ନୟନଯୋଡ଼ିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱ...

ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ

ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ...

କଲେଜ ଆଗରୁ ତମ୍ବା ନାଗ ଉଦ୍ଧାର

ସଜନାଗଡ଼,୧୮।୪(ଡି.ଏନ.ଏ.)-ନୀଳଗିରି କଲେଜ ସମ୍ମୁଖରେ ଶନିବାର ଅପରାହ୍ନରେ ଏକ ୫ଫୁଟ ଲମ୍ବର ତମ୍ବା ନାଗ ବୁଲୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଏନେଇ ସାପ ଧରାଳୀଙ୍କୁ...

ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି...

Advertisement
Archives

Model This Week