ଆବଦ୍ଧାଞ୍ଚଳରେ ଗଠନ ହେଲା ୩ଟି ଟିମ୍‌

ବନ୍ତ,୨୯।୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯିବା ସହ ସଂକ୍ରମଣ ନବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ରେବେକା ବିଲୁଙ୍ଗ, ଜିପିଇଓ ନିଶିକାନ୍ତ ଖୁଣ୍ଟିଆ ଚାରିଗାଁସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ ଆଶା, ଅଙ୍ଗନୱାଡି କର୍ମୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଘର ଘର ବୁଲି ସ୍ବାସ୍ଥ୍ୟ, ଟ୍ରାଭେଲ୍‌ ହିଷ୍ଟ୍ରି, ୧୦୪ ପଞ୍ଜୀକରଣ ହୋଇଛି କି ନାହିଁ ସର୍ଭେଲାନ୍ସ ନିମନ୍ତେ ଆଲୋଚନା କରିଥିଲେ। ଏଥିସହ ଆବଦ୍ଧାଞ୍ଚଳକୁ ୩ଟି ସବ୍‌ଜୋନ୍‌ରେ ବିଭକ୍ତ କରି ୩ ଦିନ ମଧ୍ୟରେ ସର୍ଭେଲାନ୍ସ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ଟି ସବ୍‌ଜୋନ୍‌ ଦାୟିତ୍ୱରେ ୩ ଜଣ ଆଶାକର୍ମୀ ଓ ୩ ଜଣ ଶିକ୍ଷକ ରହିଥିବା ବେଳେ ଏହି କାର୍ଯ୍ୟକୁ ତ୍ୱାରାନ୍ବିତ କରିବା ପାଇଁ ୫ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସୁପରଭିଜନ୍‌ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଆବଦ୍ଧାଞ୍ଚଳକୁ ତହସିଲଦାର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗରପଡ଼ା ଅଗ୍ନିଶମ ବାହିନୀ ପକ୍ଷରୁ ଉକ୍ତ ପଞ୍ଚାୟତକୁ ବିଶୋଧନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡଙ୍କୁ ଖସାଇଦେବା ପାଇଁ ଚକ୍ରାନ୍ତ ହେଉଛି: ଛାତ୍ର କଂଗ୍ରେସ

ଭୁବନେଶ୍ବର, ୮।୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ପ୍ରତିଦିନ ନୂଆ କାହାଣୀ ଲେଖୁଛନ୍ତି ବୋଲି ମଙ୍ଗଳବାର ପ୍ରଦେଶ...

୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ...

ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ପ୍ରାୟ ୭୮,୨୩୩ ଜଣ; ସେମାନେ ୧୪ ଦିନ ସଂଗରୋଧରେ ରୁହନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରୁ ପାଖାପାଖି ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି। ପ୍ରାୟ ସମସ୍ତେ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ରବିବାର ଏନ୍‌ଏସି ଅଧ୍ୟକ୍ଷା ପାର୍ଥିନୀ ଝୁଲି ପାତ୍ର ଏବଂ ୬...

ମାସ୍କ ପିନ୍ଧି ପୋଲିଂବୁଥ୍‌ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…

କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌...

କଟକ ସହରରୁ ୧୪୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୯।୧୦-କଟକ ସହରରୁ ଶୁକ୍ରବାର ମୋଟ ୧୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୭୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯...

ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୫ ଦିନରେ ବଡ଼ମ୍ବା ବନାଞ୍ଚଳରୁ ତିନୋଟି ଦନ୍ତାହାତୀର କଙ୍କାଳ ମିଳିଛି। ଗତ ୨ ଓ ୩ ତାରିଖରେ...

ରାଜ୍ୟରେ ୭ଶହ ଟପିଲା କରୋନା ମୃତ୍ୟୁ: ଆଜି ଗଲା ୧୦ ମୁଣ୍ଡ; କଟକ-ପୁରୀରୁ ସର୍ବାଧିକ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୦ ବର୍ଷୀୟ ପୁରୁଷ,କଟକର ୬୯ବର୍ଷୀୟ ବୃଦ୍ଧ, ୮୪ ବର୍ଷୀୟ ବୃଦ୍ଧ, ଗଞ୍ଜାମର...

Advertisement
Archives

Model This Week