Posted inଖେଳ

ଆଫଗାନିସ୍ତାନର ଐତିହାସିକ ବିଜୟ

ଚଟ୍ଟଗ୍ରାମ (ବାଂଲାଦେଶ), ୯।୯ (ଏଏଫ୍‌ପି)- ଅଧିନାୟକ ତଥା ରଶିଦ ଖାଁଙ୍କ ଚମତ୍କାର ବୋଲିଂ ବଳରେ ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୨୨୪ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି। ୩୯୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୧୭୩ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ସୋମବାର ନାଟକୀୟ ଖେଳ ଦେଖିବାକୁ ମିଳିଥିଲା। ବିଜୟ ପାଇଁ ଆଫଗାନିସ୍ତାନକୁ ୪ ଉଇକେଟ୍‌ ଓ ବାଂଲାଦେଶକୁ ଆହୁରି ୨୬୨ ରନ ଆବଶ୍ୟକ ହେଉଥିବାବେଳେ ବର୍ଷା କିନ୍ତୁ ସବୁ ଓଲଟପାଲଟ କରିଦେଇଥିଲା। ଦିବସର ପ୍ରଥମ ଓ ୨ୟ ସେସନ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଅନ୍ତିମ ସେସନରେ ବର୍ଷା ଛାଡ଼ିବା ପରେ ଖେଳ ଆରମ୍ଭ ହୋଇଥିବାବେଳେ ଆଫଗାନିସ୍ତାନ ୧୭.୨ ଓଭରରେ ବଳକା ୪ ଉଇକେଟ୍‌ ଅକ୍ତିଆର କରି ବାଂଲାଦେଶକୁ ୧୭୩ ରନରେ ସୀମିତ ରଖିବା ସହ ସ୍ମରଣୀୟ ବିଜୟ ହାସଲ କରିଥିଲା। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶାକବି ଅଲ୍‌ ହାସନ ନିଜ ସ୍କୋରରେ ଆଉ ୫ ରନ ଯୋଡ଼ି ୪୪ ରନରେ ଆଉଟ୍‌ ହେବାପରେ ଘରୋଇ ଦଳର ଡ୍ର’ ଆଶା ମଉଳି ଯାଇଥିଲା। ଦ୍ୱିତୀୟ ଇନିଂସରେ ୬ ସହ ମ୍ୟାଚ୍‌ରେ ମୋଟ୍‌ ୧୧ ଉଇକେଟ୍‌ ହାସଲ କରି ଲେଗ୍‌-ସ୍ପିନର ରଶିଦ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ୨୦ ବଲ୍‌ ବାକି ରହିଥିବାବେଳେ ସୌମ୍ୟ ସର୍କାରଙ୍କୁ ଆଉଟ୍‌ କରି ରଶିଦ୍‌ ଆଫଗାନିସ୍ତାନ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଆଫଗାନିସ୍ତାନ ଟେଷ୍ଟ ଇତିହାସରେ ୩ ମ୍ୟାଚ୍‌ରୁ ୨ୟ ବିଜୟ ଲାଭ କରିଛି। ଏହାପୂର୍ବରୁ ଦଳ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ସ୍ବାଦ ଚାଖିଥିଲା। ଏଥିସହ ଆଫଗାନିସ୍ତାନ କମ୍‌ ମ୍ୟାଚ୍‌ ଖେଳି ୨ ଟେଷ୍ଟ ଜିତିବାରେ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ୧୮୭୯ରେ ୩ ମ୍ୟାଚ୍‌ ଖେଳି ୨ ବିଜୟ ଲାଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୩୪୨/୧୦
ବାଂଲାଦେଶ ପ୍ରଥମ ଇନିଂସ- ୨୦୫/୧୦
ଆଫଗାନିସ୍ତାନ ୨ୟ ଇନିଂସ- ୨୬୦/୧୦
ବାଂଲାଦେଶ ୨ୟ ଇନିଂସ- ୧୭୩/୧୦, ୬୧.୪ ଓଭର (ଇସଲାମ ୪୧, ଶାକିବ ୪୪, ମୁଶଫିକର ୨୩, ସୌମ୍ୟ ସର୍କାର ୧୫, ରଶିଦ ୬/୪୯)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ଲାବୁସାନ

ସିଡ୍‌ନୀ,୩।୧- ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନ ଚଳିତବର୍ଷ ତଥା ଦଶନ୍ଧିର ପ୍ରଥମ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ...

ଖେଳାଳିଙ୍କୁ ସଫଳତାର ମନ୍ତ୍ର ଦେଲେ ଲକ୍ଷ୍ମଣ

ୱେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ୱେଲିଂଟନ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର କାର୍ଯ୍ୟନିର୍ବାହୀ...

ଇଣ୍ଡିଆନ ପ୍ରିମିୟର ଲିଗ୍‌ କାର୍ଯ୍ୟସୂଚୀ

ତାରିଖ ମ୍ୟାଚ୍‌ ସ୍ଥାନ ସମୟ ମାର୍ଚ୍ଚ ୩୧ ଗୁଜରାଟ ବନାମ ଚେନ୍ନାଇ ଅହମଦାବାଦ ରାତି ୭.୩୦ ଏପ୍ରିଲ ୧ ପଞ୍ଜାବ ବନାମ କୋଲକାତା ମୋହାଲି ଅପରାହ୍ନ...

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶ୍ନ ଶୁଣି ବିରାଟ କୋହଲି ଦେଇଥିଲେ ଏମିତି ଉତ୍ତର

ଆଜିକାଲି ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ନୂଆ ଏବଂ ପୁରୁଣା ସ୍ମୃତିକୁ ଉଜାଗର କରିବା ପାଇଁ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ଫଟୋ କିମ୍ବା...

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମୋହଲି,୨୩।୯: ମହମ୍ମଦ ଶାମିଙ୍କ ସାଂଘାତିକ ବୋଲିଂ ପରେ ଶୁଭମାନ ଗିଲ, ଋତୁରାଜ ଗାୟକୱାଡ, କେ.ଏଲ ରାହୁଲ ଏବଂ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁ ଟିମ ଇଣ୍ଡିଆ...

ନିଜ ଜାଲରେ ଫଶିଗଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧।୩: ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଆୟୋଜକ ଦଳ ମାତ୍ର ୧୦୯ ରନରେ ଅଲଆଉଟ୍‌ ହୋଇଛି। ଘରୋଇ ପଡ଼ିଆରେ ଅଷ୍ଟ୍ରେଲିଆ...

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ...

ବିସିସିଆଇ ଅଧ୍ୟକ୍ଷ ହେବା ପରେ ଶ୍ୱଶୁର ରୋଜର ବିନ୍ନିଙ୍କୁ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲେ ବୋହୂ

ନୂଆଦିଲ୍ଲୀ,୧୯।୧୦: ଭାରତର ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ମଙ୍ଗଳବାର ବିସିସିଆଇର ୩୬ତମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଦୁନିଆର ସବୁଠାରୁ...

Advertisement
Archives

Model This Week