ଆନ୍ଧ୍ରରୁ ସମୁଦ୍ର ପଥରେ ଫେରିଲେ ୧୬ ନୋଳିଆ

କୋଣାର୍କ,୧୨।୫(ଡି.ଏନ୍‌.ଏ.): ଆନ୍ଧ୍ରରୁ ସମୁଦ୍ର ପଥଦେଇ ମଙ୍ଗଳବାର ଭୋର ୫ଟା୩୦ରେ ୧୬ଜଣ ନୋଳିଆ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୀ ନୋଳିଆ ସାହିର ୫ ଓ ଚନ୍ଦ୍ରଭାଗା ସାହିର ୧୧ଜଣ ରହିଛନ୍ତି। ଖବର ପାଇ କୋଣାର୍କ ଓ ଚନ୍ଦ୍ରଭାଗା ମେରାଇନ ପୋଲିସ ସୋମବାର ରାତିଠାରୁ କୂଳରେ ଜଗି ରହିଥିଲେ। ମଙ୍ଗଳବାର ଭୋରରୁ ସେମାନେ ପହଞ୍ଚିିବା ପରେ ଗୋପ ତହସିଲଦାର ଓ କୋଣାର୍କ ଥାନାଧିକାରୀ ସେମାନଙ୍କୁ ଏକ ଅଟୋରେ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆଇସୋଲେଶନ ସେଣ୍ଟରକୁ ପଠାଇଦେଇଥିଲେ। ସୂଚନାଯୋଗ୍ୟ, ଉକ୍ତ ଆନ୍ଧ୍ର ଫେରନ୍ତା ଏକ ପର୍ବରେ ଯୋଗଦେବାକୁ ସେଠାକୁ ଯାଇଥିବା ବେଳେ ଲକ୍‌ଡାଉନ ଯୋଗୁ ଆଉ ଘରକୁ ଫେରି ପାରି ନ ଥିଲେ। କିନ୍ତୁ ସେଠାରେ ଖାଇବା ରହିବା ଅସୁବିଧା ହେବାରୁ ଏକ ଡଙ୍ଗା ସାହାଯ୍ୟରେ ଘରକୁ ଫେରବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଯୋଜନା ଅପହଞ୍ଚ ଭଙ୍ଗାଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ରଣପୁର,୧୩।୧୦(ସ୍ବ.ପ୍ର.)-ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ନୟାଗଡ ଜିଲା ରଣପୁର ବ୍ଲକରେ...

ଚାମଚରେ ପାଣି ପିଇଲେ ମହାଦେବଙ୍କ ବୃଷଭ

କୋକସରା,୬।୩(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗାଁରେ ଥିବା ଚମ୍ପେଶ୍ୱର ମହାଦେବ ମନ୍ଦିରରେ ରବିବାର ମହାଦେବଙ୍କ ବୃଷଭ ଚାମଚରେ ପାଣି ପିଉଥିବା ଚର୍ଚ୍ଚା ହୋଇଥିଲା।...

ରଜରେ ନାବାଳିକାଙ୍କୁ ଗଣବଳାତ୍କାର

ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ...

ରୋଷେୟା ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା ଅଫିସ,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବ୍ରଜରାଜନଗର ଭାଜପା ପକ୍ଷରୁ ସୋମବାର ସ୍ଥାନୀୟ ରେଳଷ୍ଟେଶନ ସମ୍ମୁଖରେ...

ଅଜଣା ରୋଗରେ ପୀଡିତ, ଚିକିତ୍ସା ପାଇଁ ନାହିଁ ଅର୍ଥ

ଜାମଟିକ୍ରା,୧ା୫(ଡି.ଏନ୍‌.ଏ.): ବରଗଡ ଜିଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତ ଲୁରୁପାଲି ଗ୍ରାମର ମଳୟ ପଧାନ(୪୧) ବର୍ତ୍ତମାନ ଅଜଣା ରୋଗରେ ପୀଡିତ ହୋଇଛନ୍ତି। ଅଭାବ ଅନଟନ ଯୋଗୁ...

ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ...

ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଅଛି: ତହସିଲଦାର

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି...

ପାଣି ଭିତରେ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଅଗରନାଶୀ

କେନ୍ଦ୍ରାପଡ଼ା ଅଫିସ, ୧୪ା୯: ପ୍ରକୃତିର ବିସ୍ମୟ ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ପ୍ରତି...

Advertisement
Archives

Model This Week