ଆନ୍ଧ୍ରରୁ ଆସିଥିବା ମା’-ପୁଅଙ୍କ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରଶାସନର ନିର୍ଦ୍ଦେଶ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଧ୍ର -ଓଡ଼ିଶା ସୀମାନ୍ତକୁ ସିଲ୍‌ କରାଯାଇଥିବା ବେଳେ ଗଳା ବାଟ ଦେଇ ପୂର୍ବରୁ ସେଠାରେ ରହୁଥିବା ଜଣେ ମହିଳା ଓ ତାଙ୍କ ପୁଅ କୌଶଳ କ୍ରମେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଢ଼ି ପଞ୍ଚାୟତ ଅଧୀନ ଏକ ଗାଁକୁ ଚାଲି ଆସିଥିବା ନେଇ ବିଡିଓ ହଳଧର ଶବରଙ୍କୁ ଖବର ମିଳିଥିଲା। ସେ ଏନେଇ ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦୈତ କୁମାର ସ୍ବାଇଁ ଜଣାଇବା ପରେ ମଙ୍ଗଳବାର ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ, ସରପଞ୍ଚ ପ୍ରତିନିଧି କୁରେଶୁ ସେଠୀଙ୍କ ସମେତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ସମ୍ପୃକ୍ତ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା.ମୋନାଲିସା ବେହେରା ସମ୍ପୃକ୍ତ ମହିଳା ଓ ତାଙ୍କ ପୁଅଙ୍କ ଚିକିତ୍ସା କରିଥିଲେ। ସେମାନଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ନ ଥିବାରୁ ଉଭୟଙ୍କୁ ହୋମ୍‌ କ୍ବାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି। ପରେ ତହସିଲଦାର ଓ ବିଡିଓ ଝରିପଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ପଞ୍ଜୀକରଣ ତାଲିକା ଦେଖିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ଆନୁସଙ୍ଗିକ ସୁବିଧା ଅସୁବିଧା ନେଇ ଉପସ୍ଥିତ ଡା.ନିବେଦିତା ନନ୍ଦଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅଧିକାରୀଙ୍କ ପ୍ରତାରଣା: ଷ୍ଟାଫ୍‌ନର୍ସଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୫ା୫: ଖାକିରେ ପୁଣି ଲାଗିଛି କଳଙ୍କର ଦାଗ। ଝାରସୁଗୁଡ଼ା ଜିଲାର ଜଣେ ପୋଲିସ ଅଧିକାରୀଙ୍କ ପ୍ରତାରଣା ସହି ନ ପାରି ମହିଳା ଷ୍ଟାଫ୍‌ନର୍ସ ଆତ୍ମହତ୍ୟା...

‘ଟିଏମ୍‌ସି, ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖ’

ପୁରୀ ଅଫିସ,୨୩।୪: ପୁରୀ ଜିଲାରେ କୋଭିଡ୍‌ ସ୍ଥିତି ପରିଚାଳନା ଓ ମୁକାବିଲା ସମ୍ବନ୍ଧିତ ବୈଠକ ଗୁରୁବାର ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ...

CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ଉଭୟ ମହିଳା

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି।...

ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ...

ଉତ୍ତରପ୍ରଦେଶରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ: ଶହେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଗଲା ପରୀକ୍ଷା

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ)ରେ ଏଣିକି କରୋନାର ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କେଜିଏମ୍‌ୟୁ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ ଆଣ୍ଟିବଡ଼ି...

ଓଡ଼ିଶା ଆଗକୁ ବଢ଼ିବା ଚିତ୍ର ସ୍ପଷ୍ଟ ହେଉଛି: ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ/ ମୋରଡ଼ା, ୧୩ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଦୁଇଟି ପ୍ରମୁଖ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ଏହା...

ଫେରାର ଅଭିଯୁକ୍ତ ଗିରଫ

ଯୋଡ଼ା, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ଜେଏମ୍‌ଏଫସି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପୋଲିସ କବଳରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ...

ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ: ରୋଗୀଙ୍କ ଉପରେ ପଡ଼ିଲା କଂକ୍ରିଟ୍‌ ଖଣ୍ଡ, ୩ ଆହତ

ନିମାପଡ଼ା,୧୨ା୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଓ୍ବାର୍ଡର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିପଡ଼ିବା ଯୋଗୁ...

Advertisement
Archives

Model This Week