ବାରିପଦା ଅଫିସ,୩ା୧- ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନସ୍ଥଳ ଭରପୁର ଥିଲେ ମଧ୍ୟ ଏହାର ଉନ୍ନତି କିମ୍ବା ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭିନ୍ନ ସଂଗଠନ ଜିଲାରେ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଏନେଇ ଆସନ୍ତା ୮ ତାରିଖରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ଓ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟକୁ ସାମାଜିକ ସଂଗଠନ ଭଞ୍ଜସେନା ଘେରାଉ କରିବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷେ ଏହି ଦିନ ବାରିପଦାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଥିବାରୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ସମ୍ପର୍କରେ ଜଣାଇବା ପାଇଁ ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ସେନାର ସଭାପତି ପିଣ୍ଟୁ ମାଇତି ସୂଚନା ଦେଇଛନ୍ତି।
ସେହିପରି ସେନାର ସଭାପତି ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ଜିଲାପାଳ ବିନିତ ଭରଦ୍ୱାଜଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅଧିକାରୀ ମାସ ମାସ ଧରି ରହୁ ନ ଥିବା ବେଳେ ସେ ଭୁବନେଶ୍ୱରେ ରହି ଜିଲାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ କିଛି ଦିନ ତଳେ ଶିମିଳିପାଳର ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜ କୁମାରଙ୍କୁ ଶିମିଳିପାଳରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାକାର ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବାରୁ ମହେନ୍ଦ୍ରର ସ୍ବାସ୍ଥ୍ୟବସ୍ଥା ଠିକ ନାହିଁ। ଏଣୁ ହାତୀ ଦୁଇଟିକୁ ତୁରନ୍ତ ଶିମିଳିପାଳକୁ ଫେରାଇ ଅଣାଯିବା ପାଇଁ ମଧ୍ୟ ସେନା ଦାବି କରିଛି। ପର୍ଯ୍ୟଟନ ସ୍ଥଳ ଦେବକୁଣ୍ଡର ରାସ୍ତାଘାଟ, ସୁରକ୍ଷା ଓ ପାନୀୟଜଳ ବ୍ୟବସ୍ଥା କରିବା ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ମଧ୍ୟ ସେନା ଜିଲାପାଳ ଭରଦ୍ୱାଜଙ୍କଠାରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ସେନାର ଉପାଧ୍ୟକ୍ଷ ରାକେଶ ସିଂ, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ ଓ ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖ ସାମିଲ ଥିଲେ।

କରୋନା ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ଼
ବାରିପଦା ଅଫିସ,୧୪ା୩: କରୋନା ଭାଇରସ୍ ଯେଭଳି ନ ବ୍ୟାପିବ ସେଥିଲାଗି ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାରୁ...
ସମସ୍ୟାରେ କୁଆମରା ମ.ଇ. ବିଦ୍ୟାଳୟ
କୁଆମରା,୭ା୧(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ କୁଆମରା ମ.ଇ ବିଦ୍ୟାଳୟ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ରାଜରାଜୁଡା ଅମଳରୁ ୧୮୯୨ ମସିହାରେ ପ୍ରତିଷ୍ଠିତ...

ଥାନାରୁ ଫେରାର ଅଭିଯୁକ୍ତ ୩ ଦିନ ପରେ ଜଙ୍ଗଲରୁ ଧରାପଡ଼ିଲେ
ବାରିପଦା ଅଫିସ,୧୫ା୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନାରୁ ମଙ୍ଗଳବାର ରାତିରେ ଚମ୍ପଟ ମାରିଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ୩ ଦିନ ପରେ ଶୁକ୍ରବାର ଭୁଡୁରୁବଣୀ...

ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଲାଗି ଦାବିପତ୍ର
ବାରିପଦା ଅଫିସ,୧୮ା୧୨- ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ।...
ମୟୂରଭଞ୍ଜ ଜିଲା ବିଜେଡି ସମ୍ପାଦକଙ୍କୁ ନିଲମ୍ବନ ପାଇଁ ସୁପାରିଶ
ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ବିଜେଡିର ଜିଲା ସମ୍ପାଦକ ସୁଜିତ କୁମାର ମହାନ୍ତିଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସଭାପତିଙ୍କ ନିକଟକୁ ମଙ୍ଗଳବାର ସୁପାରିଶ କରାଯାଇଛି। ଜିଲା...

ମୟୂରଭଞ୍ଜ ଜିଲା ପରିଷଦ ବୈଠକରେ ହଟ୍ଟଗୋଳ
ବାରିପଦା ଅଫିସ,୨୧।୮- ମୟୂରଭଞ୍ଜ ଜିଲା ପରିଷଦର ଅଷ୍ଟମ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ...

ଘରେ ପଶିଲା ଡ୍ରେନ୍ ପାଣି,ପ୍ରତିବାଦରେ ରାସ୍ତାରୋକୋ
ବାରିପଦା ଅଫିସ, ୨୧ା୩- ଗୁରୁବାର ରାତିରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ୨୭ନଂ. ୱାର୍ଡ଼ ତୁଳସୀଚଉରା ଅଞ୍ଚଳରେ ବସବାସ କରୁଥିବା ବିଭିିନ୍ନ ବ୍ୟକ୍ତିଙ୍କ ଘରେ ଡ୍ରେନ...

ଅସହାୟଙ୍କୁ ଖାଦ୍ୟ ପ୍ରଦାନ
ବାରିପଦା ଅଫିସ, ୨୮ା୩- କରୋନା ଭାଇରସ ସଂକ୍ରମଣକୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଲକ୍ଡାଉନ କରାଯାଇଛି। ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି।...