ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ ମଧ୍ୟରେ ରୋଷେଇ କରି ଖାଇବା ପ୍ରସ୍ତୁତ କରୁଥିବାବେଳେ ଉକ୍ତଦିନ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ପରିବା ମାର୍କେଟକୁ ଯାଇ ବ୍ୟବସାୟୀମାନଙ୍କୁ ଧକ୍କା ମାରିବା ସହ ରୋଷେଇ ପ୍ରସ୍ତୁତି ଚାଲିଥିବା ହଣ୍ଡାକୁ ଫିଙ୍ଗି ଗାଳିଗୁଲଜ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁରୁଷୋତ୍ତମପୁର ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଏପରି କାର୍ଯ୍ୟ କରି ତହସିଲଦାର ମାନବିକତାର ଉଲଂଘନ କରିଛନ୍ତି । ଧକ୍କା ମାରିବା, ଜିନିଷ ଫିଙ୍ଗିବା ଲାଗି ତହସିଲଦାରଙ୍କୁ କିଏ ନିର୍ଦ୍ଦେଶ ଦେଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ତହସିଲଦାରଙ୍କ ପୈତୃକ ଗ୍ରାମ ପୁରୁଷୋତ୍ତମପୁର ସହରରେ ହୋଇଥିବାରୁ କିଛି ରାଜନୈତିକ ବ୍ୟକ୍ତିଙ୍କ ସହ ସାଲିସ ହୋଇ ଏଠାରେ ଦବଙ୍ଗଗିରି ଚଳାଇଥିବାର ଅଭିଯୋଗ ହେଉଛି । ଏହି ଘଟଣା ପ୍ରତି ଗଞ୍ଜାମ ଜିଲାପାଳ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ସରକାର ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସାୟୀଙ୍କ ସମେତ ବିଭିନ୍ନ ମହଲରୁ ଦାବି ହୋଇଛି। ଏନେଇ ତହସିଲଦାର ଅରୁଣ କୁମାର ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ କାହାରିକୁ ଧକ୍କା ମାରିନାହାନ୍ତି, ଗାଳିଗୁଲଜ କରିନାହାନ୍ତି କିମ୍ବା କୌଣସି ଜିନିଷ ଫିଙ୍ଗି ନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୨୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ...

୧୫ରୁ ଖୋଲିବ ଏମ୍‌କେସିଜି ଓପିଡି

ବ୍ରହ୍ମପୁର ଅଫିସ ,୧୨ା୮- ଜନସାଧାରଣଙ୍କ ସୁବିଧା ପାଇଁ ଆସନ୍ତା ୧୫ରୁ ବ୍ରହ୍ମପୁର ବଡ ମେଡିକାଲ ସାଧାରଣ ଓପିଡି ସେବା ଆରମ୍ଭ ହେବ। ଏ ନେଇ ଗଞ୍ଜାମ...

ଛତ୍ରପୁର ଆରଟିଓ ଅଫିସରେ ତରିକା ବଦଳାଇଲେ ଦଲାଲ: ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଛତ୍ରପୁର,୧୫ା୧୨(ଡି.ଏନ.ଏ)-ଗାଡି ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଧିକୁ ଆଉ...

ମହିଳା ଆଇନଜୀବୀ, କୋର୍ଟ ସିଏସ୍‌ଆଇଙ୍କୁ ଆକ୍ରମଣ: ତେଜିଲା ଅଭିଯୁକ୍ତଙ୍କ ଗିରଫ ଦାବି

ଭଞ୍ଜନଗର,୧୭।୧୧(ଡି.ଏନ୍‌.ଏ.): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ମହିଳା ଆଇନଜୀବୀ ଅଭାଙ୍ଗିନୀ ବିଷୋୟୀ, କୋର୍ଟର ପୂର୍ବତନ ସିଏସ୍‌ଆଇ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସମେତ ୫ଜଣଙ୍କୁ ବୁଧବାର ରାତିରେ...

ବାଇକ୍‌ ଲୁଟ୍‌ ମାମଲାରେ ୪ ଗିରଫ

ଆସିକା,୧୪ା୮(ଡି.ଏନ୍‌.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍‌ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍‌...

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା...

ରେଡ୍‌ ଜୋନ୍‌ରେ ସଂକ୍ରମିତଙ୍କ ଉପରେ ନଜର ରଖ-ଜିଲାପାଳ : ସମସ୍ତଙ୍କ ହେବ ସ୍ବାସ୍ଥ୍ୟ ଯାଞ୍ଚ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍‌-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୨୮ା୮- ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ -୨ ତଥା ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଜଗଦୀଶ ପ୍ରସାଦ...

Advertisement
Archives

Model This Week