ଆନ୍ତଃରାଜ୍ୟ ଫୁଟବଲ୍‌ ଟୁର୍ନାମେଣ୍ଟ: ଧାନବାଦ ଫୁଟବଲ୍‌ ଏକାଡେମୀ ଚାମ୍ପିୟନ

ଆନନ୍ଦପୁର,୨୫।୧୨(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ ଅନ୍ତର୍ଗତ ତରତରା ଖେଳପଡିଆଠାରେ ଅନୁଷ୍ଠିତ ହେଉଥିବା ୨୧ତମ ଆନ୍ତଃରାଜ୍ୟ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସରେ ମା’ ଭୁଆଶୁଣି କଟକ ଏବଂ ଧାନବାଦ ଫୁଟବଲ୍‌ ଏକାଡେମୀ ଝାଡଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଝାଡଖଣ୍ଡ ୧-୦ ଗୋଲରେ କଟକକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି। ଦ୍ୱିତୀୟ ଦିବସରେ ସାଇ କଟକ ଓ ସ୍ପୋଟର୍‌ସ ହଷ୍ଟେଲ ବାରିପଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାଇ କଟକ ଟିମ୍‌ ଉନ୍ନତ ଖେଳ ପ୍ରଦର୍ଶନ କରି ୨-୧ରେ ମ୍ୟାଚକୁ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲା। ଏହି ଚିତ୍ତାକର୍ଷକ ଖେଳକୁ ରେଫରି ଭାବେ ଦିଗବିଜୟ ଦାସ, ଆଶୀର୍ବାଦ କାନୁନଗୋ, ଲକ୍ଷ୍ମୀ ପ୍ରସାଦ, ଅବିନାଶ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଟୁର୍ନାମେଣ୍ଟର ସଭାପତି ଜିତେନ୍ଦ୍ର ସାମଲ, ସମ୍ପାଦକ ସୁବ୍ରତ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳପଡିଆରେ କ୍ଲବର ସଦସ୍ୟ ସୁଶାନ୍ତ ସାମଲ, ସୁରେଶ ଧଳ, ମନ୍ଦର ଜେନା, ବସନ୍ତ ଜେନା, ଜଗା ବେହେରା, ସୁରେନ୍ଦ୍ର ନାଇକ, ବାବୁ ନାଇକ, ବିଟାଲି ବାରିକ, ସନ୍ତୋଷ ଧଳ, ଅରବିନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା...

ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ...

ପିଚ୍‌ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ...

ଦେଶ ଛାଡ଼ିଲେ ପାକିସ୍ତାନର ଏହି ବିବାଦୀୟ କ୍ରିକେଟର

କରାଚି,୫।୧୦: ଆମେରିକାରେ ଲିଗ୍‌ କ୍ରିକେଟ ଖେଳିବାକୁ ଦେଶ ଛାଡ଼ିଛନ୍ତି ପାକିସ୍ତାନର ବିବାଦୀୟ କ୍ରିକେଟର ଉମର ଅକମଲ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଦୁର୍ନୀତି ନିବାରଣ ସଂହିତା...

ସ୍ତ୍ରୀଙ୍କୁ ନେଇଗଲେ ବାପଘର ଲୋକେ: ସ୍ବାମୀ ଥାନାର ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୩।୭ – ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ରବି ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ବାପଘର ଲୋକେ ଜବରଦସ୍ତ ନେଇଯାଇଥିବା ରବି ଥାନାରେ ଅଭିଯୋଗ...

ହିଞ୍ଜିଳିରେ ନବୀନଙ୍କ ଦମ୍‌ଦାର ବିଜୟ

ହିଞ୍ଜିଳିକାଟୁ,୨୩।୫(ଡି.ଏନ୍‌.ଏ.): ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଲଗାତାର ପଞ୍ଚମ ଥର ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭାରୁ ବିଜୟୀ...

ସର୍ବଭାରତୀୟ ସବ୍‌-ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ: ଶ୍ୱେତପର୍ଣ୍ଣା-ସାତ୍ୱିକ ଯୋଡ଼ି ଚାମ୍ପିୟନ

ଭୁବନେଶ୍ୱର,୨୭ା୭(ସ୍ପୋଟର୍‌ସ ବ୍ୟୁରୋ) ମଣିପୁରର ଇମ୍ଫାଲଠାରେ ଅନୁଷ୍ଠିତ ସର୍ବଭାରତୀୟ ସବ୍‌ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡା ଓ ତେଲେଙ୍ଗାନାର ସାତ୍ୱିକ ରେଡ୍ଡୀ କେ. ୧୫...

୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ...

Advertisement
Archives

Model This Week