ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ: ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ସାମୂହିକ ଭାବେ ହଟିଲା

ଆନନ୍ଦପୁର,୫।୧୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାବିଦ୍ୟାଳୟରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ସମୂହ ଶ୍ରେଣୀଗୃହ ବର୍ଜନ କରିବା ସହିତ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଦେଇଥିଲେ। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ସୀମା ପରିସରରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଗୋଟିଏ ସପ୍ତାହ ସମୟ ମାଗିବା ପରେ ସାମୂହିକ ଭାବେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହେଉଥିବା ଡେଭଲପମେଂଟ ଫି’ ଦୂରୁପଯୋଗ, ପାନୀୟ ଜଳ, ଶ୍ରେଣୀ ଗୃହରେ ପଙ୍ଖା, ଭଲ ଚେୟାର ଟେବୁଲ, କଲେଜ ପରିସରରେ ରହିଥିବା ଅସ୍ବାସ୍ଥ୍ୟକର ପରିବେଶ, କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା, କଲେଜରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା, କଲେଜ ପରିସରରେ ଛାତ୍ରୀଛାତରଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ଆଦି ସମସ୍ୟା ନେଇ ଗତ ୨୧ ତାରିଖରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ହେଲେ ଏହା ଉପରେ କୌଣସି ଧ୍ୟାନ ନ ଦିଆଯିବାରୁ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଜରୁରି ବୈଠକ ଡକାଯାଇଥିଲା। ବୈଠକର ନିଷ୍ପତ୍ତି ମୁତାବକ ଅଧ୍ୟକ୍ଷ ଦାଶଙ୍କ ସମେତ ଅନ୍ୟ ଅଧ୍ୟାପକମାନେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ପ୍ରତିଶୃତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରା ନ ଗଲେ ଛାତ୍ରୀଛାତ୍ରମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଭକ୍ତମାନେ ଅପରାହ୍ନ ପ୍ରାୟ ୩ରୁ ୪ଘଣ୍ଟା...

କରୋନାକୁ ହରାଇଲେ ଗଞ୍ଜାମର ୮୫ ବର୍ଷୀୟ ଅଭିମନ୍ୟୁ: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ଛତ୍ରପୁର,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମର ଜଣେ ୮୫ ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ,...

ଜମିହରା କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ ଦାବି

ଢେଙ୍କାନାଳ ଅଫିସ,୧୯।୪ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କୁରୁଣ୍ଟିଠାରେ ଗତ ୨୦୨୦ ମସିହାରୁ ବନ୍ଦହୋଇ ପଡିଥିବା ବିଆର୍‌ଜି ଷ୍ଟିଲ ପ୍ଲାଣ୍ଟ କିଛିଦିନ ତଳେ ରିମ୍‌ଝିମ୍‌ ଷ୍ଟିଲକୁ...

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ

ଖଇରା,୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ପାନୀୟ ଜଳ ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରିବାର ଦେଢ଼ ବର୍ଷ ବିତିଲାଣି ।...

ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ...

ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା

ନୟାଗଡ଼ ଅଫିସ,୨୩ା୧୧: ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି। ତେବେ କିଏ...

ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟଚାଲାଣ, ଟ୍ରକ ଜବତ

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ଚଢିଆପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗତ ଗୁରୁବାର ରାତିରେ ଦୁର୍ଘଟଣାରେ ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର...

ମନ୍ଦିରରୁ ମାଇକ୍‌ ଖୋଲିବା ହେଲା କାଳ: ବିଦ୍ୟୁତ୍‌ ତାର ନେଲା ଜୀବନ

ଯାଜପୁର ଅଫିସ୍‌,୧୩।୧୧: ଯାଜପୁର ଜିଲା କୋରାଇ ଥାନା ଶାଳକଣା ଗ୍ରମାରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିରରୁ ମାକଇକ୍‌ ସେଟ୍‌ ଖୋଳୁଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ...

Advertisement
Archives

Model This Week