ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ

ପାପଡାହାଣ୍ଡି,୩୦ା୩,(ଡି.ଏନ୍‌.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ପାଇଁ ସବୁଠି ପ୍ରଚାର କରାଯାଉଛି। ହେଲେ ସହରୀ ଲୋକଙ୍କଠାରୁ ଅଧିକ ଗାଁ ଲୋକେ ସଚେତନ ଥିବା ନଜରକୁ ଆସିଛି। ବଜାରରେ ମାସ୍କ୍‌ର ଅଭାବ ଏବଂ ଚଢ଼ାଦର ରହିଥବା ଯୋଗୁ ଆର୍ଥିକ ସ୍ଥିତି ଭଲ ନ ଥିବା ଲୋକେ ଏହାର ବ୍ୟବହାର କରିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ଭାଇରସ୍‌ ସହ ଲଢ଼େଇ କରିବା ପାଇଁ ଆଦିବାସୀ ଅଞ୍ଚଳର ଲୋକେ ଶାଳପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ନାକଟିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଝାଡ଼କୁସୁମି ଗ୍ରାମରେ ଏହା ଦେଖିବାକୁ ମିଳିଛି। ନିକଟ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଏଠାରେ ଛୋଟ ଛୁଆଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ମାସ୍କ ବ୍ୟବହାର କରୁଛନ୍ତି। ଆଶା, ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ବାଇକ ଚାଳକମାନେ ବଜାରରେ ମିଳୁଥିବା ମାସ୍କ ପିନ୍ଧୁଥିବାବେଳେ ଏମାନେ ମଧ୍ୟ ନିଜକୁ ଏବଂ ଗ୍ରାମକୁ ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ଏପରି ପନ୍ଥା ଆପଣାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ପରୀକ୍ଷା ନେଇ ଭାଜପା-ବିଜେଡି ଭିତରେ କଟାକ୍ଷ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କୌଣସି ସରକାରୀ ଅଧିକାରୀ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ...

ପିକ୍‌ଅପ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହାଜନଗୁଡା ସିଉନି ଗାଁ ୨୬ ନଂ. ଜାତୀୟ ରାଜପଥ ରାସ୍ତା ମଝିରେ ରବିବାର କାକୁଡି ବୋଝେଇ ପିକଅପ୍‌ ଧକ୍କାରେ...

ଲଘୁଚାପଜନିତ ବର୍ଷା: ଜଳ ନିଷ୍କାସନ ଚିନ୍ତା ଘାରିଛି

ନାଉଗାଁ,୬।୭(ସ୍ବ.ପ୍ର): ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଅପରିଷ୍କାର ପାଣି ରାସ୍ତାରେ...

କୋଭିଡ୍‌ ସ୍ଥିତି ସମୀକ୍ଷା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ

ସୁନ୍ଦରଗଡ଼,୯।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶେଷକରି ରାଉରକେଲା ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦୁଝର,୭ା୭(ସ୍ବ.ପ୍ର.): ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଂଗ୍ରେସ ବ୍ଲକ ଘେରାଉ କରିଛି। ଏତଦ୍‌ବ୍ୟତୀତ ଧାନ ମୂଲ୍ୟ ୨୯୨୯ ଟଙ୍କା ବୃଦ୍ଧି ଓ ଧାନ...

ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ  ପୀଠ ଚଳଚଞ୍ଚଳ ହୋଇଉଠିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର,...

ଭିଭିଏସ୍‌ ଲକ୍ଷ୍ମଣଙ୍କ ଟୁଇଟ୍‌ରେ ଭୁବନେଶ୍ୱରର କମଳଲୋଚନଙ୍କ କଥା: ଜରି ଗୋଟାଳି ସତ୍ତ୍ୱେ ବୁଲା କୁକୁରଙ୍କ ପେଟ ପୋଷୁଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଳଲୋଚନ ବଳିୟାରସିଂ। ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଗୁରୁବାର କମଳଙ୍କୁ ନେଇ ଏକ...

Advertisement
Archives

Model This Week