ଆଜି ବସ୍‌ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ଦାବି ପୂରଣ ନ ହେଲେ ଚାଲିବନି ଗାଡ଼ି

ଭୁବନେଶ୍ୱର, ୪ ।୫(ବ୍ୟୁରୋ): ରାଜ୍ୟରେ ଆଗକୁ ଘରୋଇ ବସ୍‌ ଚଳାଚଳ କେବେ ହେବ ଏବଂ ଏଥିଲାଗି କ’ଣ ସବୁ ନିୟମକାନୁନ ରହିବ ତାକୁ ନେଇ ବିଚାରବିମର୍ଶ ଚାଲିଛି। ହଜାର ହଜାର ବସ୍‌ ଦେଢ଼ ମାସ ହେଲା ନ ଚାଲିବା କାରଣରୁ ମାଲିକମାନଙ୍କ ଚିନ୍ତା ବଢ଼ିଯାଇଛି। ବ୍ୟାଙ୍କରୁ ଋଣ ଆଣି ବସ୍‌ କିଣିଥିବା ମାଲିକମାନେ ଆଗକୁ କ’ଣ କରିବେ ଏବଂ କିପରି କିସ୍ତି ପରିଶୋଧ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଉଭା ହୋଇଛି। କେବଳ ସେତିକି ନୁହେଁ ବସ୍‌ରେ କାର୍ଯ୍ୟ କରୁଥିବା ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରଙ୍କ ପରିବାର ମଧ୍ୟ ଏବେ ଚିନ୍ତାରେ ଅଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାବେଳେ ପ୍ରାୟ ୪ ସପ୍ତାହରୁ ଅଧିକ ଦିନ ହୋଇଯିବ ସବୁକିଛି ବନ୍ଦ ରହିଛି। ତୃତୀୟ ପର୍ଯ୍ୟାୟରେ ଲକ୍‌ଡାଉନକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିବା ବେଳେ ବହୁତ କିଛି କାମରେ ସରକାର କୋହଳ ଲାଗୁ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ବସ୍‌ ଚଳାଚଳ ଉପରେ ସରକାର ବିଚାର କରୁଛନ୍ତି। ତେବେ ରବିବାର ରାଜ୍ୟ ବସ୍‌ ମାଲିକ ସଂଘ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟର ସମସ୍ତ ଗ୍ରୀନ ଏବଂ ଅରେଞ୍ଜ ଜୋନ୍‌ରେ ବସ୍‌ ଚଳାଚଳ ଲାଗି ଅନୁମତି ରହିଛି। କିନ୍ତୁ ବସ୍‌ ମାଲିକ ସଂଘ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୪ ତାରିଖଠାରୁ ଗାଡି ଚଳାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ନିର୍ଦ୍ଦେଶନାମା ଅନୁସାରେ ବସ୍‌ ଚଳାଚଳ ସମ୍ଭବ ନୁହେଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ ଚଳାଚଳ ନେଇ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଆଗକୁ ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଛାଡ଼, ଇନ୍‌ସୁରାନ୍ସ ଦାଖଲ ଅବଧିରେ ବୃଦ୍ଧି, ଡିଜେଲ ଉପରୁ ସେସ୍‌ ଏବଂ ଭାଟ୍‌ ଛାଡ଼, ଟୋଲ୍‌ ଆଦାୟ ଛାଡ଼ କରିବା ସହିତ ରାଜ୍ୟ ସରକାର ୬ ମାସ ପର୍ଯ୍ୟନ୍ତ ଟିକସ ଛାଡ଼ କରନ୍ତୁ ବୋଲି ବସ୍‌ ମାଲିକ ସଂଘ ଦାବି କରିଛି।
ରାଜ୍ୟର ସମସ୍ତ ଅନ୍ୟପଟେ ରାଜ୍ୟ ସରକାର ବସ୍‌ ଚଳାଚଳକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିନ ୧୧.୩୦ମିନିଟରେ ଡକାଇଥିବା ଜଣାପଡିଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବସ୍‌ ଚଳାଚଳ ନେଇ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶାବଳୀ ଦେଖିବୁ। କେନ୍ଦ୍ର ସରକାରଙ୍କ ସହିତ ଏନେଇ ଆଲୋଚନା ମଧ୍ୟ କରିବୁ। କିଛିଦିନ ତଳେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ସମୟରେ ବସ୍‌ ମାଲିକମାନଙ୍କ ସମସ୍ୟା ନେଇ ଜଣାଇଥିଲି। ଶୁକ୍ରବାର ଏହାକୁ ନେଇ ଏକ ବିଭାଗସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୬।୧୨:ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ...

କରୋନା ଯୋଦ୍ଧାଙ୍କୁ ସମ୍ମାନ: ଯୁଦ୍ଧ ଜାହାଜରେ ଜଳିଲା ଲାଇଟ୍‌

ପାରଦୀପ,୪ା୫(ସ୍ବ.ପ୍ର.): କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଅଭିନବ ଉପାୟରେ ସମ୍ମାନ ଜଣାଯାଇଛି। ପୂର୍ବ ଉପକୂଳ ସୀମାର ସାଗରଦୀପ, ପୁରୀ...

ବ୍ୟାଙ୍କ କଲୋନୀକୁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଛତ୍ରପୁର,୧ା୭(ଡି.ଏନ୍‌.ଏ.)-ଛତ୍ରପୁର ଏନ୍‌ଏସିରେ ୬ ଦିନିଆ ଶଟ୍‌ଡାଉନ୍‌ ବଳବତ୍ତର ରହିଛି ା ବୁଧବାର ଶଟ୍‌ଡାଉନ୍‌ର ଦ୍ୱିତୀୟ ଦିବସରେ ମଧ୍ୟ ହାତଗଣତି ଔଷଧ ଦୋକାନ ଖୋଲାରହିଥିବା ବେଳେ ଅନ୍ୟ...

ସମୁଦ୍ରକୁ ବୋହିଯାଉଛି ଅଧା ପାଣି: ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ଜଳ ସଙ୍କଟ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରେ ବୋହିଯାଉଥିବା ନଦୀଜଳକୁ ରୋକାଯାଇ ପାରୁନାହିଁ। ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ...

ବିଭିନ୍ନ ପ୍ରାନ୍ତକୁ ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୮ା୧୧(ବ୍ୟୁରୋ):ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଟ୍ରେନ ପାଇଁ ଯାତ୍ରୀ ଆଗ୍ରହ ଦେଖାଇଛନ୍ତି। ପୁରୀ-ଅମୃତସର ସ୍ବତନ୍ତ୍ର ଟ୍ରେନରେ ପୂର୍ଣ୍ଣମାତ୍ରାରେ ସଂରକ୍ଷିତ ହୋଇଛି ବୋଲି...

ମିଳୁନି ସରକାରୀ ବିହନ, ସାର

ସୋନପୁର,୧୪।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଚାଷୀମାନେ ଧାନ ବୁଣା, ରୁଆକାର୍ଯ୍ୟ ପାଇଁ ଜମି ପ୍ରସ୍ତୁତି କରିଛନ୍ତି । ହେଲେ ଏ ଯାଏ ସେମାନଙ୍କୁ ସରକାରୀ ବିହନ ମିଳିଲା ନାହିଁ।...

ବିଜେଡି ନେତାଙ୍କୁ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବହୁ ବିଜେଡି ନେତାଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି। କେଉଁ ବିଜେଡି ନେତାଙ୍କୁ କେଉଁ ପଦରେ ନିଯୁକ୍ତ କରାଯାଇଛି...

କିଶୋରାବସ୍ଥାରେ ବଢୁଛି ଆତ୍ମହତ୍ୟା

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଘଟଣା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟାନୁଯାୟୀ ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି...

Coronavirus Update


Archives

Model This Week

Why Dharitri