ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ନିର୍ଦ୍ଦେଶ ଦେବାର ୧୫ ଦିନ ପରେ ପାକିସ୍ତାନ ଏପରି ନିଷ୍ପତ୍ତି ନେଇଥିବା ବିଷୟ ଭାରତକୁ ଅବଗତ କରାଇଛି। ପାକିସ୍ତାନ ଏଭଳି ପ୍ରସ୍ତାବ ଦେଇଥିବା ଭାରତ ଗୁରୁବାର ସୁନିଶ୍ଚିତ କରାଇଛି। ଏ ସଂକ୍ରାନ୍ତରେ କୂଟନୈତିକ ସ୍ତରରେ ଇସଲାମାବାଦ ସହ ଯୋଗାଯୋଗ କରାଯିବ ବୋଲି ଭାରତ କହିଛି।
କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ କିଛି ସର୍ତ୍ତ ରଖିଛି। ଯାଦବ ଓ ଭାରତୀୟ ଅଫିସରଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ପାକିସ୍ତାନର ଜଣେ ଅଫିସର ଉପସ୍ଥିତ ରହିବେ ବୋଲି ସର୍ତ୍ତ ରଖାଯାଇଥିବାବେଳେ ଆଇସିଜେଙ୍କ ରାୟ ପରିପ୍ରେକ୍ଷୀରେ ପାକିସ୍ତାନର ପ୍ରସ୍ତାବକୁ ଭାରତ ପରୀକ୍ଷା ନିରୀକ୍ଷା କରି ଦେଖୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାକିସ୍ତାନ ବୈଦେଶିକ ଦପ୍ତର ମୁଖପାତ୍ର ମହମ୍ମଦ ଫୈଜାଲ ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ଶୁକ୍ରବାର ଦୂତାବାସ ସହାୟତା ପାଇଁ ଭାରତୀୟ ହାଇକମିଶନରଙ୍କୁ ଅବଗତ କରାଯାଇଛି। ତେବେ ଏ ଦିଗରେ ଭାରତର ଉତ୍ତରକୁ ଅପେକ୍ଷା କରାଯାଇଛି। ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଇରାନ୍‌ରୁ ଧରିଆଣି ଭାରତ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ସାମରିକ ଜେଲ୍‌ରେ ବନ୍ଦୀ କରି ରଖିଛି। ଭିଏନା ଚୁକ୍ତି ଅନୁଯାୟୀ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇ ଦିଆଯିବାର ଥିଲେ ହେଁ ପାକିସ୍ତାନ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛିଙ୍କ ଆୟୁଷ କମୁଛି

ଓ୍ବାଶିଂଟନ୍‌,୧୬ା୧୧: ଆମ ପାଇଁ ଫୁଲରୁ ମହୁ ସଂଗ୍ରହ କରି ଫେଣାରେ ସଂରକ୍ଷିତ ରଖୁଥିବା ମହୁମାଛିର ଆୟୁଷ ଅଧା କମିଯାଇଛି। ପୂର୍ବରୁ ମହୁମାଛି ୩୪ ଦିନ ବଞ୍ଚୁଥିବାବେଳେ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୩୦୦ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ...

‘ଅନ୍ୟକୁ ଦୋଷ ଦିଅ ନାହିଁ’

କାବୁଲ,୩ା୨: ପେଶଓ୍ବାର ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନ କ୍ରମାଗତ ଭାବେ ଆଫଗାନିସ୍ତାନକୁ ଦାୟୀ କରିଆସୁଛି। ଏହା ପରେ ତାଲିବାନ ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା...

୪ ମାସରେ ସଡ଼କ ଦୁର୍ଘଟଣାରେ ୫ ହଜାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ପୋଲିସ…

ନୂଆଦିଲ୍ଲୀ,୨୪।୫ : ସଡ଼କ ଦୁର୍ଘଟଣା ସମ୍ପର୍କିତ ପରିସଂଖ୍ୟାନ ରିପୋର୍ଟକୁ ମହାରାଷ୍ଟ୍ର ପୋଲିସ ଶେୟାର କରିଛି। ଏହି ରିପୋର୍ଟରେ ସଡକ ଦୁର୍ଘଟଣାର ମୃତ୍ୟୁ ଏବଂ ଆହତଙ୍କ ସୂଚନା...

ପରିବାରର ୫ ଜଣଙ୍କୁ ହତ୍ୟା କରି ଜୀବନ ହାରିଲେ କଲେ ଯୁବକ

ଅମ୍ବାଲା,୨୬।୮: ହରିୟାଣାର ଅମ୍ବାଲା ସହରରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି...

ସ୍ପେସ୍‌ ଷ୍ଟେଶନ୍‌ରେ ଚାଇନାର ୩ ମହାକାଶଚାରୀ

ଜିଉକ୍ୱାନ୍‌,୩୧ା୫: ଚାଇନା ଏହାର ତିଆଙ୍ଗୋଙ୍ଗ୍‌ ମହାକାଶ କେନ୍ଦ୍ରକୁ ମଙ୍ଗଳବାର ୩ ଜଣ ମହାକାଶଚାରୀଙ୍କୁ ପଠାଇଛି। ମହାକାଶକୁ ମାନବଙ୍କୁ ପ୍ରେରଣ କରିବାରେ ଚାଇନାର ଏହା ପ୍ରଥମ ଅଭିଯାନ...

ପେସିଏମ୍‌ ପରେ ଏବେ ସେସିଏମ୍‌, ବୋମ୍ମାଇଙ୍କୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୦ : ‘ପେସିଏମ’ ଅଭିଯାନର ସଫଳତା ପରେ କର୍ନାଟକରେ କଂଗ୍ରେସ ଏବେ ‘ସେସିଏମ’ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କଂଗ୍ରେସ ଶାସକଦଳକୁ ଘେରିବା ଆରମ୍ଭ...

Advertisement
Archives

Model This Week