ଆଜିର ଅର୍ଥନୀତି/ ମୁଦ୍ରାସ୍ଫୀତି କମାଅ

ଖୁଚୁରା ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବରରେ ୩.୯୯ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ଝୁଡ଼ିର ଅର୍ଦ୍ଧେକ ଦଖଲ କରୁଥିବା ଖାଉଟି ଖାଦ୍ୟ ମୁଦ୍ରାସ୍ଫୀତି ୭.୮୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ପୂର୍ବ ମାସରେ ୫.୧ ପ୍ରତିଶତ ଥିଲା। ହେଡ୍‌ଲାଇନ୍‌ ମୁଦ୍ରାସ୍ଫୀତିରେ ବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମଧ୍ୟବର୍ତ୍ତିକାଳୀନ ଆକଳନକୁ ଟପିଯାଇଛି। ଏହା ଏଭଳି ବୃଦ୍ଧି ପାଇଛି, ଯାହାକୁ ନେଇ ଆର୍‌ବିଆଇ ଅସ୍ବସ୍ତି ବୋଧ କରୁଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଗତ ଫେବୃୟାରୀ ମାସରୁ ରେପୋ ରେଟ୍‌ ହ୍ରାସ କରିଚାଲିଛି। ଆସନ୍ତା ଡିସେମ୍ବର ମାସରେ ବ୍ୟାଙ୍କ ରେପୋ ରେଟ୍‌ରେ ଆହୁରି ୨୫ ବେସିସ୍‌ ପଏଣ୍ଟ ବା ସେହିପରି କିଛି ହ୍ରାସ କରିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ମୁଦ୍ରାସ୍ଫୀତି ଗତ ଜୁଲାଇ ୨୦୧୮ରୁ ଏପର୍ଯ୍ୟନ୍ତ ସର୍ବାଧିକ ହୋଇଥିବା ବେଳେ ବ୍ୟାଙ୍କ ଉକ୍ତ ଯୋଜନା ବିଷୟରେ ପୁନର୍ବିଚାର ଲାଗି ଚିନ୍ତା କରିପାରେ। ସରକାର ମଧ୍ୟ ବର୍ଦ୍ଧନଶୀଳ ମୁଦ୍ରାସ୍ଫୀତିର ସଂଖ୍ୟାକୁ ନେଇ ଚିନ୍ତିତ ହେବା ସ୍ବାଭାବିକ। ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ଗଭର୍ନରଙ୍କ ସମୟରେ ସରକାର ଯେତେବେଳେ ଯାହା ଚାହୁଁଛନ୍ତି ବ୍ୟାଙ୍କ ତାହା କରୁଥିବାରୁ ସରକାର ଖୁସି ଥିଲେ। ଆର୍‌ବିଆଇ ଚଳିତବର୍ଷ ପଲିସି ରେଟ୍‌ କ୍ରମାଗତ ପାଞ୍ଚଥର ଏବଂ ମୋଟ ୧୩୫ ବେସିସ୍‌ ପଏଣ୍ଟ ବା ୧.୩୫ ପ୍ରତିଶତ ହ୍ରାସ କରି ୫.୧୫ ପ୍ରତିଶତକୁ କମାଇ ସାରିଲାଣି। ଦେଶର ପ୍ରତି କ୍ଷେତ୍ରରେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ପିଲିସି ରେଟ୍‌ ହ୍ରାସ କରି ଆଶାର ଆଲୋକବର୍ତ୍ତିକା ଜାଳିବାକୁ ଚେଷ୍ଟା କରିଥିଲା। କିନ୍ତୁ ବ୍ୟାଙ୍କଗୁଡ଼ିକ ତାହାର ଲାଭ ଖାଉଟିମାନଙ୍କୁ ହସ୍ତାନ୍ତର କରିବାକୁ କୁଣ୍ଠିତ ହେବାରୁ ସବୁ ଚେଷ୍ଟା ନିଷ୍ଫଳ ପ୍ରତିପାଦିତ ହୋଇଛି।
ଭାରତର ଶିଳ୍ପ ଉତ୍ପାଦନ ସେପ୍ଟେମ୍ବରରେ କ୍ରମାଗତ ଦ୍ୱିତୀୟ ମାସ ପାଇଁ ୪.୩ ପ୍ରତିଶତ ହ୍ରାସ ପାଇଛି, ଯାହା ଏପ୍ରିଲ ୨୦୧୨ରୁ ସବୁଠାରୁ କମ୍‌। ଅର୍ଥାତ୍‌ ସେପ୍ଟେମ୍ବର ସୁଦ୍ଧା ଶେଷ ହେଉଥିବା ତ୍ରିମାସୀରେ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ତଳକୁ ଖସିଯାଇଥାଇ ପାରେ, ଯାହାର ତଥ୍ୟ ଚଳିତ ମାସ ଶେଷ ଆଡ଼କୁ ପ୍ରକାଶ ପାଇବ। ଅର୍ଥନୈତିକ ଅଭିବୃଦ୍ଧି ହାର ଜୁନ୍‌ ତ୍ରିମାସୀରେ ଛଅବର୍ଷରେ ୫ ପ୍ରତିଶତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମୁଡିର ନିବେଶକ ସେବା ଆଜି ୨୦୧୯ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନ ୫.୬ ପ୍ରତିଶତକୁ ଖସାଇବା ସହ ଖାଉଟି ଚାହିଦା ହ୍ରାସଜନିତ ସମସ୍ୟାର ସମାଧାନ ପାଇଁ ସରକାର ନେଇଥିବା ସମସ୍ତ ପଦକ୍ଷେପ ବିଫଳ ହୋଇଛି ବୋଲି ମତ ଦେଇଛି। ଗତ ସପ୍ତାହରେ ଏହା ଭାରତର ଦୃଷ୍ଟିକୋଣକୁ ସ୍ଥିରତାରୁ ବିଯୁକ୍ତାତ୍ମକକୁ ନିମ୍ନାୟିତ (downgrade) କରିଥିଲା। ଏହି ସଂକଟ ବେଳାରେ ଆର୍‌ବିଆଇ ତା’ର ଆର୍ଥିକ ଆଭିମୁଖ୍ୟ ପରିବର୍ତ୍ତନ କରୁ ବୋଲି ସରକାର ଚାହିଁପାରନ୍ତି। ରିଜର୍ଭ ବ୍ୟାଙ୍କ ସହ ସରକାରଙ୍କର ଯେଉଁ ସୁସମ୍ପର୍କ ରହିଛି, ତାକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ ସାମ୍ପ୍ରତିକ ମୁଦ୍ରାସ୍ଫୀତି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ପଲିସି ରେଟ୍‌ ବୃଦ୍ଧି କରି ନ ପାରେ।
ବର୍ତ୍ତମାନ ମୁଦ୍ରାସ୍ଫୀତିର ମୁଖ୍ୟ କାରକ ଖାଦ୍ୟଦ୍ରବ୍ୟର ମୂଲ୍ୟ ଯୋଗାଣ ହ୍ରାସ ଯୋଗୁ ଆକାଶଛୁଆଁ ହୋଇଥିବା ବେଳେ ଏ ସମସ୍ୟାର ନିରାକରଣ ପାଇଁ ଆର୍‌ବିଆଇ କିଛି କରୁ ବୋଲି ଅପେକ୍ଷା ନ କରି ସରକାର ତୁରନ୍ତ ନିଜେ କିଛି ପଦକ୍ଷେପ ନେବା ଉଚିତ। ବିଭିନ୍ନ ଖାଦ୍ୟଦ୍ରବ୍ୟ, ବିଶେଷକରି ଆଳୁ, ପିଆଜ ପ୍ରଭୃତିର ମୂଲ୍ୟବୃଦ୍ଧି ମୁଦ୍ରାସ୍ଫୀତିକୁ ଆହୁରି ଉଚ୍ଚକୁ ନେଇପାରେ। ମାସକୁ ମାସ ବିଭିନ୍ନ ପ୍ରକାର ଡାଲି ଦରବୃଦ୍ଧି ୮.୪ ପ୍ରତିଶତରୁ ୧୧.୭୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇ ଚାଲିଥିବାବେଳେ ପନିପରିବା ଦର ମାସକୁ ମାସ ୧୧.୪ ପ୍ରତିଶତରୁ ସିଧା ୨୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ମହାରାଷ୍ଟ୍ର ପରି ରାଜ୍ୟରେ ବନ୍ୟା ଯୋଗୁ ଯୋଗାଣ ହ୍ରାସ ପାଇବାରୁ ଦେଶର କିଛି ଅଞ୍ଚଳରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଲାଣି। ଏହି ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପିଆଜର ରପ୍ତାନି ଉପରେ କଟକଣା ଜାରିକରିବା ସହ ଏହାକୁ ଆବଶ୍ୟକତା ଅନୁସାରେ ବାହାରୁ ଆମଦାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାହାରୁ ଆମଦାନି କରି ଦେଶରେ ବିତରଣ କରିବା ପାଇଁ ଏମ୍‌ଏମ୍‌ଟିସି ଓ ନାଫେଡ୍‌କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ବାତ୍ୟା ବୁଲ୍‌ବୁଲ୍‌ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ମୂଲ୍ୟହ୍ରାସ ପାଇଁ ଯଦି ଆମଦାନି କରାଯାଏ, ତେବେ ଏହାର ମଧ୍ୟ ପ୍ରତିକୂଳ ପ୍ରଭାବ ରହିଛି। ସରକାର ଯଦି ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିପାରନ୍ତି, ତେବେ ଏହା ମୁଦ୍ରାସ୍ଫୀତି ହ୍ରାସରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?