ଆଜିର ଅର୍ଥନୀତି/ ଗଳାବାଟ ବନ୍ଦ

ବିଭିନ୍ନ ଆର୍ଥିକ ସଂସ୍ଥାର ଉପଭୋକ୍ତାମାନଙ୍କର ଋଣ ସମ୍ବନ୍ଧୀୟ ସୂଚନା ଅନିୟନ୍ତ୍ରିତ ଭାବରେ ପ୍ରଘଟ ନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମସ୍ତ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏକ ରିପୋର୍ଟ ଅନୁସାରେ ଦୀର୍ଘକାଳ ହେଲା ଉପଭୋକ୍ତାମାନଙ୍କ ଅଜ୍ଞାତସାରରେ ବା ବିନା ସମ୍ମତିରେ ଏସବୁ ତଥ୍ୟ ହସ୍ତାନ୍ତର କରାଯାଉଥିଲା। ଯାହାହେଉ, ଶେଷରେ କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ବନ୍ଦକରିବା ପାଇଁ ପଦକ୍ଷେପ ନେଇଛନ୍ତି, ଯାହା ସ୍ବାଗତଯୋଗ୍ୟ।
ଯେକୌଣସି ପ୍ରକାର ତଥ୍ୟ ଆଜିକାଲି ଖୁବ୍‌ ମୂଲ୍ୟବାନ୍‌। ପାଶ୍ଚାତ୍ୟ ଦେଶର ଅଧିକାଂଶ ବୃହତ୍‌ ପ୍ରତିଷ୍ଠାନ ତଥ୍ୟ ସାହାଯ୍ୟରେ ବଳୀୟାନ୍‌ ହୋଇ ବଜାରରେ ଏକଚାଟିଆ କାରବାର ଚଳାଇଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି ତଥ୍ୟର ମୂଲ୍ୟବୃଦ୍ଧି ସହ ଏହାର ଦୁରୁପଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ଉଦାହରଣସ୍ବରୂପ ଏଥିପୂର୍ବରୁ ଚଳିତବର୍ଷ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଆମାଜନ୍‌ କର୍ମଚାରୀମାନେ ଆଲେକ୍ସା ବ୍ୟବହାରକାରୀଙ୍କ ରେକର୍ଡିଂଗୁଡ଼ିକ ଶୁଣୁଥିଲେ। ଏପରିଭାବେ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ହୁଏତ ବିଶେଷ କ୍ଷତିକାରକ ନ ହୋଇପାରେ, କିନ୍ତୁ ଆର୍ଥିକ କମ୍ପାନୀଗୁଡ଼ିକ ଉପଭୋକ୍ତାମାନଙ୍କ ଆର୍ଥିକ କାରବାର ସମ୍ବନ୍ଧୀୟ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଖେଳିବା କେବେହେଲେ ସ୍ପୃହଣୀୟ ନୁହେଁ।
ଖାଉଟିମାନଙ୍କ ଋଣ ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ଦିଗରେ ଆର୍‌ବିଆଇ ଯେଉଁ ପଦକ୍ଷେପ ନେଇଛି ତାହା ସ୍ବାଗତଯୋଗ୍ୟ, ଯଦିଚ ଏହାଦ୍ୱାରା ଏପରି ତଥ୍ୟ ଉପରେ ନିର୍ଭର କରୁଥିବା ଫିନ୍‌ଟେକ୍‌ ଷ୍ଟାର୍ଟ-ଅପ୍‌ଗୁଡ଼ିକ କ୍ଷତିଗ୍ରସ୍ତ ହେବେ। ଅନେକ ଫିନ୍‌ଟେକ୍‌ କମ୍ପାନୀ କ୍ରେଡିଟ୍‌ ଇନ୍‌ଫର୍ମେଶନ୍‌ କମ୍ପାନୀଗୁଡ଼ିକଠାରୁ ଏହା ପାଇଥାନ୍ତି। ଏହି ତଥ୍ୟକୁ ନେଇ ସେମାନେ ଖାଉଟିମାନଙ୍କର ମୂଲ୍ୟାୟନ କରିବା ସହ ସେମାନଙ୍କୁ ଋଣ ଦେବା ନ ଦେବା ନେଇ ନିଷ୍ପତ୍ତି ନେଇଥାନ୍ତି। ତେବେ ଏହି ତଥ୍ୟର ଦୁରୁପଯୋଗ ହେବାର ସବୁବେଳେ ସମ୍ଭାବନା ରହିଥାଏ। ଯଦିଚ ଋଣୀ ଠିକ୍‌ ସମୟରେ ଋଣ ପରିଶୋଧ କରିବାରେ ଅଭ୍ୟସ୍ତ କି ନା ତାହା ଜାଣିବା ପାଇଁ ଏହି ତଥ୍ୟ ବ୍ୟବହାର କରାଯାଏ, ତଥାପି ଏହି ତଥ୍ୟରୁ ଖାଉଟିଙ୍କର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେବା ଓ ତା’ର ଅପବ୍ୟବହାର ହେବାର ଆଶଙ୍କା ଥାଏ। ଉଦାହରଣସ୍ବରୂପ କେତେକ ଫିନ୍‌ଟେକ୍‌ ଫାର୍ମ ଅଛି ଯେଉଁମାନେ ବର୍ଷରେ ଏକାଧିକ ବାର ଖାଉଟିମାନଙ୍କୁ ସେମାନଙ୍କର କ୍ରେଡିଟ୍‌ ସ୍କୋର୍‌ ରିପୋର୍ଟ ପ୍ରଦାନ କରିଥାନ୍ତି। ଏହି ସେବା ପ୍ରଦାନ କରିବା ପାଇଁ ଖାଉଟିମାନଙ୍କୁ ସେମାନଙ୍କର ପାନ୍‌, ପରିଚୟ, ଠିକଣା ଓ ମୋବାଇଲ ନମ୍ବର ଆଦି ପଚରାଯାଇଥାଏ ଏବଂ ନିଜର କ୍ରେଡିଟ୍‌ ସ୍କୋର କିପରି ବଢ଼ାଇବାକୁ ହେବ ସେଥିଲାଗି ଉପଦେଶ ଦିଆଯାଇଥାଏ। ଉକ୍ତ ତଥ୍ୟଗୁଡ଼ିକ ପ୍ରଦାନ କରିବା ପରେ ଖାଉଟିମାନେ ପରିଚୟ ଚୋରି ତଥା ଅନ୍ୟ ସାଇବର ଅପରାଧର ଶିକାର ହେବାର ସମ୍ଭାବନା ଥାଏ। ଅନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଦ୍ୱାରା ଏହି ସେବା ପ୍ରଦାନ କରାଯାଉଥିବାରୁ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଦ୍ୱାରା ଦିଆଯାଉଥିବା ସୁରକ୍ଷାରୁ ଖାଉଟିମାନେ ବଞ୍ଚିତ ହୁଅନ୍ତି।
ତଥ୍ୟ ଏକ ପ୍ରକାର ନୂତନ ଇନ୍ଧନ ହୋଇଥିବାରୁ ଆର୍‌ବିଆଇ ଯେଉଁ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରୁଛି, ସେଗୁଡ଼ିକ ଖାଉଟିମାନଙ୍କ ତଥ୍ୟ କିପରି ବ୍ୟବହାର କରୁଛନ୍ତି, ତା’ ଉପରେ ନଜର ରଖିବା ଆବଶ୍ୟକ। ସେମାନଙ୍କର ସବୁ ପ୍ରକାର ଅନୈତିକ ଅଭ୍ୟାସକୁ ମୂଳରୁ ବନ୍ଦ କରାଯିବା ଦରକାର, ଯାହାଫଳରେ ଲୋକମାନଙ୍କ ଆର୍ଥିକ କାରବାର ପାଇଁ ଏକ ନିରାପଦ ଓ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ। ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ତଥ୍ୟ ନେଇ କାରବାର କଲାବେଳେ ଅତ୍ୟନ୍ତ ସତର୍କ ହେବା ଉଚିତ। ଲୋକମାନଙ୍କୁ ବିଭିନ୍ନ ସେବା ଦେବାବେଳେ ସେମାନଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ ମାଧ୍ୟମରେ ସେମାନଙ୍କୁ ଜାଣିବା ଲାଗି କମ୍ପାନୀଗୁଡ଼ିକ ଯେପରି ସତର୍କତା ଅବଲମ୍ବନ କରନ୍ତି, ସେହିପରି ସେମାନେ ପୂର୍ଣ୍ଣ ପ୍ରମାଣିତ ବ୍ୟବସ୍ଥା ମାଧ୍ୟମରେ ଗ୍ରାହକମାନଙ୍କର ବିଶ୍ୱାସଭାଜନ ହେବା ନିମନ୍ତେ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ। ଯଦି ବ୍ୟାଙ୍କିଙ୍ଗ୍‌ ସଂସ୍ଥାଗୁଡ଼ିକ ଗ୍ରାହକମାନଙ୍କ ପାଖରେ ଉତ୍ତରଦାୟୀ ନ ହେବେ, ତା’ହେଲେ ବ୍ୟବସ୍ଥା ଭିତରେ ଅନେକ ଗଳାବାଟ ରହିଯିବ ଏବଂ ଜମାକାରୀମାନେ ସେମାନଙ୍କ କଷ୍ଟାର୍ଜିତ ଧନ ହରାଇବାର ଆଶଙ୍କା ରହିବ।
ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଅପବ୍ୟବହାରକୁ ରୋକିବା ଲାଗି ଆର୍‌ବିଆଇ ଏକ ସତର୍କ ପ୍ରହରୀ ପରି କାର୍ଯ୍ୟ କରୁଥିବା ବେଳେ ଖାଉଟିମାନେ ମଧ୍ୟ ଇଣ୍ଟରନେଟ ମାଧ୍ୟମରେ ବ୍ୟାଙ୍କିଙ୍ଗ୍‌ ସେବା ଲାଭ କଲାବେଳେ ଖୁବ୍‌ ସତର୍କ ରହିବା ଆବଶ୍ୟକ। ଆର୍ଥିକ କାରବାର କଲାବେଳେ ଭର୍ଚୁଆଲ ପ୍ଲାଟଫର୍ମ ଉପରେ ଅତିଶୟ ନିର୍ଭରଶୀଳ ନ ହେବା ବିଜ୍ଞତାର ପରିଚାୟକ। କାରଣ ଦେଶରେ ଅଧିକାଂଶ ବ୍ୟବହାରକାରୀ ପାଇରେଟେଡ୍‌ ସଫ୍ଟଓ୍ବେର ବ୍ୟବହାର କରନ୍ତି, ଯାହା ହ୍ୟାକିଂ ଓ ଅନ୍ୟ ସାଇବର ଅପରାଧ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ଏ ପରିସ୍ଥିତିରେ ନିଜର କଷ୍ଟାର୍ଜିତ ଧନକୁ ସୁରକ୍ଷିତ ରଖିବା ଲାଗି ଉଭୟ ଆର୍ଥିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷେ ଅଧିକ ସତର୍କ ରହିବା ଅତି ଜରୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?