ଆଜିଠୁ ଇନ୍ଦିରା ମଇଦାନରେ ପିପିଲି ହାଟ

ପିପିଲି,୨୭ା୩(ସ୍ବ.ପ୍ର/ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ପିପିଲି ହାଟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଇନ୍ଦିରା ମଇଦାନରେ ଅସ୍ଥାୟୀ ପିପିଲି ସାପ୍ତାହିକ ହାଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସୋମବାର ଓ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପିପିଲି ସାପ୍ତାହିକ ହାଟ ଇନ୍ଦିରା ମଇଦାନରେ ଚାଲିବ। ଏ ନେଇ ଉକ୍ତ ପଡିଆରେ ଗୁରୁବାର ବୈଠକ ହୋଇଥିଲା। ଏଥିରେ ତହସିଲଦାର ସପନ କୁମାର ନନ୍ଦ, ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ବିଧାୟକ ପ୍ରତିନିଧି ତଥା ଆମତ୍ା ଅଧ୍ୟକ୍ଷ ଧରଣୀଧର ସାହୁ, ପିପିଲି ବଜାର ବ୍ୟବସାୟୀ ସଂଘ ସଭାପତି ଅଶୋକ ଅଗ୍ରୱାଲ, ସିଦ୍ଧେଶ୍ୱର ଦେବ ବ୍ୟବସାୟୀ ସଂଘ ସଭାପତି ଧୀରେନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟବସାୟୀଙ୍କ ବସିବା ସ୍ଥାନର ବ୍ୟବଧାନ ୧୦ ଫୁଟ ରଖିବା ଓ ଗ୍ରାହକଙ୍କ ଠିଆ ହେବା ସ୍ଥାନକୁ ଧଳା ଗାର ପକାଇବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଏସି ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୧୦ଟି ଟେବୁଲରେ ଗଣତି

ପଟ୍ଟାମୁଣ୍ଡାଇ ୨୬ା୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିବା ପରେ ପ୍ରଥମଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହାର ଫଳାଫଳକୁ ନେଇ ବିଭିନ୍ନ...

ଅଗଷ୍ଟ ୨୭ରେ ଓଏଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୨୦।୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପ୍ରିଲିମିନାରି ପରୀକ୍ଷା ପାଇଁ ତାରିଖ ଘୋଷଣା କରଯାଇଛି। ରାଜ୍ୟର ୫ଟି...

ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ ଅଭିଯୁକ୍ତ

ଲହୁଣୀପଡ଼ା,୧୯।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅଧୀନ ମରଚିଢିହି ଗ୍ରାମରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ଏହାକୁ ଆତ୍ମହତ୍ୟାର...

ସକ୍ରିୟ ମାମଲା ୧୭ ହଜାର ତଳେ…

ନୂଆଦିଲ୍ଲୀ, ୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ଆଜି ଶ୍ରାବଣର ପ୍ରଥମ ସୋମବାର: ଘାଟ, ପୀଠ କେଉଁଠି ନାହାନ୍ତି କାଉଡ଼ିଆ

କଟକ ଅଫିସ,୬ା୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହିଦିନ ସହ ଏହାର ପୂର୍ବଦିନ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନିରେ କମ୍ପୁଥାନ୍ତା ଗଡ଼ଗଡ଼ିଆ ଘାଟ।...

ବିପୁଳ ପରିମାଣର ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ...

ଦୁର୍ନୀତିର ଗନ୍ତାଘର ପାଲଟିଛି ଓସିସିଏଲ୍‌

ଯାଜପୁର ଅଫିସ,୧୯ା୧ : ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତା ଓ ବୈତରଣୀରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ କରୁଥିବା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ (ଓସିସିଏଲ୍‌)...

ଦେହରେ ନିଆଁ ଲଗାଇ ଯୁବକଙ୍କ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ତହସିଲଦାର

ନୂଆପଡ଼ା ଅଫିସ,୧୭ା୩: ଜମି ବିକ୍ରି କରିବାକୁ ସହଯୋଗ ନ ମିଳିବାରୁ ନୂଆପଡ଼ା ସଦର ବ୍ଲକ ଜୋଙ୍କ ଥାନା ଆମସେନା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ...

Advertisement
Archives

Model This Week