ଆଗ ଥଇଥାନ, ପରେ ଉଚ୍ଛେଦ

ଚାନ୍ଦବାଲି,୨୦।୩(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକଡ଼ରୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପ୍ରଥମ ଦିନରେ କ୍ରସ୍‌ଷ୍ଟାଣ୍ଡ ରୋଡ୍‌ର ବଡ଼ ବଜାରଠାରୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରାଯାଇଛି। ମାତ୍ର ଆଗ ଥଇଥାନ ଓ ପରେ ଉଚ୍ଛେଦ ଦାବି କରି ଉଠାଦୋକାନୀମାନେ ଶୁକ୍ରବାର ଚାନ୍ଦବାଲି ତହସିଲ ଅଫିସ ପରିସରରେ ହୋହଲ୍ଲା କରିଥିଲେ। ସେମାନେ ଏ ନେଇ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟ ଦୋକାନୀଙ୍କୁ ଉଚ୍ଛେଦ ବନ୍ଦ କରିବା, ଉଚ୍ଛେଦ ଦୋକାନୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ୟତ୍ର ଥଇଥାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସପ୍ତାହକ ମଧ୍ୟରେ ବିସ୍ଥାପିତ ଦୋକାନୀଙ୍କୁ ଥଇଥାନ କରା ନ ଗଲେ ସେମାନେ ପୁନର୍ବାର ନଦୀକୂଳରେ ଦୋକାନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଥିଲେ। ତହସିଲ ନୁହେଁ ଚାନ୍ଦବାଲି ଏନ୍‌ଏସି ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ କରାଯାଉଥିବା ତହସିଲଦାର ସୁଶାନ୍ତ କୁମାର ସୂତାର କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଲୋକଙ୍କ ବିରୋଧ ଯୋଗୁ ଶୁକ୍ରବାର ଉଚ୍ଛେଦ କାମ ବନ୍ଦ ରହିଥିଲା। ଏନ୍‌ଏସି ପକ୍ଷରୁ ମାଇକ୍‌ରେ ପ୍ରଚାର କରାଯାଇ ଦୋକାନୀମାନଙ୍କୁ ଆଉ ୩ ଦିନ ସମୟ ଦିଆଯାଇଛି। ଏହାମଧ୍ୟରେ ଉଠାଦୋକାନୀମାନେ ନିଜ ଦୋକାନକୁ ସ୍ଥାନାନ୍ତର ନ କଲେ ଏନ୍‌ଏସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ନିଶା କବଳରେ ଯୁବଗୋଷ୍ଠୀ: କଫ୍‌ସିରପ, ଅଠାକୁ କରୁଛନ୍ତି ନିଶା

ଅନୁଗୋଳ ଅଫିସ, ୧୪।୧୨ – ସାଧାରଣତଃ ନିଶା ସେବନ କଥା କହିଲେ ଅନେକେ ମଦ୍ୟପାନକୁ ବୁଝିଥାନ୍ତି। ହେଲେ ଏବର ଯୁବପିଢ଼ି କେବଳ ମଦ୍ୟପାନକୁ ନିଶା କରିନାହାନ୍ତି,...

ବାହୁଡ଼ାରେ ନାଚପାର୍ଟିକୁ ନେଇ ଉତ୍ତେଜନା

ଦିଗପହଣ୍ଡି,୧୫ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଉତ୍ତେଜନା ଦେଖା ଦେଇଛି। ଜଗନ୍ନାଥଙ୍କ ରଥ ଅଧାବାଟରେ ଅଟକିବା ପରେ ପ୍ରତିବର୍ଷ ନାଚ ପରିବେଷଣ...

ବିଦେଶୀ ମଦ ଜବତ: ୨ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.):ଦିଗପହଣ୍ଡି ପୋଲିସ ଡେଙ୍ଗା ଓସ୍ତା ଗ୍ରାମର ମଦ ବିକ୍ରେତା ବାଳକୃଷ୍ଣ ବିଷୋୟୀ ଏବଂ ଧର୍ମପୁର ଗ୍ରାମର ଏସ. ବିଷ୍ଣୁ ଦୋରାଙ୍କୁ ଗିରଫ କରି ଗୁରୁବାର କୋର୍ଟ...

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର,୪ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ତିରିଂ ଥାନା ଅଧୀନ...

ବିଶୁଦ୍ଧ ପାନୀୟ ଜଳ ନାମରେ ଠକେଇ

ପଟ୍ଟାମୁଣ୍ଡାଇ ୧।୩(ସ୍ବ.ପ୍ର.): ଆଗକୁ ଖରାଦିନ ଆସୁଛି। ଯେଉଁଭଳି ଭାବେ ପାଣିପାଗରେ ଅସ୍ବାଭାବିକ ପରିବତ୍ତର୍ର୍ନ ଦେଖାଦେଉଛି, ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଉଛି।...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୮।୨: ପୁରୀ ଶ୍ରୀମନ୍ଦିରରେ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀଜିଉଙ୍କୁ...

ପୋଲ ଭାଙ୍ଗି ୫୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ଛିନ୍ନ

ନୂଆପଡା ଅଫିସ:୧୦।୦୮: ନୂଆପଡା ଜିଲା ସଦର ମହକୁମାଠାରୁ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜୋଙ୍କ ନଦୀ ପୋଲ ସାରାବଙ୍ଗଠାରେ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ୫୦ରୁ ଊର୍ଦ୍ଧ୍ୱ...

ହୃଦ୍‌ଘାତରେ କଏଦୀ ମୃତ

ବ୍ରହ୍ମପୁର ଅଫିସ,୧୪।୯: ପତ୍ନୀହନ୍ତା ମାମଲାରେ ଅଭିଯୁକ୍ତ ଭାବେ ଗଞ୍ଜାମ ଜିଲା ମଣ୍ଡଳକାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ନିର୍ମଳ...

Advertisement
Archives

Model This Week