ଆଗକୁ ବର୍ଷା ଋତୁ : ସରିନିି ରାସ୍ତା ମରାମତି

ବୋଲଗଡ଼,୩୧ା୫(ଡି.ଏନ.ଏ.)-ଆଗକୁ ବର୍ଷା ଋତୁ। ଜୁନ୍‌ ୩ୟ ସପ୍ତାହରେ ମୌସୁମୀ ଆସିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବର୍ଷା ପୂର୍ବରୁ ବୋଲଗଡ଼ ବ୍ଲକ ଅଞ୍ଚଳରେ ରାସ୍ତା ମରାମତି କାର୍ଯ୍ୟ ସରିନି କିମ୍ବା ନୂତନ ଭାବେ ନିର୍ମିତ ୨ଟି ସେତୁର ଆପ୍ରୋଚ ରୋଡ କାର୍ଯ୍ୟ ମଧ୍ୟ ଶେଷ ହୋଇନି। ଏଥିଯୋଗୁ ଲୋକେ ବର୍ଷା ଦିନେ ଅସୁବିଧା ଭୋଗିବେ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବୋଲଗଡ଼ଠାରୁ ଦଳାଇସାହି ରାସ୍ତା କାର୍ଯ୍ୟ ୨୦୧୬ ରୁ ଶେଷ ହୋଇଛି । ମାତ୍ର ଏହି ରାସ୍ତାର ଏକ ନାଳ ଉପରେ ନିର୍ମିତ ବ୍ରିଜର ଉଭୟ ପାଶର୍‌ବରେ ଆପ୍ରୋଚ ରୋଡ କାର୍ଯ୍ୟ ସରିନି। ଏହି ରାସ୍ତାଦେଇ କଳାଙ୍ଗ, ଫାସିଓଦା ଦଳାଇସାହି ପଞ୍ଚାୟତବାସୀ ବ୍ଲକ କାର୍ଯ୍ୟାଳୟକୁ ଆସିଥାନ୍ତି। ତେଣୁ ତୁରନ୍ତ ଆପ୍ରୋଚ ରୋଡଟିକୁ ପକ୍କା କରିବା ପାଇଁ ଲୋକେ ଦାବି କରିଛନ୍ତି। ସେହିପରି ବାଙ୍କୋଇଠାରୁ ବିନୋଦପଡ଼ା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ରାସ୍ତାଟି ନିର୍ମାଣାଧୀନ ଅବସ୍ଥାରେ ରହିଛି । ଏହି ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ହଡାନଦୀଠାରେ ବିଜୁ ସେତୁ ନିର୍ମାଣ ହୋଇଛି । ଏଠାରେ ମଧ୍ୟ ରାସ୍ତାର ଅବସ୍ଥା ଭଲ ନୁହେଁ। ବିଜୁ ସେତୁର ଉଭୟ ପାର୍ଶ୍ୱରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇପାରିନି। ରାଜସୁନାଖଳାଠାରୁ ବାଙ୍କୋଇ ଦେଇ ଯାଇଥିବା ପୂର୍ତ୍ତ ରାସ୍ତାଟି ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଛି। ଏହି ରାସ୍ତାଟି ଭାପୁର ବ୍ଲକ ଏବଂ ବାଙ୍କୀ ଅଞ୍ଚଳକୁ ରାଜସୁନାଖଳାଠାରେ ୫୭ନଂ ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏଠାରେ ପ୍ରତ୍ୟହ ବଡକୁମାରୀ, ବାଙ୍କୋଇଦେଶ, ସାଗରଗଁା, ଆରିକମା, ପାଟପୁର ଶାସନ ଏବଂ ଧଳାପଥର ପଞ୍ଚାୟତବାସୀ ଯାତାୟାତ କରିଥାନ୍ତିି । ବଡକୁମାରୀ ହାଟବସ୍ତ ମଧ୍ୟବର୍ତ୍ତୀ ରାସ୍ତା କଦର୍ଯ୍ୟ ଅବସ୍ଥାରେ ଥିଲେ ମଧ୍ୟ ଏହାକୁ ମରାମତି କରାଯାଉନି। ଏବେଠାରୁ ରାସ୍ତାକାମ ଶେଷ ନ କଲେ ବର୍ଷାଦିନେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇ ଦୁର୍ଘଟଣାର କାରଣ ପାଲଟିବ। ତେଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବର୍ଷାଦିନ ପୂର୍ବରୁ ରାସ୍ତା ମରାମତି, ଆପ୍ରୋଚ ରୋଡ଼ଗୁଡିର କାର୍ଯ୍ୟ ଶେଷ କରିବାକୁ ବିିଭିନ୍ନ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri