ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍‌ଟକ୍‌ କଳାକାର

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର। ସେଭଳି ଏକ ପ୍ଲାଟଫର୍ମ ହେଉଛି ‘ଟିକ୍‌ଟକ୍‌’। ଘରେ ଘରେ ପରିଚିତ ଏହି ସୋସିଆଲ ମିଡିଆ ଜରିଆରେ ବ୍ୟବହାରକାରୀ ନିଜ ଭିତରେ ଲୁଚି ରହିଥିବା ନୃତ୍ୟ, ଅଭିନୟ ଭଳି କଳାକୁ ଜାହିର କରୁଛନ୍ତି। ଏହି କଳାକାରଙ୍କ ଭିତରୁ କିଛି ବଲିଉଡ୍‌ ଅଭିନେତାଙ୍କ ଅବିକଳ ନକଲ ପରି ମନେ ହୁଅନ୍ତି। ଏଥିପାଇଁ ଟିକ୍‌ଟକ୍‌ରେ ସେମାନଙ୍କର ଫଲୋଅର୍ସ ସଂଖ୍ୟା ମଧ୍ୟ ଅଧିକ। ପୂର୍ବରୁ କାଟ୍ରିନା, ପ୍ରିୟଙ୍କା, ଐଶ୍ୱର୍ଯ୍ୟା, ମଧୁବାଲାଙ୍କ ଭଳି ଦେଖାଯାଉଥିବା ଯୁବତୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଥିଲା। ଏବେ କିଆରା ଆଡଭାଣୀଙ୍କ ନକଲ ପରି ଦିଶୁଥିବା ଜଣେ ଯୁବତୀଙ୍କ ଭିଡିଓ ହୋଇଛି ଭାଇରାଲ। ସେଭଳି କିଛି ଟିକ୍‌ଟକ୍‌ ଷ୍ଟାରଙ୍କୁ ଜାଣନ୍ତୁ।

ପ୍ରିୟଙ୍କା ଚୋପ୍ରା:
ଅମାୟା ଡୋଗରେ ନାମକ ଜଣେ ଯୁବତୀ ଟିକ୍‌ଟକ୍‌ ଷ୍ଟାର। ସେ ନିଜର ଆକାଉଣ୍ଟରେ ପ୍ରିୟଙ୍କାଙ୍କ ଭଳି ଭିଡିଓ ଶେୟାର କରି ଲୋକପ୍ରିୟ। ଅମାୟା ସେତେଟା ପ୍ରିୟଙ୍କା ଭଳି ଦିଶୁ ନ ଥିଲେ ହେଁ ତାଙ୍କର ଗୀତରେ ଭଲ ମିମିକ୍ରି କରିପାରନ୍ତି।

କଟ୍ରିନା କୈଫ:
କଟ୍ରିନାଙ୍କ ଭଳି ନଜର ଆସୁଥିବା ଟିକ୍‌ଟକ୍‌ ଷ୍ଟାର ହେଲେ ଏଲିନା ରାୟ। ସେ ବମ୍ବେର ଜଣେ ଫ୍ୟାଶନ ବ୍ଲଗର। ଟିକ୍‌ଟକ୍‌ରେ ତାଙ୍କର ଭିଡିଓକୁ ବେଶି ଲୋକେ ଦେଖିଥାନ୍ତି। ଏପରିକି ତାଙ୍କୁ ଟିକ୍‌ଟକ୍‌ କୁଇନ ମଧ୍ୟ ଅନେକେ କୁହନ୍ତି।

ମଧୁବାଲା:
ପ୍ରିୟଙ୍କା କାଣ୍ଡଓ୍ବାଲ ଟିକ୍‌ଟକ୍‌ର ମଧୁବାଲା ଭାବେ ବେଶ ପରିଚିତ। ସେ ପ୍ରାୟତଃ ମଧୁବାଲାଙ୍କ ଭିଡିଓ ପ୍ରସ୍ତୁତ କରି ଟିକ୍‌ଟିକ୍‌ରେ ଛାଡ଼ିଥାନ୍ତି।

ରେଖା:
ଟିକ୍‌ଟକ୍‌ରେ ସିମ୍ମି ଠାକୁର ରେଖାଙ୍କୁ ନକଲ କରିଆସୁଛନ୍ତି।

ଶ୍ରୀଦେବୀ:
ରାକ୍ଷୀ ନାମରେ ଜଣେ ଯୁବତୀ ଶ୍ରୀଦେବୀଙ୍କ ନକଲ ପରି ଲାଗନ୍ତି। ସେ ଟିକ୍‌ଟକ୍‌ରେ ଶ୍ରୀଦେବୀଙ୍କ ଭଳି ମେକ୍‌ଅପ୍‌ କରି ବଡ଼ ବଡ଼ ଆଖି ଦେଖାଇ ଭିଡିଓ ପୋଷ୍ଟ କରୁଛନ୍ତି, ଯାହାକି ଭାଇରାଲ ହେଉଛି।

ଆଲିଆ ଭଟ୍ଟ:
ଫିଲ୍ମ ‘ଗଲି ବୟ’ରେ ଆଲିୟାଙ୍କୁ ଲୁକ୍‌ ବେଶ୍‌ ହିଟ୍‌ ହୋଇଥିଲା। ଏବେ ଟିକ୍‌ଟକ୍‌ରେ ଜଣେ ଯୁବତୀ ଆଲିଆଙ୍କ ଏହି ଲୁକ୍‌କୁ କପି କରି ତାଙ୍କ ଭଳି ନଜର ଆସିବାକୁ ନେଇ ଚର୍ଚ୍ଚାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସମୟରେ ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହୃଦ୍‌ଘାତ

ସୁପର୍‌ହିଟ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ଆଶିକ୍‌’ର ପ୍ରସିଦ୍ଧ ଅଭିନେତା ରାହୁଲ ରାୟଙ୍କୁ ହୃଦ୍‌ଘାତ ହୋଇଛି। ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାହୁଲ ଶ୍ରୀନଗରରେ...

ବିବାହର ତିନି ଘଣ୍ଟା ପରେ ଡ୍ରାମା କୁଇନ୍‌କୁ ଛାଡ଼ି ପଳାଇଥିଲେ ସ୍ବାମୀ

ବମ୍ବେ: ବିଗ୍‌ବସ୍‌ରେ ଭଳିକି ଭଳି ଡ୍ରାମା କରୁଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ। କିଛିଦିନ ପୂର୍ବେ ନିଜ ବିବାହକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସେ। ହେଲେ...

ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି...

ସବୁ ଧର୍ମକୁ ସମ୍ମାନ କରେ: ନୁସରତ

କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ...

୧୫୦ ଥର ବଳାତ୍କାର ଦୃଶ୍ୟ କରିଥିବା ଏହି ଅଭିନେତାଙ୍କ ଉପରେ ରାଗିକି ଚାପୁଡ଼ା ମାରିଥିଲେ ମାଧୁରୀ, କାରଣ ଜାଣିଲେ….

ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଖଳନାୟକ ରଞ୍ଜିତ ପ୍ରାୟ ୨୦୦ ଫିଲ୍ମରେ ତାଙ୍କର ଅଭିନୟ ଜାଦୁ ଦେଖାଇ ଛନ୍ତି। ତେବେ ବଲିଉଡ୍‌ରେ ଏକ ସମୟ ଥିଲା...

ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବ ଫିଲ୍ମ‘ତଡପ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀ-ତାରା ସୂତରିଆଙ୍କ ଅଭିନୀତ ଫିଲ୍ମ‘ତଡପ’ ଡିସେମ୍ବର ୩ରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ପ୍ରଭାବ ପକାଇବାରେ...

୧୧ ବର୍ଷର ନାବାଳକଙ୍କୁ ବ୍ରେନ୍‌ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍‌

ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ...

ସ୍ତ୍ରୀଙ୍କ ପାଇଁ ହୃଦୟସ୍ପର୍ଶୀ କଥା କହିଲେ କୋହଲି

ୟୁଏଇ,୧୫।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଜଣେ ହଟ୍‌ କପଲ୍‌ ଭାବରେ ଜଣାଶୁଣା।...

Advertisement
Archives

Model This Week