ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍‌ଟକ୍‌ କଳାକାର

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର। ସେଭଳି ଏକ ପ୍ଲାଟଫର୍ମ ହେଉଛି ‘ଟିକ୍‌ଟକ୍‌’। ଘରେ ଘରେ ପରିଚିତ ଏହି ସୋସିଆଲ ମିଡିଆ ଜରିଆରେ ବ୍ୟବହାରକାରୀ ନିଜ ଭିତରେ ଲୁଚି ରହିଥିବା ନୃତ୍ୟ, ଅଭିନୟ ଭଳି କଳାକୁ ଜାହିର କରୁଛନ୍ତି। ଏହି କଳାକାରଙ୍କ ଭିତରୁ କିଛି ବଲିଉଡ୍‌ ଅଭିନେତାଙ୍କ ଅବିକଳ ନକଲ ପରି ମନେ ହୁଅନ୍ତି। ଏଥିପାଇଁ ଟିକ୍‌ଟକ୍‌ରେ ସେମାନଙ୍କର ଫଲୋଅର୍ସ ସଂଖ୍ୟା ମଧ୍ୟ ଅଧିକ। ପୂର୍ବରୁ କାଟ୍ରିନା, ପ୍ରିୟଙ୍କା, ଐଶ୍ୱର୍ଯ୍ୟା, ମଧୁବାଲାଙ୍କ ଭଳି ଦେଖାଯାଉଥିବା ଯୁବତୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଥିଲା। ଏବେ କିଆରା ଆଡଭାଣୀଙ୍କ ନକଲ ପରି ଦିଶୁଥିବା ଜଣେ ଯୁବତୀଙ୍କ ଭିଡିଓ ହୋଇଛି ଭାଇରାଲ। ସେଭଳି କିଛି ଟିକ୍‌ଟକ୍‌ ଷ୍ଟାରଙ୍କୁ ଜାଣନ୍ତୁ।

ପ୍ରିୟଙ୍କା ଚୋପ୍ରା:
ଅମାୟା ଡୋଗରେ ନାମକ ଜଣେ ଯୁବତୀ ଟିକ୍‌ଟକ୍‌ ଷ୍ଟାର। ସେ ନିଜର ଆକାଉଣ୍ଟରେ ପ୍ରିୟଙ୍କାଙ୍କ ଭଳି ଭିଡିଓ ଶେୟାର କରି ଲୋକପ୍ରିୟ। ଅମାୟା ସେତେଟା ପ୍ରିୟଙ୍କା ଭଳି ଦିଶୁ ନ ଥିଲେ ହେଁ ତାଙ୍କର ଗୀତରେ ଭଲ ମିମିକ୍ରି କରିପାରନ୍ତି।

କଟ୍ରିନା କୈଫ:
କଟ୍ରିନାଙ୍କ ଭଳି ନଜର ଆସୁଥିବା ଟିକ୍‌ଟକ୍‌ ଷ୍ଟାର ହେଲେ ଏଲିନା ରାୟ। ସେ ବମ୍ବେର ଜଣେ ଫ୍ୟାଶନ ବ୍ଲଗର। ଟିକ୍‌ଟକ୍‌ରେ ତାଙ୍କର ଭିଡିଓକୁ ବେଶି ଲୋକେ ଦେଖିଥାନ୍ତି। ଏପରିକି ତାଙ୍କୁ ଟିକ୍‌ଟକ୍‌ କୁଇନ ମଧ୍ୟ ଅନେକେ କୁହନ୍ତି।

ମଧୁବାଲା:
ପ୍ରିୟଙ୍କା କାଣ୍ଡଓ୍ବାଲ ଟିକ୍‌ଟକ୍‌ର ମଧୁବାଲା ଭାବେ ବେଶ ପରିଚିତ। ସେ ପ୍ରାୟତଃ ମଧୁବାଲାଙ୍କ ଭିଡିଓ ପ୍ରସ୍ତୁତ କରି ଟିକ୍‌ଟିକ୍‌ରେ ଛାଡ଼ିଥାନ୍ତି।

ରେଖା:
ଟିକ୍‌ଟକ୍‌ରେ ସିମ୍ମି ଠାକୁର ରେଖାଙ୍କୁ ନକଲ କରିଆସୁଛନ୍ତି।

ଶ୍ରୀଦେବୀ:
ରାକ୍ଷୀ ନାମରେ ଜଣେ ଯୁବତୀ ଶ୍ରୀଦେବୀଙ୍କ ନକଲ ପରି ଲାଗନ୍ତି। ସେ ଟିକ୍‌ଟକ୍‌ରେ ଶ୍ରୀଦେବୀଙ୍କ ଭଳି ମେକ୍‌ଅପ୍‌ କରି ବଡ଼ ବଡ଼ ଆଖି ଦେଖାଇ ଭିଡିଓ ପୋଷ୍ଟ କରୁଛନ୍ତି, ଯାହାକି ଭାଇରାଲ ହେଉଛି।

ଆଲିଆ ଭଟ୍ଟ:
ଫିଲ୍ମ ‘ଗଲି ବୟ’ରେ ଆଲିୟାଙ୍କୁ ଲୁକ୍‌ ବେଶ୍‌ ହିଟ୍‌ ହୋଇଥିଲା। ଏବେ ଟିକ୍‌ଟକ୍‌ରେ ଜଣେ ଯୁବତୀ ଆଲିଆଙ୍କ ଏହି ଲୁକ୍‌କୁ କପି କରି ତାଙ୍କ ଭଳି ନଜର ଆସିବାକୁ ନେଇ ଚର୍ଚ୍ଚାରେ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri