ଆକର୍ଷଣ ଥାଇ ବି ଅବହେଳିତ

କେନ୍ଦୁଝର, ୨୧।୧୨(ସ୍ବ.ପ୍ର.)-ବଣପାହାଡ ଘେରା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିପୂର୍ଣ୍ଣ କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ବିଭବ ଭରି ରହିଛି। ଗମନାଗମନ ଓ ଅନ୍ୟ ଆନୁସଙ୍ଗିକ ସୁବିଧା ଭଳି ଭିତ୍ତିଭୂମିର ବିକାଶ ହୋଇ ପାରୁ ନ ଥିବାରୁ ବହିରାଗତ ପର୍ଯ୍ୟଟକ ଆସି ହଇରାଣ ହୋଇ ଫେରୁଛନ୍ତି। ଏହି ଜିଲା ଅଧୀନ ଯୋଡା ବ୍ଲକରେ ଥିବା ହାଣ୍ଡିଭଙ୍ଗା ଜଳପ୍ରପାତକୁ ମିଳିଛି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା। ଏହାର ମନୋରମ ପରିବେଶ ଅନେକଙ୍କୁ ପ୍ରଲୁବ୍ଧ କରିଥାଏ। ବହିରାଗତଙ୍କ ସମେତ ସ୍ଥାନୀୟ ଲୋକେ ବର୍ଷସାରା ଏଠାକୁ ଆସୁଥିଲେ ବି ଶୀତ ଦିନେ ମୁଖ୍ୟତଃ ଏଠାକୁ ପିକ୍‌ନିକ୍‌ କରିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଥାନ୍ତି।
ଯୋଡାଠାରୁ ପ୍ରାୟ ୨୨ ଓ କେନ୍ଦୁଝରରୁ ପ୍ରାୟ ୫୦ କିମି ଦୂରରେ ଥିବା ଏହି ଜଳପ୍ରପାତ ନିକଟରେ ରହିଛି ବୀର ହନୁମାନ ଓ ପଦ୍ମେଶ୍ୱର ମହାଦେବଙ୍କ ମନ୍ଦିର ା ସେଠାରେ ଦୁଇ ପାହାଡର ସଂଯୋଗ ସ୍ଥଳୀରୁ ପ୍ରାୟ ୨୦୦ ଫୁଟ ଉପରୁ ତଳକୁ ଝରିଆସୁଥିବା ଏକ ଝରଣାର ଜଳଧାର ପ୍ରପାତ ସୃଷ୍ଟି କରିଛି। ଏହା ପାଖକୁ ଯିବା ଲାଗି ଭଲ ରାସ୍ତା ନ ଥିବାରୁ ଲୋକଙ୍କୁ କିଛି ଦୂର ଚାଲି ଚାଲି ଯିବାକୁ ପଡିଥାଏ ା ଜଳପ୍ରପାତର ନିମ୍ନ ଭାଗରେ ରହି ଲୋକେ ଏହାର ମନୋରମ ଦୃଶ୍ୟକୁ ଅନେକ ଉପଭୋଗ କରିଥାନ୍ତି। ବିଭିନ୍ନ ପ୍ରଜାତିର ଗଛଲତା, ଜୀବଜନ୍ତୁ ଓ ସରୀସୃପ ଏହି ସ୍ଥାନରେ ଦେଖିବାକୁ ମିଳନ୍ତି। ଖଣିଖାଦାନଭରା ଅଞ୍ଚଳ ହୋଇଥିଲେ ବି ଏହି ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ କି ପିକ୍‌ନିିକ କରିବାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ ା ମୋବାଇଲ ଟାଓ୍ବାର ଓ ବିଦ୍ୟୁତ ସୁବିଧା ନ ଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧା ଭୋଗ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜଳ ପ୍ରପାତର ଥଣ୍ଡା ଜଳରେ ଗାଧୋଇବା ମଜା ନିଆରା । ତଳକୁ ବୋହି ଯାଉଥିବା ଝରଣା କୂଳରେ ଶୀତ ଦିନେ ଅନେକେ ଭୋଜିଭାତ ଓ ନାଚଗୀତ କରି ମଜା ଉଠାଇ ସନ୍ଧ୍ୟା ପୂର୍ବରୁ ସେମାନେ ଏଠାରୁ ଫେରି ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର

ରାଇସୁଆଁ,୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଝୁଲନ୍ତାବସ୍ଥାରେ ଯୁବକଙ୍କ ଗଳିତ ଶବ ମଙ୍ଗଳବାର ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ...

ଗାଁ ଲୋକଙ୍କ ବିରୋଧ ପରେ ବନ୍ଦ ହେଲା ୨ଟି କାରଖାନା

କେନ୍ଦୁଝର,୨୮ା୩(ଡି.ଏନ୍‌.ଏ.): ସରକାର କରୋନା ଭୂତାଣୁ ପ୍ରତିରୋଧ ପାଇଁ ସାରା ଭାରତ ଲକ୍‌ଡାଉନ୍‌ କରିଥିବାବେଳେ ଶିଳ୍ପ ଓ ଖଣି ଚାଲିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ଏହି...

ଭିନ୍ନକ୍ଷମ ମା’, ପୁଅଙ୍କ ମୃତଦେହ ଉଦ୍ଧାର: ପୋଡି ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭିନ୍ନକ୍ଷମ ମା’ ଓ ପୁଅଙ୍କ ପୋଡା...

ଓଏସ୍‌ଏପି ବାଟାଲିୟନ ଅଫିସ ଏବେ ଭୂତକୋଠି

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହରରେ ଥିବା ପୋଲିସ ବିଭାଗର ଓଏସ୍‌ଏପି ୨ୟ ବାଟାଲିୟନ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଜିଲାର ସୁରକ୍ଷା...

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ...

ଭୋଟ ନ ଦେବାରୁ ଜମିକୁ ପାଣି ଦିଆଯାଉନି

ପାଟଣା, ୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ରଥପଡ଼ା, ଭାଲୁଘର, ବଡ଼ପଡିଆପଶି ଓ ମୂଷାନାଳୀ ଗ୍ରାମର ଶତାଧିକ ପରିବା ଚାଷୀ ଭୋଟ ନ ଦେବାରୁ...

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍‌ ଟାଙ୍କି

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରବାର...

ଧାନ ଫସଲରେ ପତ୍ରପୋଡ଼ା ରୋଗ: ଚାଷୀ ହତାଶ

ଚମ୍ପୁଆ,୨୯ା୫(ଡି.ଏନ୍‌.ଏ.)- ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର ଅଢଙ୍ଗାପାଳ ଗ୍ରାମରେ ପତ୍ରପୋଡା ରୋଗ ଯୋଗୁ ପ୍ରାୟ ୪ ଏକର ଧାନ ଫସଲ ଉଜୁଡ଼ି ଯିବା...

Advertisement
Archives

Model This Week