ଆଇସୋଲେଶନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଜିଲାପାଳ

ଶେରଗଡ଼,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଏକ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ବୁଧବାର ସନ୍ଧ୍ୟାରେ ସୁରଟରୁ ଫେରୁଥିବା ୧୧୪ ଜଣଙ୍କୁ ଏଠାରେ ରଖାଯିବ। ସେମାନଙ୍କୁ ୧୪ଦିନ ରଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ଠିକ୍‌ ଥିଲେ ନିଜ ଘରକୁ ଛଡ଼ାଯିବ। ଏଣୁ ଶେରଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି କାର୍ଯ୍ୟକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତଦାରଖ କରିଛନ୍ତି। ଏଠାରେ ପିଇବା, ପାଣି, ଆଲୁଅ, ପାଇଖାନା, ପରିବେଶ, ସେମାନଙ୍କ ରହିବା ଗୃହ, ରୋଷେଇ ସ୍ଥାନ ଆଦି ବୁଲି ଦେଖିଥିଲେ ଜିଲାପାଳ। ଉକ୍ତ ଗସ୍ତ ସମୟରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା,ସହକାରୀ ନିର୍ବାହୀ ଯନ୍ତ୍ରୀ ମହୀନ୍ଦ୍ର କୁମାର ଷଡ଼ଙ୍ଗୀ, ଚୋରିଆ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ଚାଲିଛି ନିର୍ମାଣ କାମ

ରାଉରକେଲା ଅଫିସ,୫ା୪: ସ୍ମାର୍ଟସିଟି ରାଉରକେଲାରେ ଏପ୍ରିଲ ମାସ ଆରମ୍ଭରୁ ପ୍ରବଳ ଖରା ହେଲାଣି। ସକାଳ ୯ଟା ହୋଇଗଲେ ଖରାର ପ୍ରକୋପ ଅନୁଭୂତ ହେଉଛି। ଲୋକେ ବିନା...

ପାର୍ବତୀଙ୍କ ମୁହଁରେ ଫୁଟିଲା ହସ: ପହଞ୍ଚିଲା ପ୍ରଶାସନ

ମହାକାଳପଡ଼ା, ୮ା୭ (ଡି.ଏନ୍‌.ଏ.): ‘ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ’ ଶୀର୍ଷକ ଖବର ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଗୁରୁବାର ଜିଲା ପ୍ରଶାସନ ସହାୟତାର...

ପରିବେଶର ଅବକ୍ଷୟ ଯୋଗୁ ମରୁଡ଼ି ପରିସ୍ଥିତି ଆଶଙ୍କା

ଖଣ୍ଡପଡା,୧୮।୬(ସ୍ବ.ପ୍ର.)-ମାନବ ସମାଜ ସହିତ ସମଗ୍ର ଜୀବ ଜଗତର ସ୍ଥିତି ରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ଜରୁରୀ ଅଟେ । ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ, ଜଙ୍ଗଲ ତଥା...

ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିସତ୍ା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିସତ୍ାଳୟ, ବ୍ଲକମାନକେ...

ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା !

ନୂଆଦିଲ୍ଲୀ, ୮।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାର ସେପ୍ଟେମ୍ବରଠାରୁ ସ୍କୁଲ ଖୋଲିବା ଉପରେ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି।...

ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀ ମୃତ

ବାଲେଶ୍ୱର ଅଫିସ,୫।୧୨:ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଚାରିଗୋଛିଆ ଗ୍ରାମରେ ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ...

Advertisement
Archives

Model This Week