Posted inଖେଳ

ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ

ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି। ୩ ପର୍ଯ୍ୟାୟରେ ବାଂଲାଦେଶ ଦଳ ପାକିସ୍ତାନ ଗସ୍ତରେ ଯାଇ ବିଭିନ୍ନ ଫର୍ମାଟ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଚୁକ୍ତି ଅନୁଯାୟୀ, ଦୁଇ ଦଳ ପାକିସ୍ତାନରେ ୨୪ରୁ ୨୭ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବେ। ଫେବୃୟାରୀ ୧୧ ତାରିଖରେ ରାଓ୍ବଲପିଣ୍ଡିଠାରେ ଘରୋଇ ଦଳ ସହ ପ୍ରଥମ ଟେଷ୍ଟ ଖେଳିବାକୁ ଆସିବ ବାଂଲାଦେଶ। ପୁଣି ୩ ଏପ୍ରିଲକୁ ଏକମାତ୍ର ଦିନିକିଆ ଓ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏ ସମ୍ପର୍କରେ ପିସିବି ପକ୍ଷରୁ କୁହାଯାଇଛି, ଆଇସିସି ଅଧ୍ୟକ୍ଷ ଶଶାଙ୍କ ହସ୍ତକ୍ଷେପ ପରେ ସିରିଜ୍‌ ସରଳ ହୋଇଯାଇଛି। ପୂର୍ବରୁ ପିସିବି ପକ୍ଷରୁ ଦିଆଯାଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପ୍ରସ୍ତାବକୁ ବାଂଲାଦେଶ ମନା କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୦୭ ଟି୨୦ ବିଶ୍ୱକପ୍‌ ନ ଖେଳିବା ପାଇଁ ସଚିନ, ଗାଙ୍ଗୁଲିଙ୍କୁ ମନା କରିଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୯।୬- ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନୀ...

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ୮୫ରେ ଅଲ୍‌ଆଉଟ: ଆୟର୍ଲାଣ୍ଡ ଅଗ୍ରଣୀ

ଲଣ୍ଡନ,୨୫।୭(ଏଏଫ୍‌ପି)- ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌...

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ...

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ ଗାବ୍ରିଏଲ

ମାଞ୍ଚେଷ୍ଟର,୩।୭ (ପି.ଟି.): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଭିଜ୍ଞ ଦ୍ରୁତ ବୋଲର ଶାନନ ଗାବ୍ରିଏଲଙ୍କୁ ଦଳରେ ସାମିଲ କରିଛି ଓ୍ବେଷ୍ଟଇଣ୍ଡିଜ। ଗୋଇଠିରେ ଅସ୍ତ୍ରୋପଚାର କରାଇଥିବା...

ତୀରମାଡ଼ରେ ତୀରନ୍ଦାଜ ଗୁରୁତର

ନୂଆଦିଲ୍ଲୀ,୧୦।୧- ଆସାମର ୧୨ ବର୍ଷୀୟା ତୀରନ୍ଦାଜ ଶିଭାଙ୍ଗିନୀ ଗୋହେନ ତୀର ମାଡ଼ରେ ଆହତ ହୋଇଛନ୍ତି। ଦିବ୍ରୁଗଡ଼ସ୍ଥିତ ସାଇ କେନ୍ଦ୍ରରେ ଟ୍ରେନିଂବେଳେ ଦୁର୍ଘଟଣା ଘଟିଛି। ଏହି ସମୟରେ...

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ...

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ...

ଫିଞ୍ଚ୍‌ଙ୍କ ଶତକ: ଇଂଲଣ୍ଡକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୨୬।୬(ପି.ଟି.)- ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ଓ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡକୁ ୬୪...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *