Posted inଖେଳ

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଇସିସି ଆଉ ଏକମାସ ସମୟ ନେଇଛି। ଅର୍ଥାତ୍‌ ଆସନ୍ତା ମାସରେ ହେବାକୁଥିବା ବୈଠକରେ ଏହି ପ୍ରତିଯୋଗିତାର ଭାଗ୍ୟ ନିର୍ଦ୍ଧାରଣ ହେବ। ଟି୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାର କାର୍ଯ୍ୟସୂଚୀ ରହିଛି। ”ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆମେ ଆଉ ଏକ ସୁଯୋଗକୁ ଅପେକ୍ଷା କରିଛୁ। ସେତେବେଳେ ଏହା ଠିକ୍‌ ନିଷ୍ପତ୍ତି ହେବ ବୋଲି ଆଶା ରହିଛି। ଆମେ ନିୟମିତଭାବେ ସଦସ୍ୟ ଦେଶ, ପ୍ରସାରଣକାରୀ ସଂସ୍ଥା, ପାର୍ଟନର, ସରକାର ଏବଂ ଖେଳାଳିଙ୍କ ସହିତ ପରାମର୍ଶ କରୁଛୁ। ନିଷ୍ପତ୍ତିରେ ଯେପରି କୌଣସି ତ୍ରୁଟି ନ ରହିବ ତା’ ଉପରେ ଧ୍ୟାନ ଦେଉଛୁ“ ବୋଲି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବୋର୍ଡ ବୈଠକ ହେବାପରେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାଓ୍ବନେ ପ୍ରକାଶ କରିଛନ୍ତି। ସେହିପରି ଚଳିତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଆୟୋଜନ ଉପରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହିତ ଟିକସ ହ୍ରାସ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସମୟ ସୀମାକୁ ମଧ୍ୟ ଆଇସିସି ଘୁଞ୍ଚାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଇନିଂସ ଅଗ୍ରଣୀ ଦେଲେ ରାହୁଲ

ଟ୍ରେଣ୍ଟ ବ୍ରିଜ,୬।୮: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ପୂର୍ବଦିନର ସ୍କୋର ୧୨୫/୪ ରୁ...

ବୁଲେଟ୍‌ ବେଗରେ ବୋଲିଂ କରୁଛନ୍ତି ଏହି ବୋଲର୍‌: ଆଇପିଏଲ୍‌ରେ ରଚିଲେ ଇତିହାସ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ ଫାଷ୍ଟ ବୋଲର ଅନରିଚ ନର୍ଟଜେ ପୁଣି ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀ ବୋଲର ନର୍ଟଜେ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖେଳିବାକୁ...

୧୩ ବର୍ଷରେ ଅଲମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା…

ଟୋକିଓ,୨୬।୭: ଜାପାନର ୧୩ ବର୍ଷ ବୟସ୍କା ବାଳିକା ନିଶିୟା ମୋମିଜି ଟୋକିଓ ଅଲମ୍ପିକ୍‌ରେ ପ୍ରଥମ ମହିଳା ସ୍କେଟ୍‌ ବୋର୍ଡିଂ ଚମ୍ପିୟନ ହେବା ସହିତ ଦେଶ ପାଇଁ...

ପୋଲାର୍ଡ, ରୋହିତ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୯୨ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୧।୧୦: ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମୁକାବିଲାରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ।...

ସାମ୍ନାରୁ ଲଢ଼ିଲେ କ୍ୟାପଟେନ କୋହଲି

ଦୁବାଇ,୨୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯାହା ଆଶା କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ପାକିସ୍ତାନ ପେସରଙ୍କ ଚମତ୍କାର ବୋଲିଂ କାରଣରୁ ୩୧ ରନ୍‌ ମଧ୍ୟରେ ଟପ୍‌...

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ...

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା...

Advertisement


Archives

Model This Week