Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନକୁ ଫେରିଲେ କୋହଲି

ଦୁବାଇ, ୫।୧୨(ପି.ଟି.)- ସୁପରଷ୍ଟାର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଅଧିନାୟକ କୋହଲି ଅଷ୍ଟ୍ରେଲିଆ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାର ୧ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଗତ ସପ୍ତାହରେ କୋଲକାତାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ କୋହଲି ୧୩୬ ରନର ଶତକୀୟ ପାଳି ଖେଳି ୯୨୮ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟପଟେ ଆଡିଲେଡ ଟେଷ୍ଟରେ ୩୬ ରନ କରିଥିବା ସ୍ମିଥ୍‌ ୯୨୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଆଡିଲେଡ ଟେଷ୍ଟ ପୂର୍ବରୁ ତାଙ୍କ ନିକଟରେ ଥିଲା ୯୩୧ ପଏଣ୍ଟ। ଏଥିରେ ୮ ପଏଣ୍ଟର ଅବନତି ହୋଇଛି।
ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ଅଜିଙ୍କ୍ୟ ରାହାନେ ଗୋଟିଏ ସ୍ଥାନ ତଳକୁ ଖସି ବ୍ୟାଟିଂ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ବୋଲରମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ବୋଲିଂ ତାଲିକାର ପଞ୍ଚମ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ସିନିୟର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବପରି ନବମ ସ୍ଥାନରେ ରହିଛନ୍ତି। ଦ୍ରୁତ ବୋଲର ମହମ୍ମଦ ସାମି ସାମି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ସାମି ଗୋଟିଏ ପାହାଚ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି।
ଅଷ୍ଟ୍ରେଲିଆ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଆଡିଲେଡ ଟେଷ୍ଟରେ ଅପରାଜିତ ୩୩୫ ରନର ତ୍ରିଶତକୀୟ ପାଳି ଖେଳି ୧୨ଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ଶ୍ରେଷ୍ଠ ୧୦୦ରେ ସ୍ଥାନ ପାଇଛନ୍ତି। ସେ ବର୍ଷ ଆରମ୍ଭରେ ୧୧୦ତମ ସ୍ଥାନରେ ରହିଥିଲେ। ଆଡିଲେଡ ଟେଷ୍ଟରେ ୭ ଉଇକେଟ ହାସଲ କରିଥିବା ଅଷ୍ଟ୍ରେଲିଆ ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୪ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ବାବର ଆଜମ ଦୁଇଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି। ସେହିପରି ବାମହାତୀ ଓପନର ଶାନ୍‌ ମାସୁଦ ୧୦ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୪୭ତମ ସ୍ଥାନରେ ରହିଛନ୍ତି।
ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୨୨୬ ରନର ଦ୍ୱିଶତକୀୟ ପାଳି ଖେଳି ୧୧ରୁ ସପ୍ତମ ସ୍ଥାନକୁ ଉପରକୁ ଉଠି ଶ୍ରେଷ୍ଠ ୧୦୦କୁ ଫେରିଛନ୍ତି। ସେହପରି ରୋରି ବନର୍‌ସ ପ୍ରଥମଥର ପାଇଁ ଶ୍ରେଷ୍ଠ ୪୦ରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଦୁଇଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛନ୍ତି। ସେହିପରି ଟିମ୍‌ ସୌଦି ଗୋଟିଏ ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୧୩ତମ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ତୃତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ସେ ତାଙ୍କ ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛନ୍ତି। ସେହିପରି ଅଫ୍‌ ସ୍ପିନର ରାଖିମ କର୍ନଓ୍ବାଲ ଟପ୍‌ ୫୦ରେ ସ୍ଥାନ ପାଇଛନ୍ତି। ଶମରା ବ୍ରୁକ୍ସ ୬୮ରୁ ଉଠି ୬୨ତମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?