ଆଇପ୍ୟାଡ୍‌ରେ ଓଡ଼ିଶା ବଜେଟ: ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି, ଜାଣନ୍ତୁ ପୂରା ଅପ୍‌ଡେଟ୍‌

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌ ମାଧ୍ୟମରେ ଉପସ୍ଥାପନା କରାଯାଉଛି। ଆସନ୍ତା ବଜେଟର ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି ଟଙ୍କା ରହିଛି। ସେଥିରୁ ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜାର ୨୦୦ କୋଟି, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି ରହିଛି।

ଜାଣନ୍ତୁ ପୂରା ଅପ୍‌ଡେଟ୍‌:

କୃଷି କ୍ଷେତ୍ର ପାଇଁ ଚଳିତବର୍ଷ ବ୍ୟୟ ବରାଦ ୧୯ ହଜାର ୪୦୮ କୋଟି:-
– ରାଜ୍ୟର କୃଷି ଅଭିବୃଦ୍ଧି ହାର ରହିଛି ୪.୫ କୋଟି। କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧% ରହିଛି। କୃଷକ ସଶକ୍ତୀକରଣ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି। ଏଯାଏ ଉକ୍ତ ଯୋଜନାରେ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। କାଳିଆ ଯୋଜନାରେ ୫ ହଜାର ୧୧୫ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଦେଇଛୁ। ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଆବର୍ତ୍ତନ ପାଣ୍ଠି ରହିଛି। ଚଳିତ ଆର୍ଥିକବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟରକୁ ଜଳ ଯୋଗାଣ ଲକ୍ଷ୍ୟ ରହିଛି। ବିଗତ ୫ ବର୍ଷ ମଧ୍ୟରେ ୬ଟି ବୃହତ୍‌ ଜଳସେଚନ ପ୍ରକଳ୍ପ କରାଯାଇଛି।

– ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧,୦୬୦ କୋଟି ବ୍ୟୟ ବରାଦ

– ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ଓ୍ବାଟର୍‌ ରିଚାର୍ଜ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୪୬ କୋଟି । ୧୫ ଜିଲାରେ ୧୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା ରହିଛି।

– କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫ କୋଟି
– ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି
– ମିଲେଟ ମିଶନ ପାଇଁ ମୋଟ ୧୦୬ କୋଟି
– ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି
– ମାଛଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି
– ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି
– ରାଜ୍ୟର ମୋଟ ଘରୋଇ ଉତ୍ପାଦ ୧୨.୨%ରୁ ୨୦.୧%କୁ ବୃଦ୍ଧି
– ରାଜସ୍ବ ଆୟ ରହିବ ୧ ଲକ୍ଷ ୨୪ ହଜାର କୋଟି। ଋଣ ବାବଦକୁ ଆସିବ ପ୍ରାୟ ୨୫ ହଜାର କୋଟି
– ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୩,୨୦୮ କୋଟି ଖର୍ଚ୍ଚ ଲକ୍ଷ୍ୟ
– ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି
– କଟକ ସହର, ଭିତରକନିକା, ସମଲେଶ୍ୱରୀଙ୍କ ପାଇଁ ବି ବ୍ୟୟବରାଦ

-ସ୍ବାସ୍ଥ୍ୟସେବା ପାଇଁ ୫ ବର୍ଷରେ ବଜେଟ ୭୭୦୦ କୋଟିକୁ ବୃଦ୍ଧି

ସେଥିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି। ସ୍ବାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ ୧୬୫୨ କୋଟି। କଟକ ଏସ୍‌ସିବି ବିକାଶ ପାଇଁ ୨ ବର୍ଷରେ ୧ହଜାର କୋଟି ଖର୍ଚ୍ଚ ହେବ। ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ଲକ୍ଷ୍ୟ ରହିଛି।

-ମୋ ସ୍କୁଲ ପାଇଁ ୪୦ ଓ ମୋ କଲେଜ ପାଇଁ ୨୦ କୋଟି ବ୍ୟୟବରାଦ

-ପାଇପ ପାଣି ଯୋଗାଣ ପାଇଁ ମୋଟ ୮ ହଜାର କୋଟି ବ୍ୟୟବରାଦ
ଚଳିତ ଆର୍ଥିକ ବର୍ଷରେ ଶତପ୍ରତିଶତ ନଗରାଞ୍ଚଳକୁ ପାଇପ ପାଣି ଯୋଗାଣ ଲକ୍ଷ୍ୟ ରହିଛି। ସେହିଭଳି ୬୦% ଗ୍ରାମାଞ୍ଚଳକୁ ପାଇପ୍‌ ପାଣଇ ଯୋଗାଣ ଲକ୍ଷ୍ୟ ରହିଛି।

ପିଏମ୍‌ଏଓ୍ବାଇ ଓ ବିଜୁ ପକ୍କା ଘଣ ପାଇଁ ୩୯୬୨ କୋଟି
-ମମତା ଯୋଜନା ପାଇଁ ୩୦୫ କୋଟି
-ମିଶନ ଶକ୍ତିରେ ଋଣ ଯୋଗାଣ ପାଇଁ ୧୫୦ କୋଟି
-ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି
-ମନରେଗା ପାଇଁ ମୋଟ ୧୫୦୧ କୋଟି
-ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି
-ଏସ୍‌ସି/ଏସ୍‌ଟି ବିକାଶ ପାଇଁ ୨୩ ହଜାର ୮୦୮ କୋଟି
-ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି
-ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି
-ସ୍ମାର୍ଟସିଟି ବିକାଶ ପାଇଁ ୨ଶହ କୋଟି
-ନୂତନ ସହର ବିକାଶ ପାଇଁ ୫୦ କୋଟି
-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୬୧୮୦ କୋଟି
-ରେଳ ଭିତ୍ତିଭୂମି ପାଇଁ ୪ଶହ କୋଟି
-ଏୟାରଷ୍ଟିପ୍‌ ନିର୍ମାଣ ପାଇଁ ୧୦୦ କୋଟି

-ଆଭ୍ୟନ୍ତରିଣ ନିରାପତ୍ତା ପାଇଁ ୫୯୭୪ କୋଟି
-ପୀଡ଼ିତ କ୍ଷତିପୂରଣ ପାଇଁ ୨୫ କୋଟି
-୨୦୨୦ ମେକ୍‌ ଇନ୍‌ ଓଡ଼ିଶା ଇପିକଲକୁ ୭ହ କୋଟି
-ଖଣି କ୍ଷେତ୍ର ପାଇଁ ୧୮୨ କୋଟି
-ଗ୍ରୀନ ମହାନଦୀ ମିଶନ ପାଇଁ ୩୧ କୋଟି
-ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧ କୋଟି
-ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି
-କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି
-ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ୧୦୦ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି
-ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟିି
-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି
-ବିଧାୟକ ଉନ୍ନୟନ ପାଣ୍ଠୀ ୩ କୋଟି ଟଙ୍କାକୁ ବୃଦ୍ଧି


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri