Posted inଫୁରସତ

ଆଇନା କହିବ କେତେ ସୁନ୍ଦର

ସୁନ୍ଦର ଦେଖାଯିବାକୁୂ କିଏ ନ ଚାହେଁ। କିନ୍ତୁ ସମସ୍ତେ ନିଜ ସୁନ୍ଦରତାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହନ୍ତି। ଯଦି ଏଭଳି ଭାବନା ଆପଣଙ୍କର ବି ଥାଏ, ତେବେ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହଁି। ଏକ ଆମେରିକା କମ୍ପାନୀ ଏଭଳି ଆଇନା ତିଆରି କରିଥିବା ଦାବି କରିଛି, ଯାହାକୁ ଦେଖିବା ମାତ୍ରକେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ସମ୍ପୂର୍ଣ୍ଣ ଆକଳନ କରି ତାହା ସ୍କ୍ରିନ୍‌ରେ ପ୍ରଦାନ କରିବାର କ୍ଷମତା ରଖିଛି। ଏହି ଆଇନାର ନାମ ରହିଛି ହାଏମିରର୍‌ ମିନି। ବ୍ୟକ୍ତିଙ୍କର ପ୍ରଥମେ ଆଇନା ଫଟୋ ସଂଗ୍ରହ କରିଥାଏ। ଭଏସ୍‌ କମାଣ୍ଡ୍‌ ଉପରେ ଚାଲୁଥିବା ଏହି ଆଇନା ଫଟୋ ଆଧାରରେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ତ୍ୱଚା, ନମନୀୟତା, ସୌନ୍ଦର୍ଯ୍ୟ ଏବଂ ତ୍ୱଚାର ଉଜ୍ଜ୍ୱଳତା ସମ୍ପର୍କରେ ସଠିକ୍‌ ସୂଚନା ପ୍ରଦାନ କରିଥାଏ। ତେବେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଆଇନା ଦୁର୍ବଳ ହୃଦୟର ବ୍ୟକ୍ତିବିଶେଷଙ୍କ ପାଇଁ ହାନିକାରକ। କାରଣ ଏହାଦ୍ୱାରା ସେମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବ୍ରିଟିଶ୍‌ ବଜାରରେ ଏହି ଆଇନାର ମୂଲ୍ୟ ୨୩୯ ପାଉଣ୍ଡ୍‌ ଅର୍ଥାତ୍‌ ୨୧,୭୭୧ ଟଙ୍କା ରହିଛି। ଏହି ଆଇନା ୧ ରୁ ୧୦୦ ସ୍କେଲ୍‌ ରେଟିଂ ମଧ୍ୟରେ ସୂଚନା ପ୍ରଦାନ କରେ। ୧୦୦ ରେଟିଂ ମିଳିବା ଅର୍ଥ ବ୍ୟକ୍ତିଙ୍କ ତ୍ୱଚା ଅ୍ଯଯନ୍ତ ସୁନ୍ଦର ରହିଛି। ଏହାଛଡ଼ା ଆଇନାରେ ଚେହେରାର ଯତ୍ନ ସମ୍ପର୍କରେ ଜରୁରୀ ତଥ୍ୟ ପ୍ରକାଶ ପାଇଥାଏ। ବ୍ୟକ୍ତିଙ୍କୁ ଏହା ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ବିଭିନ୍ନ ପରାମର୍ଶ ମଧ୍ୟ ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଜୀବ, ଯାହାର ହୃଦୟ ୩

ଦୁନିଆରେ ଅନେକ ରୋଚକ ଜିନିଷ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବେଳେବେଳେ ଏଭଳି ଜିନିଷ କଥା ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଏମିତି ଏକ ପ୍ରାଣୀ ହେଉଛି...

ଶପିଂ କରିବାକୁ ଯାଇ ରାସ୍ତା ଭୁଲିଗଲେ ଜାପାନ ରାଜକୁମାରୀ

ଟୋକିଓ,୨୪ା୧୧: ଜାପାନର ରାଜକୁମାରୀ ମାକୋ ବିଳାସମୟ ଜୀବନ ଏବଂ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଜଣେ ସାଧାରଣ ଲୋକଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ମାକୋ...

ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିର ନିଦର୍ଶନ

ଗତ ଆଲେଖ୍ୟରେ ସାମାନ୍ୟ ସୂଚନା ଦେବାକୁ ଯାଇ ଗଜପତି ନିଜେ କିପରି ସୁବର୍ଣ୍ଣ ମାଢ଼ ଗଢ଼େଇବାର ବ୍ୟବସ୍ଥା କରି ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାର ଆଦେଶ ଦେଇଥିଲେ...

୮୫୦ କି.ମି. ସାଇକେଲ ଚଳାଇ ବିବାହ ପାଇଁ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ,୧୭।୪: ମହାମାରୀ କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢ଼େଇ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିଯୋଗୁ...

ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା

ଜାପାନର ଟେକ୍‌ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ...

ହନିମୁନ୍‌ର ୨ ସପ୍ତାହ ପରେ ସ୍ବାମୀ ଦେଲେ ଧୋକା, ଗୋଟିଏ ଚାବିରୁ ଖୋଲିଲା ରାଜ୍‌

ଦୁନିଆରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସବୁଠୁ ପବିତ୍ର ବୋଲି ଧରାଯାଏ। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ସାତ ଜନ୍ମ ପାଇଁ ରହିବାର ଶପଥ ନିଅନ୍ତି।...

ଏବେ ବି ସେଦିନ ଅଭୁଲା: ଗାଁରେ ତ୍ରିରଙ୍ଗା ଉଡ଼ାଇଥିଲୁ

ଆଜି ଦେଶ ପାଳନ କରୁଛି ୭୫ତମ ସ୍ବାଧୀନତା ଦିବସ। ଏବେ ବି ଜୀବିତ ଅଛନ୍ତି ଦେଶ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କେତେକ ସଂଗ୍ରାମୀ। ତେବେ...

କମାରଶାଳର ରାଣୀ: ପରିବାର ପାଇଁ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ନିମାପଡ଼ାର ସୁନୀତା

ଯେଉଁଠି କମାରଶାଳରେ କାମ କରିବା ପରି ଏକ କଷ୍ଟ କାମ ପ୍ରତି ପୁଅମାନେ ବୀତସ୍ପୃହ ହେଲେଣି। ସେଠାରେ ଝିଅଟିଏ ହୋଇବି ସୁନୀତା ବାପାଙ୍କ କୌଳିକ ବୃତ୍ତିକୁ...

Advertisement
Archives

Model This Week