ଅସ୍ଥାୟୀ ଆଶ୍ରୟସ୍ଥଳ ଦେଇଛି ଆହାର

କେନ୍ଦୁଝର, ୩୧ା୩ (ନରେଶ ପଟ୍ଟନାୟକ)-କରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ। ଏହା ଚାରିଆଡ଼େ ତାହାର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ୩୪ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିବାବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସବୁଠି ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ସବୁଆଡ଼େ ଯାତାୟାତ ଏକପ୍ରକାର ଠପ୍‌ ହୋଇପଡ଼ିଥିବାବେଳେ ଦିନ ମଜୁରିଆମାନେ ବହୁ କଷ୍ଟରେ ସମୟ କାଟୁଛନ୍ତି। ସରକାରଙ୍କ ଲକଡାଉନ ଘୋଷଣା ଅନେକଙ୍କ କାମ ଛଡାଇ ନେଇଛି। ବାହାର ରାଜ୍ୟରୁ ଆସି କେନ୍ଦୁଝର ଜିଲାରେ ବହୁ ବର୍ଷ ହେଲା ରହି ଗଦି ଓ ରେଜେଇ ପ୍ରସ୍ତୁତ କରି ପେଟ ପୋଷୁଥିବା ଅନେକ ବ୍ୟକ୍ତି କିଛି ଦିନ ହେଲା କାମ ନ ପାଇ ବହୁତ ହଇରାଣ ହେଉଥିଲେ। ହେଲେ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହୁଥିବା ବହିରାଗତ ପାଇଁ ଗଦି ଆବଶ୍ୟକ ପଡିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ତିଆରି କରିବାକୁ ଅର୍ଡର ମିଳିଛି। ଏବେ ସେମାନେ କାମ ପାଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ବହିରାଗତଙ୍କୁ ଏକାନ୍ତରେ ରଖିବା ଆବଶ୍ୟକ। ସେମାନଙ୍କର ଚିକିତ୍ସା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେମାନଙ୍କ ଶୋଇବା ପାଇଁ ଆବଶ୍ୟକତା ଥିବା ବିଛଣା (ଗଦି) ପ୍ରସ୍ତୁତି କାମରେ ଗଦି, ରେଜେଇ ବେପାରୀମାନେ ଲାଗି ପଡିଛନ୍ତି। ଏହି କାମ ସେମାନଙ୍କୁ କର୍ମ ଯୋଗାଣ ସହ ଅସୁବିଧା ସମୟରେ ସେବା କରିବାକୁ ସୁଯୋଗ ଦେଲା ବୋଲି କୁହନ୍ତି ଗଦିବାଲା ଏମ୍‌ଡି ସମୀର। ଏଭଳି ୫୦୦ ଗଦି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଆଦେଶ ମିଳିଥିବା କହିଛନ୍ତି। ଏହି କାମରେ ଲାଗିଛନ୍ତି ୭ ଜଣ ମଜୁରିଆ। ଏମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ। କିନ୍ତୁ ବହୁ ବର୍ଷ ଧରି ଓଡ଼ିଶାର କେନ୍ଦୁଝର ଜିଲାରେ ଭଡ଼ା ଘରେ ରହି ଗାଁ ସହର ବୁଲି ଲୋକଙ୍କ ଗଦି ତିଆରି, ମରାମତି ଆଦି କାମ କରୁଛନ୍ତି। ଯାହା କିଛି ରୋଜଗାର ହୁଏ ନିଜେ ଚଳନ୍ତି ଏବଂ ଘରକୁ ଛୁଆପିଲାମାନଙ୍କ ଚଳିବା ପାଇଁ ପଠାଇଥାନ୍ତି। ହଠାତ ଲକ ଡାଉନ ଘୋଷଣା ଯୋଗୁ ସେମାନେ ଘରକୁ ଫେରି ପାରି ନ ଥିଲେ। ସବୁବେଳେ ବୁଲି କାମ କରିଆସୁଥିବା ଏହି ଲୋକ ଭଡ଼ାଘରେ ବସି ରହିି କ’ଣ କରିବେ ଚିନ୍ତାରେ ରହୁଥିଲେ। ଏଠାରେ କିପରି ରହିବେ କ’ଣ ଖାଇବେ ଚିନ୍ତାରେ ଥିବା ବେଳେ ଏହି କାମ ସେମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି। ସେମାନଙ୍କ ଭଳି ଜିଲାର ବହୁ ଗଦିବାଲାଙ୍କୁ ଏଭଳି ଗଦି ତିଆରି ପାଇଁ ବରାଦ ମିଳିଛି। ଏଥିପାଇଁ ପ୍ରଶାସନ ଆବଶ୍ୟକ ତୁଳା ବାଲେଶ୍ୱରରୁ ମଗାଇ ଯୋଗାଇ ଦେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଭି ନାଁରେ ଜମି ହଡ଼ପ ଅଭିଯୋଗ

ଖୋର୍ଦ୍ଧା ଅଫିସ,୨୭।୯: ଓଡ଼ିଶା ଟେଲିଭିଜନ (ଓଟିଭି) କର୍ତ୍ତୃପକ୍ଷଙ୍କ ବିରୋଧରେ ଚାଷଜମି ହଡ଼ପ କେଳେଙ୍କାରୀ ଅଭିଯୋଗ ଆସିଛି। ଶନିବାର ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ବେଗୁନିଆ ବ୍ଲକ ଅନ୍ତର୍ଗତ...

ପୋଲିସ ଭ୍ୟାନରୁ ଡେଇଁ ଦୁର୍ଦ୍ଦାନ୍ତ ଚନ୍ଦନ ଫେରାର

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍‌କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍‌ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ...

ପୁଣି କରୋନା ନେଲା ୨୧ ଜୀବନ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୧ଜଣଙ୍କ ମୃତ୍ୟୁ...

ମତ୍ସ୍ୟଜୀବୀଙ୍କୁ ୨ ମାସ ସମୁଦ୍ର ମନା

ବାଲିଆପାଳ, ୨୨।୪(ସ୍ବ.ପ୍ର.) ଦକ୍ଷିଣ ବାଲିଆପାଳର ୨୪ କି.ମି. ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ମାଛ ଧରି ଜୀବିକାନିର୍ବାହ କରନ୍ତି। ସରକାର ମତ୍ସ୍ୟଜୀବୀମାନଙ୍କୁ ଏପ୍ରିଲ ୧୫ଠାରୁ ଜୁନ୍‌...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୬ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିଲେ; ଜଳଖିଆ ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ,୨୩।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଖାଦ୍ୟରେ ବିଷ ଦେଇ ୨୦ରୁ ଅଧିକ କୁକୁରଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ...

କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱର ଥାନା...

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍‌ତକ...

Advertisement
Archives

Model This Week