ଅସୁରକ୍ଷିତ ଅବସ୍ଥାରେ ମିନାବଜାର

ବ୍ରହ୍ମପୁର ଅଫିସ,୨୮ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସରିବାକୁ ଦୁଇଦିନ ବାକି ରହିଛି। ଦେଶୀ ବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ, ସାନବଜାର, ବଡ଼ବଜାର, ଗିରି ମାର୍କେଟ, ସବ୍‌ରେଜିଷ୍ଟ୍ରାର ଅଫିସ, ରାମଲିଙ୍ଗମ୍‌ ଟ୍ୟାଙ୍କ ରୋଡ, ସତ୍ୟ ନାରାୟଣ ମନ୍ଦିର ରାସ୍ତା, ଅନ୍ନପୂର୍ଣ୍ଣା ମାର୍କେଟ, ଗୌତମ ସିନେମା ହଲ ରାସ୍ତା, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରାସ୍ତା ପ୍ରଭୃତିରେ ସନ୍ଧ୍ୟା ହେବା କ୍ଷଣି ଲୋକାରଣ୍ୟ ହୋଇପଡ଼ୁଛି। ମିନା ବଜାରଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ରହିଛି। ଭିଡ଼ ଫାଇଦା ନେବାକୁ ଯାଇ ଅସାମାଜିକ ଯୁବକମାନେ ଗଣ୍ଡଗୋଳ ଘଟାଉଛନ୍ତି।

ବେଳେ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଲୋକଙ୍କ ଧନଜୀବନ ସୁରକ୍ଷା ଦେବାରେ ପୋଲିସ ଏକପ୍ରକାର ବିଫଳ ହୋଇଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପାଇଥିବା କହି ମିନା ବଜାର ସଂସ୍ଥା ମାଲିକମାନେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଟ୍ରାଫିକ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ମିନା ବଜାରଗୁଡ଼ିକ ସହର ବାହାରେ ଖୋଲାଯିବା କଥା। ହେଲେ ସେହି ନିୟମ ଏଠାରେ ଲାଗୁ ହେଉନାହିଁ। ମିନା ବଜାର ପରିସରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ନିୟମ ମୁତାବକ ହୋଇ ନ ଥିବା ଅଭିଯୋଗ ହେଉଛି। ମିନା ବଜାରକୁ ଆସୁଥିବା ଲୋକମାନେ ପାର୍କିଂ ସୁବିଧା ନ ପାଇ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି। ଫଳରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତା ପୂରା ଜାମ୍‌ ରହୁଛି। ଏନେଇ ଅଭିଯୋଗ କଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। କେତେକ ଅସାମାଜିକ ବ୍ୟକ୍ତି ପୋଲିସକୁ ହାତ କରି ରାସ୍ତା କଡ଼ରୁ ପାର୍କିଂ ଆଳରେ ଚାନ୍ଦା ଆଦାୟ କରୁଛନ୍ତି। ଗୋଟିଏ ପଟେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଅନ୍ୟପଟେ ରାମଲିଙ୍ଗମ ପୋଖରୀ ରାସ୍ତା ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏଭଳି ସ୍ଥିତିରେ ଏହି ରାସ୍ତା କଡ଼ରେ ଯାନବାହନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଟ୍ରାଫିକ ସମସ୍ୟା ଓ ଲୋକଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କୁହନ୍ତି, ମିନା ବଜାର ପାଇଁ ଅନୁମତି ମିଳିଥିବା କଥା ସେ ଶୁଣିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ ସହ ୩ୟ ଓ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜିଲାରୁ ୩୦୦ କନଷ୍ଟେବଳ ଓ ୫ ଥାନାଧିକାରୀ ପୁରୀ ଓ କେନ୍ଦ୍ରାପଡ଼ା ଅଞ୍ଚଳକୁ ଡ୍ୟୁଟିରେ ଯାଇଛନ୍ତି। ଆମ ପାଖରେ ଥିବା ଓଆର କନଷ୍ଟେବଳ ଓ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ନେଇ ମା’ଙ୍କ ଯାତ୍ରାସ୍ଥଳ ଓ ଅନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କରାଯାଉଛି। ମିନାବଜାର ଯୋଗୁ ଟ୍ରାଫିକ ସମସ୍ୟା ଯଦି ଗୁରୁତର ହେବ ତା’ହେଲେ ସେ ଦିଗରେ ବିକଳ୍ପ ପଦକ୍ଷେପ ସ୍ବରୂପ ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ। ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ପଣ୍ଡା କୁହନ୍ତି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମିନା ବଜାର ସଂସ୍ଥା ମାଲିକମାନଙ୍କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି ଭାବେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପରେ ଉପଜିଲାପାଳ ଦିଗନ୍ତ ରାଉତରାୟ କୁହନ୍ତି, ବ୍ରହ୍ମପୁରରେ ଖୋଲିଥିବା ତିନୋଟି ମିନା ବଜାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ତହସିଲଦାରଙ୍କ ନେତୃତ୍ୱରେ ଟିମ୍‌ ଯାଞ୍ଚ କରି ତା’ର ରିପୋର୍ଟ ଉପଜିଲାପାଳଙ୍କ ନିକଟରେ ଦାଖଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ପୁରସ୍କୃତ କଲେ ଜିଲାପାଳ

ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲା ମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪-ମାର୍ଚ୍ଚ ପୁରସ୍କାର ପୁରସ୍କାର...

ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍‌, ଚାଷୀଙ୍କୁ ଯୋଗାଇ ଦିଆଯିବ…

ଛତ୍ରପୁର,୨୪ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍‌ ହୋଇଛି। ସୋମବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏହା ପ୍ରକାଶ...

ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨୪ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌-୧ ଡ. ଇନ୍ଦୁ ଶର୍ମା ସୋମବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି...

‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍‌ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୨୩।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିନ୍ଧବା-ପଦ୍ମପୁର ରାସ୍ତାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ମଝିରେ ପୋତା ଯାଇଛି ସିମେଣ୍ଟର ଏକ ବିଦ୍ୟୁତ୍‌...

ସ୍ବାସ୍ଥ୍ୟ, ପାନୀୟ ଜଳ ସମସ୍ୟା ନେଇ ଉଦ୍‌ବେଗ

ଦିଗପହଣ୍ଡି,୨୩ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରର ସ୍ବାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର...

୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚିକିଟି,୨୩ା୬ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ୨ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଧାୟକଙ୍କ ଅଭିଯୋଗ ପରେ ଜିଲା...

ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୁଷୋତ୍ତମପୁର,୨୨ା୬(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜିଉଙ୍କୁ ରତ୍ନବେଦିରୁ ଆଣି ସ୍ନାନବେଦିରେ ବିଜେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri