Posted inଭଦ୍ରକ

ଅସହାୟଙ୍କ ସାହା ଜଳଧର

ବନ୍ତ, ୨୨।୮ (ଡି.ଏନ.ଏ.)- ଅନେକ ଦୁଃଖ ଯନ୍ତ୍ରଣା ଅଙ୍ଗେ ନିଭାଇ ଥିବାରୁ ସେ ଅନ୍ୟର କଷ୍ଟ ସହି ପାରନ୍ତି ନାହିଁ । କେହି ରୋଗ ଯନ୍ତ୍ରଣାରେ ପଡିଥିଲେ, ସେ ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇ ଚକିତ୍ସା କରିବାକୁ ଡେରି କରନ୍ତି ନାହିଁ ା ଖରାବର୍ଷା ହେଉ କି ରାତି ଅଧ କାହାକୁ ସେ ଖାତିର କରନ୍ତି ନାହିଁ ବୋଲି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମର ଜଳଧର ନାୟକ କହିଛନ୍ତି।
ତାଙ୍କର ଏଭଳି ସେବାମୂଳକ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଥାନ୍ତି। କେହି କେହି ତାଙ୍କୁ ଦେବଦୂତ ବୋଲି କହିଥାନ୍ତି। ଜଳଧରଙ୍କ ବୟସ ଏବେ ୪୮ ବର୍ଷ। ସେ ୭ ବର୍ଷର ହୋଇଥିବା ବେଳେ ବାପାଙ୍କୁ ହରାଇଥିଲେ। ଦୁଇ ଭାଇ ଓ ଦୁଇ ଭଉଣୀକୁ ତାଙ୍କ ମା’ ବହୁ କଷ୍ଟରେ ଲାଳନପାଳନ କରିଥିଲେ। ପିଲାଦିନୁ ସଂଘର୍ଷ କରି ବଞ୍ଚିବା ଶିଖିଥିଲେ ଜଳଧର। ପରବର୍ତ୍ତୀ ଅବସ୍ଥାରେ ଦୁଇ ଭଉଣୀ ଓ ସାନଭାଇ ବିଭା ହୋଇଥିଲେ ା ବର୍ତ୍ତମାନ ବୃଦ୍ଧା ମା’ଙ୍କ ସମେତ ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାରା ଘରଡିହକୁ ଛାଡି ମାତ୍ର ୨୦ ଗୁଣ୍ଠ ଜମି ରହିଛି। ଦୁଇ ପୁଅ ବଡ ହେବା ପରେ ବାହାରେ ରୋଜଗାର କରି ଯାହା ଦେଉଛନ୍ତି ସେଥିରେ ପରିବାର ଚଳୁଛି। ସବୁବେଳେ ପରିବାର ଚିନ୍ତା ଥିଲେ ମଧ୍ୟ ଜଳଧର ଅସହାୟ ବ୍ୟକ୍ତିଙ୍କ ପାଇଁ ଅକାତରରେ ସହାୟତାର ହାତ ବଢାଇ ଆସିଛନ୍ତି। କେହି ରୋଗରେ ପଡି ଚିକତ୍ସା କାର୍ଯ୍ୟ ଲାଗି ସହାୟତା ମାଗିଲେ ସେ ଆଗକୁ ଆସି ରୋଗୀଙ୍କୁ ଡାକ୍ତରଖାନା ନେଇ ସେବା ଯୋଗାଇ ଥାନ୍ତି। କାହାରିଠାରୁ କିଛି ପାରିଶ୍ରମିକ ନିଅନ୍ତି ନାହିଁ ା ଦୀର୍ଘ ୨୦ ବର୍ଷ ଧରି ସେ ଏଭଳି ସେବା କାର୍ଯ୍ୟ କରି ନିଳୋକ ଅଞ୍ଚଳ ସମେତ ପଧାନପଡା, କେନ୍ଦୁଆପଦା, ରାମପୁର ଗୋବିନ୍ଦପୁର ଆଦି ପଞ୍ଚାୟତର ବହୁ ଅସହାୟ ରୋଗୀଙ୍କୁ ସାହାଯ୍ୟ କରି ଜୀବନରକ୍ଷା କରିଛନ୍ତି ା ବିଶେଷ କରି ଡାକ୍ତରଖାନା ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅବଗତ ନ ଥିବା ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟମାନେ ଆସି ତାଙ୍କ ସହାୟତା ଲୋଡିଥାନ୍ତି । ଜଳଧର କହନ୍ତି, ପରିବାରର ଦୁଃସ୍ଥିତି ଯୋଗୁ ୩ୟ ଶ୍ରେଣୀରୁ ତାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲ। ସେଥିଲାଗି ସେ ନିଜ ପିଲାଙ୍କୁ ପାଠ ପଢାଇ ମଣିଷ କରିଛନ୍ତି। ଅସହାୟ ମଣିଷଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରି କାର୍ଯ୍ୟ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ,୧।୧୧: ଦୀପାବଳିଠାରୁ ୭ଦିନ ଧରି ଚାଲିଥିବା ଭଦ୍ରକ କାଳୀପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମା’ ମେଲାଣି ନେଇଛନ୍ତି। ଭଦ୍ରକର ଏକମାତ୍ର ରାଜଘାଟ...

ଟାଟା ମ୍ୟାଜିକ୍‌କୁ ୧୭,୫୦୦ ଜରିମାନା

ଭଦ୍ରକ ଅଫିସ,୧୫।୨-ଭଦ୍ରକ ଆର୍‌ଟିଓ ପକ୍ଷରୁ ଶନିବାର ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ୍‌କୁ ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟାଟା ମ୍ୟାଜିକ୍‌...

ତଳିଆ ଅଞ୍ଚଳ ସ୍ଥିତି ପରଖିଲେ ଅଧିକାରୀ

ଆରଡି, ୨୧ା୮(ଡି.ଏନ.ଏ.)- ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ଆସିଛି । ବର୍ଷା ପରିମାଣ କମିବାରୁ ଆଖୁଆପଦାଠାରେ ମଙ୍ଗଳବାର ଜଳସ୍ତର ହ୍ରାସ ପାଇଥିବା...

ଲକ୍‌ଡାଉନ୍‌ ଊଲ୍ଲଂଘନ ଅଭିଯୋଗ , ୯ ଦୋକାନୀ ଗିରଫ

ଭଣ୍ଡାରିପୋଖରୀ, ୨୨।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ ଜଣ କରନା ରୋଗୀ ଚିହ୍ନଟ ହେବା ପରେ ବ୍ଲକର ଦୁଇ ପଞ୍ଚାୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଏହା ଛଡ଼ା...

ସୋମବାର ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୧୯ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ (ସୋମବାର) ଖୋଲିବାକୁ ଯାଉଛି । ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ...

୨୦ ବର୍ଷ ଧରି ଗୋଦାମରେ ତାଲା

ଧାମନଗର, ୧୯।୮(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତାଫାପୁର ପଞ୍ଚାୟତ ଗୋଦାମରେ ଦୀର୍ଘ ୨୦ବର୍ଷ ଧରି ତାଲା ପଡ଼ିଛି। ଫଳରେ ଏହା କାମରେ ଆସୁନି।...

ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ, ସ୍ବଦେଶୀ ସାମଗ୍ରୀ ବିକିବାକୁ ଅନୁରୋଧ

ଭଦ୍ରକ ଅଫିସ,୧୮ା୬: ସୀମାରେ ଚାଇନା-ଭାରତ ସଂଘର୍ଷ ପରେ ଦେଶବ୍ୟାପୀ ଆଲୋଡ଼ନ ଖେଳିଯାଇଛି। ସଂଘର୍ଷରେ ଭାରତର ଯବାନମାନେ ଶହୀଦ ହେବା ପରେ ଚାଇନା ବିରୋଧରେ ଅସନ୍ତୋଷ ବଢ଼ିବାରେ...

ଅଗ୍ନିକାଣ୍ଡରେ ୫ ଗୋରୁ ଜୀବନ୍ତ ଦଗ୍ଧ

ଧାମନଗର,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଆନନ୍ଦ ଖୁଣ୍ଟିଆଙ୍କ ଗୁହାଳ ଜଳିଯାଇଥିବା...

Advertisement
Archives

Model This Week