Posted inଜାତୀୟ

ଅଶୋକ ଧାମ ମନ୍ଦିରରେ ଦଳାଚକଟା

ପାଟନା,୧୨।୮: ଶ୍ରାବଣ ମାସର ଶେଷ ସୋମବାରରେ ବିହାର ଲକ୍ଷୀସରାୟ ଜିଲାରେ ଥିବା ଇନ୍ଦ୍ରଦମନେଶ୍ୱର ମହାଦେବ ଅଶୋକ ଧାମ ମନ୍ଦିରରେ ଏକ ଦୁର୍ଘଟଣା ଘଟିଛି। ସୋମବାର ମନ୍ଦିରରେ ଲକ୍ଷାଧିକ ଶିବଭକ୍ତଙ୍କ ସମାଗମ ହୋଇଥିବା ବେଳେ ଲମ୍ବା ଲାଇନ ଲାଗିଥିଲା। ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁ ବ୍ୟାରିକେଡ଼ ଭାଙ୍ଗିଯିବାରୁ ଲୋକମାନେ ଏପଟେ ସେପଟେ ଦୌଡିବାକୁ ଲାଗିଥିଲେ। ଫଳରେ ଲାଇନରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଆହତ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଆୟତ୍ତ କରାଯିବା ପରେ ଦର୍ଶନ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସର୍ତ୍ତ ମୂଳକ ଜାମିନ୍‌ ମିଳିଛି। ସୁପ୍ରିମ୍‌କୋର୍ଟ ଜାମିନ୍‌ ଆବେଦନର ବିଚାର କରି ଏହାକୁ ମଞ୍ଜୁର...

ଶୁଭେନ୍ଦୁ ଆସିବେ ବୋଲି ଜାଣି ରାଗିଗଲେ ଦିବି

କୋଲକତା,୨୮।୫: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟାସ୍‌’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟାଞ୍ଚଳ ପରିଦର୍ଶନ କରି ସମ୍ପୃକ୍ତ ରାଜ୍ୟ...

କରୋନା ରୋଗୀଙ୍କ ଉପରେ ହେବ ସେପ୍ସିସ୍‌ ଔଷଧର ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ସେପ୍ସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ଗୁରୁତର କୋଭିଡ୍‌-୧୯ ରୋଗୀଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ଲାଗି ନିଷ୍ପତ୍ତି ହୋଇଛି। ଦେଶର ତିନୋଟି...

ପଞ୍ଜାବରେ ଗ୍ୟାଙ୍ଗଓ୍ବାର ଆଶଙ୍କା, ଜେଲ ପାଲଟିଛି ସୁରକ୍ଷିତ ସ୍ଥାନ, ଜେଲରେ ରହି ଅପରାଧ ପରିଚାଳନା…

ଚଣ୍ଡିଗଡ଼, ୬।୬ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ କିଏ ହତ୍ୟା କଲା, ଏହାର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଏହି ହତ୍ୟା...

ଭୟଭୀତ ଅଛନ୍ତି ମମତା ବାନାର୍ଜୀ: ଜେପି ନଡ୍ଡା

କୋଲକତା,୩୧।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ବୁଧବାର ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଏକ ନିର୍ବାଚନ ରାଲିକୁ ସମ୍ବୋଧିତ...

ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୨୭ା୧୧: ବେଙ୍ଗାଲୁରୁରୁ ପାଟଣା ଯାଉଥିବା ଗୋ-ଏୟାର ବିମାନର ନାଗପୁର ବିମାନ ବନ୍ଦରରେ ଶନିବାର ଜରୁରିକାଳୀନ ଅବତରଣ କରାଯାଇଥିବା ଜଣାପଡ଼ିଛି। ଇଞ୍ଜିନ୍‌ରେ ତ୍ରୁଟି ଯୋଗୁ ପାଇଲଟ୍‌ ହଠାତ୍‌...

ଗୋଟିଏ ପରିବାରର ୧୩ ଜଣ କରୋନାରେ ପୀଡ଼ିତ

ମିରଠ,୩୦।୩: ଉତ୍ତରପ୍ରଦେଶର ମିରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଠାରେ ଏବେ ଗୋଟିଏ ପରିବାରର ୧୩ ଜଣ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି।...

Advertisement
Archives

Model This Week