Posted inଖେଳ

ଅଲିମ୍ପିକ୍‌ ଜ୍ୟୋତି ପ୍ରଦର୍ଶନକୁ ବାତିଲ କଲା ଜାପାନ

ଟୋକିଓ, ୭।୪ (ପି.ଟି.)- କୋଭିଡ୍‌-୧୯ ସାରା ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଅଲିମ୍ପିକ୍ସ ଆୟୋଜକ ଦେଶ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି। ଜାପାନ ଅଲିମ୍ପିକ୍ସ ଜ୍ୟୋତି ପ୍ରଦର୍ଶନକୁ ଜାପାନ ବାତିଲ କରିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ବେଳେ ଜ୍ୟୋତି ପ୍ରଦର୍ଶନକୁ ବାତିଲ କରାଯିବ ବୋଲି ପୂର୍ବରୁ ଆଶା କରାଯାଉଥିଲା।

ଜାପାନର ଫୁକୁଶିମାର ଉତ୍ତରପୂର୍ବାଞ୍ଚଳରେ ଗତ ଗୋଟିଏ ସପ୍ତାହ ହେବ ସର୍ବସାଧାରଣଙ୍କ ପାଇଁ ଜ୍ୟୋତି ପ୍ରଦର୍ଶିତ ହୋଇ ଆସୁଥିଲା। ତେବେ ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବାରୁ ଅଲିମ୍ପିକ୍‌ ଆୟୋଜକମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରୀସ୍‌ରେ ପ୍ରଜ୍ୱଳିତ ହୋଇଥିବା ଏହି ଜ୍ୟୋତି ମାର୍ଚ୍ଚ ୨୦ ତାରିଖରେ ଜାପାନରେ ପହଞ୍ଚିଥିଲା। ୬ ଦିନ ପରେ ଏହି ଟର୍ଚ୍ଚ ରିଲେ ଆରମ୍ଭ ହୋଇଥାନ୍ତା ଓ ଜୁଲାଇ ୨୪ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଏହି ରିଲେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ କାରଣରୁ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଛି। ତେଣୁ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ୨୦୨୧ ଜୁଲାଇ ୨୩ରେ ଆୟୋଜନ ହେବ।

ଅଲିମ୍ପିକ୍ସ ସ୍ପିରିଟ୍‌କୁ ବଞ୍ଚାଇ ରଖିବା ପାଇଁ ସ୍ଥାନୀୟ ଆୟୋଜକ ଏହି ଜ୍ୟୋତିକୁ ଫୁକୁଶିମାରେ ଏକ ଲଣ୍ଠନରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫୁକୁଶିମାରୁ ଟର୍ଚ୍ଚ ରିଲେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏପ୍ରିଲ ଶେଷ ପର୍ଯ୍ୟନ୍ତ ଏହି ଜ୍ୟୋତିକୁ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଥିଲୁ। ତେବେ ପରସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଟୋକିଓ ୨୦୨୦ ଆୟୋଜକ କମିଟି ମୁଖପାତ୍ର କହିଛନ୍ତି। ତେବେ ଲୋକେ ଏକତ୍ରିତ ହେବାର ସମ୍ଭାବନା ଥିବାରୁ ସେ ଏହି ଜ୍ୟୋତିକୁ କେଉଁଠାରେ ରଖାଯିବ ସେନେଇ ସେ କିଛି କହିନାହାନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ଅଲିମ୍ପିକ୍‌ ଜ୍ୟୋତିର ଯାତ୍ରାରେ ସବୁ ପ୍ରକାର ସମସ୍ୟା ଦେଖା ଦେଇଥିଲା। ଲୋକେ ଏକତ୍ରିତ ହେବାର ଆଶଙ୍କା ଦୃଷ୍ଟିରେ ରଖି ଗ୍ରୀକ୍‌ରୁ ଜାପାନ ଆସିବା ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତିର ଯାତ୍ରା ବେଶ୍‌ ନିରାଡମ୍ବର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri