Posted inଖେଳ

ଅଲିମ୍ପିକ୍ସ ଘୁଞ୍ଚିବା ଆମ ଲାଗି ସୁଯୋଗ ସୃଷ୍ଟି କରିଛି: ନମିତା

ବେଙ୍ଗାଲୁରୁ, ୨୩।୪(ପି.ଟି.): ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ଭାରତୀୟ ମହିଳା ହକି ଦଳ ପାଇଁ ଅନୁକୂଳ ପରସ୍ଥିତି ସୃଷ୍ଟି କରିଛି। ପ୍ରସ୍ତୁତି ପାଇଁ ଆମକୁ ଆହୁରି ଗୋଟିଏ ବର୍ଷ ଅଧିକ ମିଳିଛି। ଏହା ଦ୍ୱାରା ଆମେ ଅଧିକ ଗୋଟିଏ ବର୍ଷର ଅଭିଜ୍ଞତା ହାସଲ କରିବୁ ବୋଲି ଓଡ଼ିଆ ମହିଳା ହକି ତାରକା ନମିତା ଟୋପ୍ପୋ କହିଛନ୍ତି। ଦଳର ପସ୍ତୁତି ଆହୁରି ଶାଣିତ ହୋଇପାରିବ ଓ ଆମେ ଅଲିମ୍ପିକ ପଦକ ହାସଲ କରିବୁ ବୋଲି ଏହି ଅଭିଜ୍ଞ ମିଡ୍‌ଫିଲ୍ଡର ମତ ରଖିଛନ୍ତି।
କୋଭିଡ-୧୯ ମହାମାରୀ ପାଇଁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମେ ଅଲିମ୍ପିକ୍‌ ପଦକ ହାସଲ କରିବା ଲକ୍ଷ୍ୟକୁ ପ୍ରଭାବିତ କରିପାରିବ ନାହିଁ। ଅଲିମ୍ପିକ ପଦକ ଜିତିବା ଆମର ମୂଳ ଲକ୍ଷ୍ୟ। ଏବେ ଏହି ଲକ୍ଷ୍ୟରେ ପରିବର୍ତ୍ତନ ହେବ ନାହିଁ। ଏହା ଦ୍ୱାରା ଆମେ ପ୍ରସ୍ତୁତ୍‌ ହେବା ପାଇଁ ଅଧିକ ସମୟ ପାଇବୁ ଓ ଅଲିମ୍ପିକ୍‌ରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବୁ ବୋଲି ୧୬୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ନମିତା କହିଛନ୍ତି।
ଆମ ଦଳରେ କୌଣସି ବୟସ୍କ ଖେଳାଳି ନାହାନ୍ତି। ଏହି ଦଳର ଖେଳାଳି ସାଥୀ ହୋଇ ଦୀର୍ଘ ବର୍ଷ ଧରି ଖେଳିଆସୁଛନ୍ତି। ତେଣୁ ଆଉ ଗୋଟିଏ ବର୍ଷର ଅଭିଜ୍ଞତା ଆମ ପାଇଁ ସୁଯୋଗ ସୃଷ୍ଟି କରିବ। ୨୦୧୮ ଏସିଆନ ଗେମ୍ସ ଖେଳିବା ଅସରରରେ ଆଣ୍ଠୁରେ ଦେଖାଦେଇଥିବା ଆଘାତ ସମସ୍ୟା ଯୋଗୁ ସେ ପାଖାପାଖି ୧୦ ମାସ ଦଳରୁ ଦୂରେଇ ରହିଥିଲେ। ଦଳରୁ ଦୂରେଇ ରହିବା ନିଶ୍ଚିତ ଭାବେ କଷ୍ଟକର। ତେବେ ଏହା ମାନସିକ ଭାବେ ଦୃଢ ହେବାରେ ସହାୟ ହୋଇଛି ୨୪ ବର୍ଷୀୟା ନମିତା କହିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ନମିତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦଳକୁ ଫେରିବା ନେଇ ବ୍ୟସ୍ତ ଥିଲି। କାରଣ ଏହା କେତେ ଦିନ ସମୟ ନେବ ତାହା ଜାଣି ନ ଥିଲି। ଦଳରୁ ଦୂରେଇ ରହିଥିବା ବେଳେ ବେଶ୍‌ ଚିନ୍ତିତ ଥିଲି। ଯାହା ହେଲା ଭଲ ହେଲା। ଇଞ୍ଜୁରୀରୁ ମୁକୁଳିବାରେ ଦଳର ସାଥୀ ଖେଳାଳି ଓ କୋଚ୍‌ମାନେ ବେଶ୍‌ ସହାଯ୍ୟ କରିଛନ୍ତି। ଏଥିପାଇଁ ସେ ଏମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ପାଇଁ ନମିତା ଅଲିମ୍ପିକ୍ସ ଖେଳିବାର ଲକ୍ଷ୍ୟ ରହିଛନ୍ତି। ତେବେ ଭାରତୀୟ ଦଳରେ ସାମିଲ ହେବା ଦିନ ଠାରୁ ନମିତା ବହୁ ଉତ୍ଥାନ ପତ୍ତନ ଦେଖିଛନ୍ତି। ଇଞ୍ଜୁରି ଗୁରୁତର ଥିବାରୁ ଭଲ ହେବା ପାଇଁ ସମୟ ଲାଗିବ ବୋଲି ଆମ ସାଇଣ୍ଟିଫିକ୍‌ ଆଡଭାଇଜନର ଓ୍ବେନ୍‌ ଲୋମ୍ବାର୍ଡ କହିଥିଲେ। ଦଳକୁ ଫେରି ପୁଣି ଦେଶ ପାଇଁ ଖେଳିବା ବହୁତ ସନ୍ତୋଷ ଦେଇଛି। ଇଞ୍ଜୁରିରୁ ଫେରିବା ପରେ ପ୍ରଥମେ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସାମିଲ ହୋଇଥିଲି ଓ ଏହା ବହୁତ ଖୁସି ଦେଇଥିଲା। ଭାରତ କିପରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବ ସେ ନେଇ ପ୍ରୟାସ କରିଥିଲି। ଇଂଲଣ୍ଡ ଗସ୍ତରେ ସାମିଲ ହୋଇ ଭଲ ପ୍ରଦର୍ଶନ କରିବା ପରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର ସାମିଲ ହେବା ଉଚିତ୍‌ ମୁଖ୍ୟ କୋଚ୍‌ ହୃଦୟଙ୍ଗମ କରିଥିଲେ। ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୨୦୧୯ ନଭେମ୍ବରରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri