ଅଲାରନାଥ ମନ୍ଦିରରେ ଦର୍ଶନ ବନ୍ଦ

ବ୍ରହ୍ମଗିରି,୨୧ା୩(ଡି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା କରାଇବା ସହ ବ୍ରହ୍ମଗିରିରେ ଥିବା ମହାପ୍ରଭୁ ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି। ଏ ନେଇ ଶୁକ୍ରବାର ପ୍ରଶାସନ ତରଫରୁ ମନ୍ଦିରରେ ଦର୍ଶନ ବନ୍ଦ କରି ଦିଆଯାଇଛି। ଫଳରେ ଅନେକ ଦର୍ଶନାର୍ଥୀ ଆସି ବାହାରୁ ଦର୍ଶନ କରି ଫେରିଥିବାର ଦେଖିବାକୁ ମିଳିଛି। ପର୍ଯ୍ୟଟନ କ୍ଷେତ୍ରରେ ବ୍ରହ୍ମଗିରି ଅଲାରନାଥ ମନ୍ଦିର ଏକ ପ୍ରମୁଖ ସ୍ଥାନ। କରୋନା ପାଇଁ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏହି ମନ୍ଦିରରେ ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡା ଓ ବ୍ରହ୍ମଗିରି ପୋଲିସ ଉପସ୍ଥିତିରେ ବନ୍ଦ କରାଯାଇଛି। କେବଳ ସେବାୟତମାନେ ମନ୍ଦିର ମଧ୍ୟରେ ନୀତିକାନ୍ତି ସାରି ମନ୍ଦିର ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବ୍ରହ୍ମଗିରି ଅଞ୍ଚଳରେ ଥିବା ବିଭିନ୍ନ ପ୍ରମୁଖ ଦେବାଳୟକୁ ମଧ୍ୟ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଲାଗି ଅଟକିଛି ମଡର୍ନ ବସ୍‌ ପୋର୍ଟ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ଓଡ଼ିଶାରେ ମଡର୍ନ ବସ୍‌ ପୋର୍ଟ ହେବାରେ ଏବେ ଜମି ଅଧିଗ୍ରହଣ ବାଧକ ସାଜିଛି। କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ଡିସେମ୍ବର ୨ରେ...

ଥାନାରୁ ମାଲିକଙ୍କୁ ଦିଆଗଲା ଜବତ ଗାଡ଼ି

ଜଗନ୍ନାଥପ୍ରସାଦ,୯ା୬(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦ ପୋଲିସ ପକ୍ଷରୁ ଜବତ ହୋଇଥିବା ଯାନବାହନ ଗୁଡିକ ବର୍ଷ ବର୍ଷ ଧରି ଥାନା ପରିସରରେ ପଡି ରହିଥିଲା। ସେଗୁଡିକୁ ଗାଡ଼ି ମାଲିକଙ୍କୁ ଫେରାଇବା ପ୍ରକ୍ରିୟା...

ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ମୟୂରଭଞ୍ଜ ଜିଲାକୁ ୨୪ ପଦକ

ବାରିପଦା ଅଫିସ,୧୫ା୧୨- ଗତ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ମିଳିଛି ସଫଳତା । ୧୭...

କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ...

ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁ ବନ୍ଦ

କଟକ ଅଫିସ,୨୭ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ କାଜୁଆଲିଟିର ଚତୁର୍ଥ ମହଲାରେ ଥିବା ସେଣ୍ଟ୍ରାଲ ଆଇସିୟୁକୁ ବନ୍ଦ କରି ଦିଆଯାଇଛି। ବୁଧବାର ଏଠାରୁ ଗୋଟିଏ...

ବିଭିନ୍ନ ଦାବି ନେଇ ଗ୍ରାମବାସୀଙ୍କ ରେଳ ଅବରୋଧ : କମ୍ପାନୀ ଦାବି ପୂରଣ ନ କଲେ ଜାରି ରହିବ ଆନ୍ଦୋଳନ

ଭବାନୀପାଟଣା,୨୩।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହେବାର ଦୀର୍ଘବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହିଁ କମ୍ପାନୀ।...

ଅର୍କ କୁମାର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏବେ...

୪୦ ଗ୍ରାମ ବ୍ରାଉନସୁଗାର, ୧.୧୦ ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଜିଲା ଜଟଣୀ ଥାନା ପୋଲିସ ଓ କୁଇକ୍‌ ଆକ୍ସନ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କୁଦୁପୁର ଛକରୁ...

Advertisement
Archives

Model This Week