Posted inଜାତୀୟ

ଅଯୋଧ୍ୟା ମଧ୍ୟସ୍ଥ କମିଟି ରିପୋର୍ଟ ଦାଖଲ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୨।୮(ପି.ଟି.):ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ହେବ। ଅଦାଲତଙ୍କ ହ୍ବାରା ନିଯୁକ୍ତ ମଧ୍ୟସ୍ଥ କମିଟି ସୋମବାର ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅନ୍ତରୀଣ ରିପୋର୍ଟ ଜଉମୁଦା ଲଫାପାରେ ଦାଖଲ କରିଥିଲେ। ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଉକ୍ତ ରିପୋର୍ଟ ଉପରେ ଶୁଣାଣି କରିପାରନ୍ତି ବୋଲି ଜଣାପଡିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌. ଅବଦୁଲ ନାଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରିବେ।
ଅଯୋଧ୍ୟା ଜମି ବିବାଦ ମାମଲା ଦୀର୍ଘଦିନ ହେଲା ଅଦାଲତରେ ବିଚାରାଧୀନ ଥିବାରୁ ମଧ୍ୟସ୍ଥତା ଜରିଆରେ ଏହାର ଆପୋସ ସମାଧାନ ଲାଗି ସୁପ୍ରିମକୋର୍ଟ ଗତ ମାର୍ଚ୍ଚରେ ଏକ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏଫ୍‌.ଏମ୍‌.ଆଇ. କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ମାର୍ଚ୍ଚ ୩ ସୁଦ୍ଧା ସମ୍ପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ କୁହାଯାଇଥିଲା। ଉକ୍ତ କମିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚି ବିମାନବନ୍ଦରରେ କରୋନା ରୋଗୀ

କୋଚି,୧୬।୩: କୋଚି ବିମାନବନ୍ଦରରେ ଜଣେ ବ୍ରିଟେନ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦୁବାଇ ଯିବାକୁ ଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଆଯାଇଛି। ଏମାନେ...

ଅଭିନନ୍ଦନଙ୍କ ନିଶକୁ କପି କରି ଅସଲି ହିରୋଙ୍କ ନକଲ କରୁଛି ବୋଲି କହିଲେ ଭୋପାଳ ପୋଲିସ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ଭୋପାଳର ପୋଲିସକର୍ମୀ କୈଳାଶ ପାଓ୍ବାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ନିଶ ଭଳି ନିଶ ରଖି ଏବେ ଆସିଛନ୍ତି ଚର୍ଚ୍ଚାକୁ। ଏହାକୁ ନେଇ...

ଲଖିମପୁର ଖେରି ହିଂସା, ଚାଷୀ ସଂଗଠନ ପକ୍ଷରୁ ୬ ଘଣ୍ଟିଆ ରେଳ ରୋକୋ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ସୋମବାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳ ରୋକୋ ଆରମ୍ଭ ହୋଇଛି। ପୂର୍ବାହ୍ନ...

ସକାଳୁ ସକାଳୁ ଥରିଲା ମେଘାଳୟ…

ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି...

ମୋଦି ହିଁ କରୁଛନ୍ତି ଭାରତର ଅପମାନ: ରାହୁଲ

ନୂଆଦିଳ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଭାରତକୁ ଅପମାନ...

ନିର୍ବାଚନ ଫିକା ଫିକା, ଆସିବେନି ଷ୍ଟାର ପ୍ରଚାରକ !…

ଲକ୍ଷ୍ନୌ, ୧୬।୧: ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଗୁରୁଗ୍ରାମ,୩୧।୮- ୧୩ ବର୍ଷୀୟା ଦଳିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତର ଦିଲ୍ଲୀର ନରେଲା ଅଞ୍ଚଳରେ। ହତ୍ୟା ପରେ ମୃତଦେହକୁ...

ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍‌ଜି ଗିରୀଶ ମୁର୍ମୁ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍‌ ଆଜିକୁ ବର୍ଷେ...

Advertisement
Archives

Model This Week