ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ, ପ୍ରଶାସନ ଓ ସରକାର ଲୋକଙ୍କୁ ବାରମ୍ବାର ସଚେତନ ଓ ନିବେଦନ କରୁଥିଲେ ହେଁ କେତେକ ଲୋକ ଆଇନ ଭାଙ୍ଗି ଘରୁ ବାହାରି ବଜାର ଓ ସର୍ବସଧାରଣ ରାସ୍ତାଘାଟ ଉପରେ ଅଯଥା ଭିଡ଼ ଜମାଉଛନ୍ତି। ଏଭଳି ଅମାନିଆ ଲୋକଙ୍କୁ ବାଟକୁ ଆଣିବା ପାଇଁ ପାଟଣା ଥାନା ଅଧିକାରୀ ସଂଧ୍ୟାରାଣୀ ଜେନା ଓ ଏଏସ୍‌ଆଇ ଅରୁପ କୁମାର ସାମଲଙ୍କ ତରଫରୁ ବୁଧବାର ପାଟଣା ବ୍ଲକ ଛକରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରାଯିବା ପାଇଁ ଉଦ୍ୟମ କରାଯାଇଛି। ଆଇନ ଭାଙ୍ଗି ସାଧାରଣ ସ୍ଥଳୀରେ ଅଯଥା ଭିଡ଼ ଜମାଉ ଥିବା ବ୍ୟକ୍ତିଙ୍କ ହାତରେ ପୋଲିସ ‘ମୁଁ ସ୍ବାର୍ଥପର। ମୁଁ ବୁଲିବା ଚକ୍କରରେ ଦେଶକୁ ବିପଦ ମଧ୍ୟକୁ ଠେଲି ଦେଇ ପାରେ, ଆଉ ଏଥି ପାଇଁ ମୁଁ ଅନୁତପ୍ତ ବି ନୁହେଁ ’ ଲେଖା ଥିବା ପ୍ଲା କାର୍ଡ ଧରାଇ ପୋଲିସ ଲୋକଙ୍କୁ ସଚେତନ କରାଉଛି। ଆଇନ ଭାଙ୍ଗି ନିଜ ଜୀବନ ସହ ଲୋକଙ୍କ ଜୀବନକୁ ବିପନ୍ନ କରୁଥିବା ଲୋକମାନେ ଏଥିରେ କଣ୍ଟ୍ରୋଲ ନହେଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାଟଣା ଥାନା ଅଧିକାରୀ ସାରାଣୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦ା୮-ସାପ କାମୁଡ଼ାରେ ଗୁରୁତର ଜଣେ ମହିଳାଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ଅଲାରିଗଡ ଗ୍ରାମର...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟରେ ଅନିୟମିତତା : ନ୍ୟାୟିକ ତଦନ୍ତ ଦାବି କରି ଭାଜପାର ଗଣଧାରଣା

ଭଣ୍ଡାରିପୋଖରୀ,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭଣ୍ଡାରିପୋଖରୀ ଭାଜପା ଶାଖା ପକ୍ଷରୁ ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ସୋମବାର ବିଶାଳ ଗଣଧାରଣା...

ମନ୍ତ୍ରୀ ହତ୍ୟା ମାମଲା: ତଦନ୍ତର ଦିଗକୁ ନେଇ ମୁହଁ ଖୋଲିଲେ ଦେବୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ଦନ୍ତର ଦିଗକୁ ନେଇ ଉଠୁଥିବା ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି,...

କାଷ୍ଠ ଅର୍କକ୍ଷେତ୍ର: ବିରଞ୍ଚି ନାରାୟଣ ମନ୍ଦିର

ବୁଗୁଡ଼ା,୧୭ା୩(ଡି.ଏନ.ଏ.): ପ୍ରସ୍ତରର କାରୁକାର୍ଯ୍ୟରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଥମ ଅର୍କକ୍ଷେତ୍ର ହୋଇଥିବା ବେଳେ ଗଞ୍ଜାମ ଜିଲା ବୁଗୁଡ଼ାରେ କାଷ୍ଠ କାରୁକାର୍ଯ୍ୟରେ ନିର୍ମିତ ସୂର୍ଯ୍ୟ ଅର୍ଥାତ୍‌...

ସ୍ବାଭାବିକ ହୋଇପାରୁନି ଗୃହ

ଭୁବନେଶ୍ୱର,୩ା୧୨(ବ୍ୟୁରୋ):କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ...

ଛତିଶା ନିଯୋଗ ବୈଠକ: ଅଙ୍ଗାରକୁ ନେଇ ତୁମ୍ବିତୋଫାନ

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଭିତରକୁ ଆସୁଛି ବାହାର ଅଙ୍ଗାର। ତାହା ପୁଣି ରୋଷଘରେ ବ୍ୟବହାର ହେଉଛି। ପ୍ରସ୍ତୁତ କରାଯାଉଛି ଆନନ୍ଦ ବଜାରରେ ବିକ୍ରି କରାଯାଉଥିବା ଭୋଗ...

ଦୀପାବଳିରେ ଅଘଟଣ: ବାଣଫୁଟି ୨ ମୃତ

ଖଲିକୋଟ, ୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟ ଏନ୍‌ଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହରିଜନପୁର ସାହିରେ ବାଣ ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମାଧବ...

ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ

ତିଗିରିଆ, ୨୩।୧ (ଡି.ଏନ୍‌.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ...

Advertisement
Archives

Model This Week