Posted inଖେଳ

ଅଭ୍ୟାସ ବେଳେ କୋହଲିଙ୍କ ଆଙ୍ଗୁଠିରେ ବାଜିଲା ବଲ୍‌

ଗୁଆହାଟୀ,୪ା୧ (ପି.ଟି.): ଏଠାରେ ରବିବାର ଖେଳାଯିବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟି୨୦ ପାଇଁ ଶନିବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଅଭ୍ୟାସ କରିଛନ୍ତି। ଏହି ସମୟରେ ଅଧିନାୟକ ବିରାଟ କୋହଲିଙ୍କ ବାମହାତ କାଣି ଆଙ୍ଗୁଠିରେ ଆଘାତ ଲାଗିଛି। ପ୍ରାକ୍ଟିସ ସେସନର ପ୍ରଥମାର୍ଦ୍ଧରେ ଏହି ଘଟଣା ଘଟିଛି। ଟିମ୍‌ ଫିଜିଓ ନୀତିନ ପଟେଲ ତୁରନ୍ତ କୋହଲିଙ୍କ ନିକଟକୁ ଯାଇ ମ୍ୟାଜିକ୍‌ ସ୍ପ୍ରେ ବ୍ୟବହାର କରିଥିଲେ। ଭାରତୀୟ ପ୍ରାକ୍ଟିସ ସେସନରେ ଅନୁପସ୍ଥିତ ରହିଥିବା ପ୍ରମୁଖ ଖେଳାଳି ହେଲେ ରାବୀନ୍ଦ୍ର ଜାଡେଜା। ୨୨ ମାସ ପରେ ଏକ ଟି୨୦ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଭାରତ ନିକଟରେ ଖେଳିଥିବା ଟି୨୦ ସିରିଜରେ ୨-୧ରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆଠାରୁ ୦-୩ରେ ସିରିଜ ହାରିଥିଲା। ୧୨ବର୍ଷ ପୂର୍ବେ କୋହଲିଙ୍କ ପଦାର୍ପଣ ପରଠାରୁ ଭାରତ ବିପକ୍ଷରେ ଶ୍ରୀଲଙ୍କା କୌଣସି ଫର୍ମାଟରେ ସିରିଜ ବିଜୟୀ ହୋଇପାରି ନାହିଁ, ସେମାନେ କ୍ରମାଗତ ୧୬ଟି ଗେମ୍‌ରେ ପରାସ୍ତ ହୋଇଛନ୍ତି। ତେବେ ୨୦୧୪ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଲିଉଡ୍‌ ଗୀତରେ ନାଚିଲେ ଆମେରିକୀୟ ଟେନିସ ଷ୍ଟାର

ଓ୍ବାଶିଂଟନ,୨୨।୧୭- ଆମେରିକାନ ଟେନିସ ଖେଳାଳି ଆଲିସନ ରିସ୍କେ ସଭିଙ୍କୁ ଚକିତ କରିଦେଇଛନ୍ତି। ବିଶ୍ୱର ନଂ ମହିଳା ସିଙ୍ଗଲ୍ସ ଖେଳାଳି ଆଶଲେ ବାର୍ଟିଙ୍କୁ ଓ୍ବିମ୍ବେଲଡନ ଓପନରେ ହରାଇବା...

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ...

ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂ

ନୂଆଦିଲ୍ଲୀ,୨୦।୬: କିମ୍ବଦନ୍ତୀ ଆଥ୍‌ଲେଟ ତଥା ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍‌ଖା ସିଂଙ୍କ ପରଲୋକରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଛି। ଜଣେ ଲଢୁଆ ଖେଳାଳି ଓ...

ସିନିୟର ମୁମ୍ବାଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୨ା୧- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇର ସିନିୟର ଦଳରେ ଯାଗା ମିଳିଛି। ଏହା ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା...

ଆଇପିଏଲ୍‌-୧୪: କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ମୁମ୍ବାଇ,୨୧।୪(ପି.ଟି.): ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଦୁଇଟି ବିଜୟ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଇଣ୍ଡିଆନ...

ଏବେ ଅସ୍ଥିତ୍ୱର ଲଢ଼େଇ: ପଞ୍ଜାବ- ହାଇଦ୍ରାବାଦ ମୁକାବିଲା

ଦୁବାଇ,୨୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁତ୍ବାଇ ଅନ୍ତର୍ଜାତୀୟ କ୍ରିକେଟ...

ଦଣ୍ଡାଦେଶ ସ୍ବୀକାର କଲେ ମୋର୍ଗାନ

ଅହମ୍ମଦାବାଦ,୧୯।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ଇଂଲଣ୍ଡ ଦଳକୁ ଦଣ୍ଡିତ କରାଯାଇଛି। ଜରିମାନା ବାବଦକୁ...

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର...

Ten Cric Info
Advertisement


Archives

Model This Week

Why Dharitri