Posted inଜାତୀୟ

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଅଭିଶାପରୁ କର୍‌କରେଙ୍କ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଆଇପିଏସ୍‌ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମାମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟପକ୍ଷରେ ଏହା ପ୍ରଜ୍ଞାଙ୍କ ବ୍ୟକ୍ତିଗତ ମତ ବୋଲି ଭାଜପା କହିଛି।
ଭୋପାଳରେ ପ୍ରଜ୍ଞା କହିଥିଲେ, ମାଲେଗାଓଁ ବିସ୍ଫୋରଣ ମାମଲାରେ ସେ ଜେଲ୍‌ରେ ଥିବାବେଳେ ତାଙ୍କୁ କର୍‌କରେ ନିର୍ଯାତନା ଦେଇଥିଲେ। ତାଙ୍କ ବିରୋଧରେ ଯଦି ପ୍ରମାଣ ନ ମିଳେ ତେବେ ବେଆଇନ ଭାବେ ଜେଲରେ ରଖାଯାଇପାରିବ ନାହିଁ ବୋଲି ତଦନ୍ତ କମିଶନ କର୍‌କରେଙ୍କୁ କହିଥିଲେ। କିନ୍ତୁ ତାଙ୍କୁ ଜେଲ୍‌ରୁ ଛଡାଯାଉ ବୋଲି କର୍‌କରେ ଚାହୁଁ ନ ଥିଲେ। ପ୍ରମାଣ ଯୋଗାଡ଼ ଲାଗି ସେ ଯାହା କିଛି ବି କରିପାରିବେ, ଏପରିକି ପ୍ରମାଣ ପ୍ରସ୍ତୁତ କରିପାରିବେ ବୋଲି କର୍‌କରେ କହିଥିଲେ। ବାରମ୍ବାର ଜେରା ଓ ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରଜ୍ଞା ତାଙ୍କୁ ଅଭିଶାପ ଦେଇଥିଲେ। ଏହାର ଦେଢ଼ମାସ ପରେ ମୁମ୍ବାଇ ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ଗୁଳିରେ କର୍‌କରେଙ୍କ ମୃତ୍ୟୁ ହୋଇଥିଲା ବୋଲି ପ୍ରଜ୍ଞା କହିଛନ୍ତି। ଆତଙ୍କବାଦ ନିରୋଧୀ ଲଢ଼େଇରେ ଦେଶ ପାଇଁ ଜୀବନ ଦେଉଥିବା ସମସ୍ତ ଯବାନଙ୍କ ପ୍ରତି ଏହା ଅପମାନ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ସମାଲୋଚନା କରିଛନ୍ତି। ସେପଟେ ନିର୍ବାଚନ କମିଶନ(ଇସି) ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନେଇ ରିପୋର୍ଟ ମାଗିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପ୍ରଜ୍ଞା ନିଜ ମନ୍ତବ୍ୟରୁ ଓହରି ଯିବା ସହ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କରୋନାର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଦେଲେ ଏଭଳି ଉତ୍ତର…

ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଏମସି ମିଶ୍ର କହିଛନ୍ତି ଯେ ତୃତୀୟ...

ମହାରାଷ୍ଟ୍ରରେ ଲାଗିଲା ପୋଷ୍ଟର: ପାକିସ୍ତାନୀ, ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ଠିକଣା ଦେଲେ ମିଳିବ ୫ହଜାର ଟଙ୍କା

ମୁମ୍ବାଇ,୨୮।୨: ମହାରାଷ୍ଟ୍ରରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ଅବୈଧ ପାକିସ୍ତାନୀ ଓ ବାଲାଂଦେଶୀଙ୍କ ବିରୋଧରେ ଏକ ମୋର୍ଚ୍ଚା ବାହାର କରିଛି। ଏମ୍‌ଏନ୍‌ଏସ୍‌ ପୁରା ମହାରାଷ୍ଟ୍ରରେ ଏକ ପୋଷ୍ଟର...

ବୀର ଯବାନଙ୍କ ପଛରେ ରହିଛି ଦେଶ: ମୋଦି

ନୂଆଦିଲ୍ଲୀ, ୧୪।୯: ସୋମବାର ଲୋକ ସଭା ଏବଂ ରାଜ୍ୟ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ...

କଂଗ୍ରେସ ଛାଡିଲେ ସୁସ୍ମିତା

ନୂଆଦିଲ୍ଲୀ,୧୬।୮: କଂଗ୍ରେସର ପୂର୍ବତନ ଏମ୍‌ପି ତଥା ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର...

ଅକ୍ଟୋବର ୪ରେ ସିଭିଲ ସର୍ଭିସ ପ୍ରିଲିମ୍‌

ନୂଆଦିଲ୍ଲୀ,୫ା୬(ପି.ଟି.)-ଚଳିତ ବର୍ଷର ସିଭିଲ୍‌ ସର୍ଭିସ୍‌ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଅକ୍ଟୋବର ୪ରେ ଅନୁଷ୍ଠିତ ହେବ। କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଏହା ଘୋଷଣା...

ସଶକ୍ତ-ସମୃଦ୍ଧ-ଏକୀକୃତ ଆସିଆନ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୧୬।୬ : ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଏକୀକୃତ ଆସିଆନ (ଏଏସଇଏଏନ) ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏନେଇ ଭାରତ ଏହାର ପୂର୍ଣ୍ଣ...

ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଲେ ମୋହନ ମାର୍କମ

ନୂଆଦିଲ୍ଲୀ,୨୮।୬: ଗୋଟିଏ ପଟେ କଂଗ୍ରେସର ସ୍ଥିତି ସାରା ଦେଶରେ ବିଗିଡି ଯାଇଥିବା ବେଳେ ଶୁକ୍ରବାର ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ମୋହନ...

ସ୍ବାମୀ କରିଥିଲେ ଏମିତି କାମ, ରକ୍ତରେ ‘ଆଇ ଲଭ୍‌ ୟୁ ବାବୁ’ ଲେଖି ସ୍ତ୍ରୀ କଲେ…

କାନପୁର,୩୦।୮: ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍‌...

Advertisement
Archives

Model This Week