ଅବେବସ୍‌ତା ଘେରରେ ଦୁମଦୁମି ସେବାଶ୍ରମ ସ୍କୁଲ: ୧୦ଟା ଶ୍ରେଣୀକେ ୨୬୮ ଛାତ୍ରୀଛାତ୍ର, ୪ ଶିକ୍ଷକ

ଲୋଇସିଂହା, ୯।୧୨(ଡି.ଏନ.ଏ.)-  ଆଦିବାସୀ ଛାତ୍ରୀଛାତ୍ରକଁର ଶିକ୍ଷାର ବିକାଶ ଲାଗି ସରକାର ଖାସ୍‌ ପଦକ୍ଷେପ ନେଉଥିବାର କହୁଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିରେ ଥିବାର ଆଦିବାସୀ ସେବାଶ୍ରମ ସ୍କୁଲର ଶିକ୍ଷକ ଥିତିକେ ଦେଖ୍‌ଲେ ସରକାରକଁର ଦରଦ୍‌ ଫଟିକ୍‌ ବୁଝାପଡ଼ୁଛେ। ସ୍କୁଲରେ ଶିକ୍ଷକ ଅଭାବୁ ଅନେକ ସମିଆରେ ଛାତ୍ରୀଛାତ୍ର ବାହାରେ ବୁଲୁଥିବାର ନଜରକେ ଆସୁଛେ। ସ୍କୁଲର ଏନ୍‌ତା ଅବେବସ୍‌ତାକେ ନେଇ ସାଧାରନରେ ଅସନ୍‌ତୋଷ ଦେଖାଦେଇଛେ।
ସୂଚନା ହିସାବେ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାରେ ରହିଛେ ସରକାରକଁର ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ସେବାଶ୍ରମ ବିଦ୍ୟାଲୟ। ଏହେଦେ ସ୍କୁଲ ଛାତ୍ରାବାସରେ ରହି ୧ମରୁ ୧୦ମ ଶ୍ରେଣୀ ତକ୍‌ ୨୬୮ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ୧ମରୁ ୫ମ ଶ୍ରେଣୀରେ ୧୧୬ ଆର ୬ଷ୍ଠରୁ ୮ମ ଶ୍ରେଣୀ ତକ୍‌ ୧୫୨ ଛାତ୍ରୀଛାତ୍ର ରହିଛନ୍‌। ସ୍କୁଲରେ ଶିକ୍ଷାଦାନ ଲାଗି ପ୍ରଧାନଶିକ୍ଷକକଁର ସମେତ ୯ ଝନ୍‌ ଶିକ୍ଷୟିତ୍ରୀ ଶିକ୍ଷକକଁର ଦରକାର ଥିଲାବେଲେ ରହିଛନ୍‌ କୁଲ ୪ ଝନ୍‌ ଶିକ୍ଷକ। ଛାତ୍ରୀଛାତ୍ରକଁର ଲାଗି ବେଲାର ରଁଧାଖଁଜା, ସ୍କୁଲ ଗାଜପତର ଆର ଉନିଆ କାମ୍‌ଧଁଦା ଲାଗି ପ୍ରଧାନଶିକ୍ଷକ ପାଠ୍‌ପଢ଼ାବାର ଲାଗି ସମିଆ ନାଇଁ ପାଏବାର। ବାକି ୩ ଝନ୍‌ ଶିକ୍ଷକ ଆର ଝନେ ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ୧ମରୁ ୮ମ ତକ୍‌ ପାଠ୍‌ପଢ଼ା ବୁଝୁଛନ୍‌। ଗଲା ନଭେମ୍ବର ମାସୁ ଝନେ ଶିକ୍ଷୟିତ୍ରୀ ପ୍ରସୂତିକାଲିନ ଛୁଟିରେ ରହିଛନ୍‌। ଏନ୍‌ତାଥି ୩ ଝନ୍‌ ଶିକ୍ଷକ ପାଠ୍‌ ପଢ଼ଉଥିଲାବେଲେ ବାକି ଶ୍ରେଣୀମାନେ ଖାଲି ପଡ଼ୁଛେ। ସ୍କୁଲ ପରିସରରେ ହାଟବଜାର ବସ୍‌ଲା ଲେଖେଁ ପିଲାକର ରଡାକିର୍‌ଲା ଶୁଭୁଛେ। ବଡ଼ଭାଗି ସମିଆ ପିଲାମାନେ ସ୍କୁଲ ବାହାରେ ବୁଲୁଥିବାର ଦେଖ୍‌ବାକେ ମିଲୁଛେ। ଗଲା ଶନିବାର ଦିନର ୧୧ ବଜେ ପ୍ରଧାନଶିକ୍ଷକ ନୃସିଂହଚରଣ ପ୍ରଧାନୀ ବେଲାର ରଁଧାଖଁଜା ଲାଗି ବାହାରୁ ଅଣ୍ଡା ଧରି ଆସୁଥିଲାବେଲେ ବାକି ଶିକ୍ଷକମାନେ ନିଜର ନିଜର ଶ୍ରେଣୀରେ ଛୁଆକୁ ପାଠ୍‌ ପଢ଼ଉଥିଲେ। ଖାଲିପଡ଼ିଥିବାର ଶ୍ରେଣୀର ଛାତ୍ରମାନେ ସ୍କୁଲ ପାସେ ତିଆର ହେଉଥିବାର ହଷ୍ଟେଲ ଜାଗାରେ ଆର କେତେ ଛାତ୍ରୀ ସ୍କୁଲ ପରିସରରେ ଥିବାର ନଲ୍‌ଚୁଅଁାରେ ଖେଲୁଥିବାର ଦେଖ୍‌ବାକେ ମିଲିଥିଲା। ଇତାର ପରେ ସ୍କୁଲକେ ଯାଇ ଇ ଘଟନା ବାବ୍‌ଦେ ପ୍ରଧାନଶିକ୍ଷକକୁଁ କହେଲାରୁ ଶିକ୍ଷକ ଅଭାବୁ ଇ ସବୁ ସମସିଆ ହେଉଛେ ବଲି ମନ୍‌ଦୁଖ କରି ସେ କହିଥିଲେ। ଫିମାସ ଜିଲାସ୍ତରୀୟ ବଇଠକ୍‌ରେ ଶିକ୍ଷକ ସମସିଆକେ ନେଇ ବିଭାଗୀୟ ଅଧ୍‌କାରୀ ଆର ଜିଲା ପରଶାସନକେ ଜନେଇ ଆସୁଛୁଁ। ହେଲେ ଇ ସମସିଆ ଉପରେ ପରଶାସନ ଦୁରୁଷ୍‌ଟି ନାଇଁ ଦେବାର ଲାଗି ଏନ୍‌ତା ଅସ୍‌ବିଧା ଦେଖାଦେଉଛେ ବଲି ସେ କହିଥିଲେ। ସ୍କୁଲ ସମସିଆ ଉପରେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଆଦିବାସୀ ସଂଘ ଦାବି କରିଛେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ; ମରଣାତ୍ମକ ଆକ୍ରମଣରେ ୪ରୁ ଅଧିକ ଗୁରୁତର

ସୁନ୍ଦରଗଡ଼,୪।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ ଗୁରୁବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଡ଼ି ଧାଡ଼ିରେ…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri