ଅବେବସ୍‌ତା ଘେରରେ ଦୁମଦୁମି ସେବାଶ୍ରମ ସ୍କୁଲ: ୧୦ଟା ଶ୍ରେଣୀକେ ୨୬୮ ଛାତ୍ରୀଛାତ୍ର, ୪ ଶିକ୍ଷକ

ଲୋଇସିଂହା, ୯।୧୨(ଡି.ଏନ.ଏ.)-  ଆଦିବାସୀ ଛାତ୍ରୀଛାତ୍ରକଁର ଶିକ୍ଷାର ବିକାଶ ଲାଗି ସରକାର ଖାସ୍‌ ପଦକ୍ଷେପ ନେଉଥିବାର କହୁଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିରେ ଥିବାର ଆଦିବାସୀ ସେବାଶ୍ରମ ସ୍କୁଲର ଶିକ୍ଷକ ଥିତିକେ ଦେଖ୍‌ଲେ ସରକାରକଁର ଦରଦ୍‌ ଫଟିକ୍‌ ବୁଝାପଡ଼ୁଛେ। ସ୍କୁଲରେ ଶିକ୍ଷକ ଅଭାବୁ ଅନେକ ସମିଆରେ ଛାତ୍ରୀଛାତ୍ର ବାହାରେ ବୁଲୁଥିବାର ନଜରକେ ଆସୁଛେ। ସ୍କୁଲର ଏନ୍‌ତା ଅବେବସ୍‌ତାକେ ନେଇ ସାଧାରନରେ ଅସନ୍‌ତୋଷ ଦେଖାଦେଇଛେ।
ସୂଚନା ହିସାବେ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାରେ ରହିଛେ ସରକାରକଁର ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ସେବାଶ୍ରମ ବିଦ୍ୟାଲୟ। ଏହେଦେ ସ୍କୁଲ ଛାତ୍ରାବାସରେ ରହି ୧ମରୁ ୧୦ମ ଶ୍ରେଣୀ ତକ୍‌ ୨୬୮ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ୧ମରୁ ୫ମ ଶ୍ରେଣୀରେ ୧୧୬ ଆର ୬ଷ୍ଠରୁ ୮ମ ଶ୍ରେଣୀ ତକ୍‌ ୧୫୨ ଛାତ୍ରୀଛାତ୍ର ରହିଛନ୍‌। ସ୍କୁଲରେ ଶିକ୍ଷାଦାନ ଲାଗି ପ୍ରଧାନଶିକ୍ଷକକଁର ସମେତ ୯ ଝନ୍‌ ଶିକ୍ଷୟିତ୍ରୀ ଶିକ୍ଷକକଁର ଦରକାର ଥିଲାବେଲେ ରହିଛନ୍‌ କୁଲ ୪ ଝନ୍‌ ଶିକ୍ଷକ। ଛାତ୍ରୀଛାତ୍ରକଁର ଲାଗି ବେଲାର ରଁଧାଖଁଜା, ସ୍କୁଲ ଗାଜପତର ଆର ଉନିଆ କାମ୍‌ଧଁଦା ଲାଗି ପ୍ରଧାନଶିକ୍ଷକ ପାଠ୍‌ପଢ଼ାବାର ଲାଗି ସମିଆ ନାଇଁ ପାଏବାର। ବାକି ୩ ଝନ୍‌ ଶିକ୍ଷକ ଆର ଝନେ ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ୧ମରୁ ୮ମ ତକ୍‌ ପାଠ୍‌ପଢ଼ା ବୁଝୁଛନ୍‌। ଗଲା ନଭେମ୍ବର ମାସୁ ଝନେ ଶିକ୍ଷୟିତ୍ରୀ ପ୍ରସୂତିକାଲିନ ଛୁଟିରେ ରହିଛନ୍‌। ଏନ୍‌ତାଥି ୩ ଝନ୍‌ ଶିକ୍ଷକ ପାଠ୍‌ ପଢ଼ଉଥିଲାବେଲେ ବାକି ଶ୍ରେଣୀମାନେ ଖାଲି ପଡ଼ୁଛେ। ସ୍କୁଲ ପରିସରରେ ହାଟବଜାର ବସ୍‌ଲା ଲେଖେଁ ପିଲାକର ରଡାକିର୍‌ଲା ଶୁଭୁଛେ। ବଡ଼ଭାଗି ସମିଆ ପିଲାମାନେ ସ୍କୁଲ ବାହାରେ ବୁଲୁଥିବାର ଦେଖ୍‌ବାକେ ମିଲୁଛେ। ଗଲା ଶନିବାର ଦିନର ୧୧ ବଜେ ପ୍ରଧାନଶିକ୍ଷକ ନୃସିଂହଚରଣ ପ୍ରଧାନୀ ବେଲାର ରଁଧାଖଁଜା ଲାଗି ବାହାରୁ ଅଣ୍ଡା ଧରି ଆସୁଥିଲାବେଲେ ବାକି ଶିକ୍ଷକମାନେ ନିଜର ନିଜର ଶ୍ରେଣୀରେ ଛୁଆକୁ ପାଠ୍‌ ପଢ଼ଉଥିଲେ। ଖାଲିପଡ଼ିଥିବାର ଶ୍ରେଣୀର ଛାତ୍ରମାନେ ସ୍କୁଲ ପାସେ ତିଆର ହେଉଥିବାର ହଷ୍ଟେଲ ଜାଗାରେ ଆର କେତେ ଛାତ୍ରୀ ସ୍କୁଲ ପରିସରରେ ଥିବାର ନଲ୍‌ଚୁଅଁାରେ ଖେଲୁଥିବାର ଦେଖ୍‌ବାକେ ମିଲିଥିଲା। ଇତାର ପରେ ସ୍କୁଲକେ ଯାଇ ଇ ଘଟନା ବାବ୍‌ଦେ ପ୍ରଧାନଶିକ୍ଷକକୁଁ କହେଲାରୁ ଶିକ୍ଷକ ଅଭାବୁ ଇ ସବୁ ସମସିଆ ହେଉଛେ ବଲି ମନ୍‌ଦୁଖ କରି ସେ କହିଥିଲେ। ଫିମାସ ଜିଲାସ୍ତରୀୟ ବଇଠକ୍‌ରେ ଶିକ୍ଷକ ସମସିଆକେ ନେଇ ବିଭାଗୀୟ ଅଧ୍‌କାରୀ ଆର ଜିଲା ପରଶାସନକେ ଜନେଇ ଆସୁଛୁଁ। ହେଲେ ଇ ସମସିଆ ଉପରେ ପରଶାସନ ଦୁରୁଷ୍‌ଟି ନାଇଁ ଦେବାର ଲାଗି ଏନ୍‌ତା ଅସ୍‌ବିଧା ଦେଖାଦେଉଛେ ବଲି ସେ କହିଥିଲେ। ସ୍କୁଲ ସମସିଆ ଉପରେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଆଦିବାସୀ ସଂଘ ଦାବି କରିଛେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣୀପାଲିରୁ ହକି ମହୋତ୍ସବର ଶୁଭାରମ୍ଭ

ସୋନପୁର,୨୪।୧୨(ନି.ପ୍ର.): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ। ବିଶ୍ୱକପ ହକିର ଆୟୋଜନରେ କେବଳ ଓଡିଶା ନୁହେଁ,...

ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି...

ଗାଁ ନିକଟରେ ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଲମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୃତଦେହ...

ବାତ୍ୟା ‘ୟାସ୍‌’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ବାଲେଶ୍ୱରରେ କେନ୍ଦ୍ରୀୟ ଟିମ୍‌

ବାଲେଶ୍ୱର ଅଫିସ,୭ା୬: ବାତ୍ୟା ‘ୟାସ୍‌’ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ସୋମବାର କେନ୍ଦ୍ରୀୟ ଟିମ୍‌ ବାଲେଶ୍ୱରରେ ପହଞ୍ଚିଛନ୍ତ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି...

ଛଣବଗଡ଼, ତଡ଼ାରେ ବିକାଶ ଅପହଞ୍ଚ

ଦିଗପହଣ୍ଡି,୮ା୧୦(ଡି.ଏନ.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସେହି ସବୁ ଯୋଜନାର ସୁଫଳ ଲୋକଙ୍କ ନିକଟରେ...

ନିଶ୍ଚିହ୍ନ ହେବ ଦ୍ୱାଦଶ ଶତାବ୍ଦୀର ଏମାର ମଠ

ପୁରୀ ଅଫିସ, ୨୯।୮: ଶ୍ରୀମନ୍ଦିରର ସୁରକ୍ଷା ଏବେ ଚ୍ୟାଲେଞ୍ଜ ହୋଇଛି। ଆତଙ୍କବାଦୀଙ୍କ ଟାର୍ଗେଟରେ ବଡ଼ଦେଉଳ ରହିଥିବା ନେଇ ଏକାଧିକଥର କେନ୍ଦ୍ର ଗୋଇନ୍ଦା ସଂସ୍ଥାରୁ ଚିଠି ଆସିବା...

‘ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେଶନ’

କଟକ ଅଫିସ,୩୧ା୩?:କଟକ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେଶନ ଭାବେ ବିକଶିତ କରାଯିବ। କଟକ ଷ୍ଟେଶନର ପୁନଃ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।...

ସିଟି ହସ୍ପିଟାଲ ଘୋଷଣା ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ବରଗଡ଼ ଅଫିସ,୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି...

Advertisement
Archives

Model This Week