ଅପହୃତା ନାବାଳିକା ଉଦ୍ଧାର: ଅଭିଯୁକ୍ତ ଗିରଫ

ରୂପ୍‌ସା, ୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଶନିବାର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଦୀପକ ମାଝିଙ୍କୁ ଗିରଫ କରିଛି। ତାଙ୍କ ଘର ବାହାର୍ଦ୍ଦା ଗ୍ରାମରେ। ଏଥିସହ ଅଭିଯୁକ୍ତଙ୍କ ଘରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉଭୟ ଅପହୃତା ଓ ଅପହରଣକାରୀଙ୍କ ଡାକ୍ତରୀମାଇନା କରାଯାଇଛି। ଏସ୍‌ଡ଼ିଜେଏମ୍‌ କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ଼ ପରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତ ୧ତାରିଖରେ ନାବାଳିକାଙ୍କୁ ଦୀପକ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଶୁକ୍ରବାର ଥାନାରେ ଏକ ମାମଲା (ନଂ. ୧/୨୦) ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ଫାଣ୍ଡି ଅଧିକାରୀ ଏଏସ୍‌ଆଇ ଉମାକାନ୍ତ ଧଳ ସଦଳବଳେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଦୀପକ ମାଝୀଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ...

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ...

ଚିନ୍ତା ହେଉଛି, ତଦାରଖ ନାହିଁ: ପଲିଥିନମୁକ୍ତ ହୋଇପାରିନି ଆନନ୍ଦବଜାର

ପୁରୀ ଅଫିସ, ୨୮।୭: ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ମଣିଷ ପାଇଁ ମାରାତ୍ମକ ସାବ୍ୟସ୍ତ ହେଲାଣି। ପରିବେଶ ଲାଗି ମଧ୍ୟ ଏହା ଘାତକ ପାଲଟିଛି।...

ଶୁଆ ବିକ୍ରିକୁ ନେଇ ବରବରା ରେଞ୍ଜରେ ଲଙ୍କା କାଣ୍ଡ

ଭୁବନେଶ୍ୱର, ୫।୪(ବ୍ୟୁରୋ): ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରବରା ରେଞ୍ଜ ଅଧୀନରେ ଗତ ୧ ତାରିଖରେ ଘଟିଯାଇଛି ତୁମୁଳ ଲଙ୍କା କାଣ୍ଡ। ଶୁଆ ବିକାଳିଙ୍କୁ କାହିଁକି ବିକୁଛ...

ବାଙ୍ଗାଲୋରରେ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ଯୁବକ ଇରମରୁ ଗିରଫ

ବାସୁଦେବପୁର, ୬।୭ (ଡି.ଏନ.ଏ.) – ବାଙ୍ଗାଲୋରରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁବକ ଆକାଶ ଗୌଡ଼(୨୨)ଙ୍କୁ ବାସୁଦେବପୁର ଥାନା ଅଧୀନ ଇରମ ଆଡ଼ିଆ ଗ୍ରାମରୁ...

୧୩ରୁ ଜିଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ‘କୋଶମ୍ବ’

ବାଲେଶ୍ୱର ଅଫିସ, ୭।୧: ବାଲେଶ୍ୱର ଜିଲା ପ୍ରଶାସନ ଓ ଓରମାସ୍‌ ପକ୍ଷରୁ ଚଳିତମାସ ୧୩ତରିଖରୁ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ତଥା କୋଶମ୍ବ-୨୦୨୩ ସହରସ୍ଥିତ...

ପୁରୀରୁ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଲା

ପୁରୀ ଅଫିସ, ୮।୬: ପୁରୀ ଜିଲାରୁ ସୋମବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ...

ବାଲେଶ୍ୱରରୁ ଇସ୍ରୋର ବୈଜ୍ଞାନିକ

ସଜନାଗଡ଼, ୯।୬(ଡି.ଏନ.ଏ.)-ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବୈଜ୍ଞାନିକ ଭାବେ ଯୋଗଦେବେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଅଭିଷେକ ପରିଡ଼ା। ମାର୍ଚ୍ଚରେ ଅନୁଷ୍ଠିତ ଏ ସମ୍ପର୍କିତ ପରୀକ୍ଷାରେ...

Advertisement
Archives

Model This Week