ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍‌ଟିଏଫ୍‌ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍‌ଟିଏଫ୍‌କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର। ଏପରିକି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ସୂଚନା ଆଧାରରେ ଏସ୍‌ଟିଏଫ୍‌କୁ ସଫଳତା ମିଳିଲେ ପୁରସ୍କାର ବାବଦକୁ ୫ ହଜାର ଟଙ୍କା ମିଳିବ। ତାହା ଯେକୌଣସି ଅପରାଧ ସମ୍ପର୍କରେ ହୋଇଥିଲେ ବି ସବୁ ମାମଲାକୁ ଏସ୍‌ଟିଏଫ ଗୁରୁତର ସହ ନେଇ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ, ଠିକଣା ଆଦି ଗୁପ୍ତ ରଖାଯିବ। ଏପରିକି ଯେଉଁ ପୁରସ୍କାର ବାବଦକୁ ଅର୍ଥ ରାଶି ଦିଆଯିବ ତାହା ମଧ୍ୟ ଗୁପ୍ତ ରଖାଯିବା ବୋଲି ଏସ୍‌ଟିଏଫ ପକ୍ଷରୁ କୁହାଯାଇଛି।
ବିଗତ ଦିନଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ଅପରାଧୀମାନେ ସ୍ଥାନୀୟ ପୋଲିସକୁ ହାତ କରି ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବନ୍ଧୁକ ବେପାର କରୁଛନ୍ତି। ଯାହାଫଳରେ ପୋଲିସ ହାତ ବାନ୍ଧି ବସୁଛି। ତେଣୁ ଓଡ଼ିଶାକୁ ଅପରାଧୀମୁକ୍ତ କରିବା ପାଇଁ ଏଭଳି ପଦେକ୍ଷପ ନେଇଛି। ସାଧାରଣ ଜନତାଙ୍କୁ ଏସ୍‌ଟିଏଫ୍‌ ସହଯୋଗର ହାତ ବଢାଇଛି। ନିଜ ପଞ୍ଚାୟତ ହେଉ ଅବା ନିଜ ଗ୍ରାମ ଯେଉଁଠି ଅପରାଧ ହେଉଛି ତାହା ସ୍ଥାନୀୟ ପୋଲିସକୁ ଜଣାଇବା ପୂର୍ବରୁ ଏସ୍‌ଟିଏଫ୍‌କୁ ଜଣାଇବା ପାଇଁ ନିବେଦନ କରାଯାଇଛି। ଏସ୍‌ଟିଏଫ୍‌ର ଏଭଳି କାର୍ଯ୍ୟକୁ ଅନେକ ବୃଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
ଏ ନେଇ ଆଇନିଜୀବୀ ଦୁର୍ଗାମାଧବ ମିଶ୍ର କହିଛନ୍ତି ଯେ, ଦିନକୁ ଦିନ ଓଡିଶା ପୋଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀଙ୍କ ସହ ସ୍ଥାନୀୟ ପୋଲିସ ମଧୁଚନ୍ଦ୍ରିକା କରି ଗିରଫ ବଦଳରେ ହାତ ବାନ୍ଧି ବସୁଛି। ତେଣୁ ଲୋକେ ନ୍ୟାୟ ପାଇଁ ଏଠିସେଠି ଦୌଡ଼ି ହୀନସ୍ତା ହେଉଛନ୍ତି। ତେଣୁ ଏବେ ସ୍ଥାନୀୟ ପୋଲିସ ବଦଳରେ ଏସ୍‌ଟିଏଫ୍‌ ଉପରେ ଲୋକଙ୍କୁ ଭରସା ପାଇଲାଣି। ତେଣୁ ଲୋକେ ଅପରାଧ ସମ୍ପର୍କରେ ଏସ୍‌ଟିଏଫ୍‌କୁ ଖବର ଦେଲେ ନିହାତି ଅପରାଧୀମାନେ ସାବାଡ଼ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ କେନ୍ଦ୍ରାପଡାରୁ ଟିଟୋ, ବ୍ରାଉନ ସୁଗାର ମାଫିଆ ଛୋଟ, ସୟଦ ଅଲ୍ଲୀ, ବ୍ରଜକାପ୍ତା ଚୋରା ଚାଲାଣ ମାମଲା,ବନ୍ଧୁକ କାରବାର, ଖୋର୍ଦ୍ଧାରେ ଚୋରା ପଥର କାରବାର ମାମଲା ଭଳି ଅନେକ ମାମଲାରେ ଏସ୍‌ଟିଏଫ୍‌ ତଦନ୍ତ କରି ଅନେକ ବଡବଡ ହସ୍ତୀମାନଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଦେଖାଇଛି। ତେଣୁ ଏବେ ଏସ୍‌ଟିଏଫକୁ ଜନସାଧାରଣ ଖବର ଦେଲେ ବହୁମାତ୍ରାରେ ଅପରାଧ ରୋକି ହେବ ବୋଲି ଅନେକ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ସିମ୍‌କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମ୍‌କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ...

ଗୋପାଳପୁର ବିଜେଡି ବିଧାୟକ ଅଛି: ପ୍ରଦୀପ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨୪ା୬: ଦଳରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଓ ନିଜେ ଶୁଣିଛି। ତେବେ ଏବେ ମଧ୍ୟ ମୁଁ ବିଜେଡିର ବିଧାୟକ ଅଛି। ବିଧାନସଭା...

ଆଢୁଆଳରେ ‘ଅଦିନ ମେଘ’ର ନାୟିକା

ପୁରୀ ଅଫିସ,୩ା୩: କୁନ୍ତଳା କୁମାରୀ ଆଚାର୍ଯ୍ୟ। ବୟସ ୯୦ ଛୁଇଁଲାଣି। ପୁରୀ ସହରସ୍ଥ ହାବେଳି ଗଳିରେ ରହୁଥିବା କୁନ୍ତଳା ‘ଅଦିନ ମେଘ’ର ନାୟିକା ଭାବେ ବେଶ୍‌...

ବିସ୍ମୟ ବାଳକ: ରାୟଗଡ଼ାର ବିଭୁନନ୍ଦନଙ୍କ ମୁହଁରେ ମହାକାଶ

ରାୟଗଡ଼ା ଅଫିସ,୨୮ା୬: ବୟସ ମାତ୍ର ୭ ବର୍ଷ। ହେଲେ ମହାକାଶ, ସୌରମଣ୍ଡଳ ବିଷୟରେ ରହିଛି ଗଭୀର ଜ୍ଞାନ। ମହାକାଶର ସୃଷ୍ଟି, ଏହାର ସ୍ଥିତି ଏବଂ ପୃଥିବୀ...

ଓଡ଼ିଶାରେ ପ୍ରଥମ ବ୍ୟବସ୍ଥା: କଏଦୀ ବ୍ୟବହାର କରିବେ ସ୍ମାର୍ଟ କାର୍ଡ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ ପ୍ରାୟ ୧୮ ହଜାର କଏଦୀ ରହୁଛନ୍ତି। ସେମାନେ ଯେପରି ଜେଲ ଭିତରେ ସୁବିଧାରେ ରହିବେ ସେଥିଲାଗି ଜେଲ କର୍ତ୍ତୃପକ୍ଷଙ୍କ...

ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ...

ପ୍ରେମ ପାଇଁ ୨ ପ୍ରେମିକ ହଟହଟା: ଜଣେ ବାହାହେଲେ, ଜଣେ ଜରିମାନା ଗଣିଲେ

ଭଦ୍ରକ ଅଫିସ, ୧୨।୫: ପ୍ରେମ ପାଇଁ ଦୁଇଜଣ ପ୍ରେମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଜଣଙ୍କୁ ବିବାହ କରିବାକୁ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ଜରିମାନା ଗଣିବାକୁ...

ଅଟକିଛି ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ ଯୋଜନା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେରୁବାଡି-ଆଡିପଙ୍ଗା ଭାୟା ବେଡେପଙ୍ଗା ରାସ୍ତା...

Advertisement
Archives

Model This Week