Posted inଜାତୀୟ

ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ କରନ୍ତି କାଶୁରାମ ଓ ତାଙ୍କ ଭିଖାଲି। ଶୁକ୍ରବାର ପଡ଼ୋଶୀ ପରିବାରଙ୍କ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କାଶୁରାମ ଓ ଭିଖାଲି ଯାଇଥିଲେ। ସେଠାରେ କାଶୁରାମ ଅନ୍ୟ ମହିଳାଙ୍କ ଡାନ୍ସ କରିଥିଲେ। ତେବେ ଘରକୁ ଫେରିବା ପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ଉତ୍ତ୍ୟକ୍ତ କାଶୁରାମ ଭିଖାଲୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଏହି ଘଟଣା ବାବଦରେ ମୃତ ଭିଖାଲୀଙ୍କ ସାବତ ପୁଅ ପୋଲିସଙ୍କୁ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମାମଲା ରୁଜୁ କରିଛି। ଏଥିସହ ରବିବାର କାଶୁରାମଙ୍କୁ ଗିରଫ କରିଛି ପୋଲିସ। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟ ନେଲେ ପିତା ରାଜୀବଙ୍କ ଘନିଷ୍ଠ ବନ୍ଧୁ: କାନ୍ଧ ଲଗାଇଲେ ରାହୁଲ

ନୂଆଦିଲ୍ଲୀ,୧୯ ।୨: କଂଗ୍ରେସ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ୍‌କ ଘନିଷ୍ଠ ବନ୍ଧୁ କୁହାଯାଉଥିବା କ୍ୟାପଟେନ ସତିଶ ଶର୍ମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ...

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କରୋନା ସଂକ୍ରମଣରେ ଭାଜପା ନେତାଙ୍କ ପରଲୋକ

ଡେରାଡୁନ,୧୨ ।୧୧: ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ଜିନାଙ୍କର ପରଲୋକ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ ଦିଲ୍ଲୀର...

ଲ୍ୟାଣ୍ଡର୍‌ ବିକ୍ରମର ପ୍ରଥମ ଡି-ଅର୍ବିଟାଲ ଅପରେଶନ୍‌ ଶେଷ

ଚେନ୍ନାଇ: ସେପ୍ଟେମ୍ବର ୨ ତାରିଖ ୧ଟା ୧୫ ମିନିଟ୍‌ରେ ଅର୍ବିଟର୍‌ରୁ ଭାରତର ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି।...

୫ ବର୍ଷ ପରେ ଗିରଫ ହେଲେ ବଳାତ୍କାରୀ ବାବା

ଚେନ୍ନାଇ,୧୯।୧୨: ଜଣେ ମହିଳା ଭକ୍ତଙ୍କୁ ବଳତ୍କାର କରିବା ଅଭିଯୋଗରେ ଆତ୍ମଘୋଷିତ ଗଡ୍‌ମ୍ୟାନ ସାଥିୟା ନାରାୟଣନନ ଗିରଫ ହୋଇଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସ୍ତ୍ରୀ ପୁଷ୍ପଲତା ସହାୟତା...

୧୨୬ କୋଟି ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ କରିବ ସିବିଆଇ

ଲକ୍ଷ୍ନୌ, ୨୫।୧୨: ଯମୁନା ଏକ୍ସପ୍ରେସ୍‌ଓ୍ବେ ଦୁର୍ନୀତିର ଯାଞ୍ଚ୍‌ ଏବେ ସିବିଆଇ କରିବ। ଏଥିରେ ୧୨୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନୋଏଡ଼ାକୁ ଆଗ୍ରା...

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି...

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ।...

Advertisement
Archives

Model This Week