ଅନ୍ୟ ଜିଲାରୁ ଆସୁଥିବା କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଦାବି

କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ସୋମବାର ଠାରୁ ଅଫିସ ଖୋଲିଲା। ଘରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ଲୁଚାଛପା ବା ଜରୁରୀ କାମରେ ଜିଲା ବାହାରକୁ ଯାଇଥିବା କେତେକ କର୍ମଚାରୀ ରାତାରାତି ଫେରି ଆସି କାମରେ ଯୋଗ ଦେଇଛନ୍ତି। କରୋନା ପଜିଟିଭ ବାହାରି ଥିବା ଜିଲାରୁ ଅନେକ କର୍ମଚାରୀ ଆସିଥିଲେ ହେଁ କ୍ୱାରାଣ୍ଟାଇନ ନ ରହି ଅଫିସ ଯାଇ କାମ କରୁଥିବା ଚର୍ଚ୍ଚା ହେଉଛି। ହେଡ କ୍ୱାର୍ଟରରେ ନ ରହି ଘରକୁ ବା ଅନ୍ୟ କାମରେ ଜିଲା ବାହାରକୁ ପଳାଇ ଯାଇଥିବାରୁ ଭୟରେ ସ୍ବତଃ ପ୍ରବୃତ୍ତ ଭାବେ ଘୋଷଣା କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ କରୋନା ଭୂତାଣୁ ସଂକ୍ରମଣ ଭୟ ରହୁଛି। ସାଧାରଣ ଲୋକଙ୍କ କ୍ଷେତ୍ରରେ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇ ଏକାନ୍ତବାସରେ ରହିବାକୁ କୁହାଯାଉଥିବା ବେଳେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଜିଲାପାଳ ପଦକ୍ଷେପ ନେବାସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ବାହାର ଜିଲା ବା ରାଜ୍ୟରୁ ଆସୁଥିବା ଲୋକ ସ୍ବତଃପ୍ରବୃତ୍ତ ଭାବରେ ପ୍ରଶାସନଙ୍କୁ ଜଣାଇ ୧୪ ଦିନର ଏକାନ୍ତବାସରେ ରହିବାକୁ ପଡ଼ିବ ବୋଲି ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସିଆ ଘେରରେ ଯୋଗୀସର୍ଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଲୋଇସିଂହା,୨୧।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗାଁର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏହେଦେ ଅସାମାଜିକ ଲୁକ୍‌କର ପାଏନ୍‌ଘାଟ ପାଲଟିଛେ। ଇ ଦିଗେ ବିଭାଗୀୟ ଅଧ୍‌କାରୀ...

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଦାଗିଦ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୩: ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରି ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା...

ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଖଣ୍ଡପଡ଼ା,୨୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମ ନିକଟ ମୁଖ୍ୟ ରାସ୍ତା ଭାନୁମତି ମନ୍ଦିର ପାର୍ଶ୍ୱ ବୁଲାଣିଠାରେ ବୁଧବାର ବିଳମ୍ବିତ...

ନୂଆ ଲୋଗୋରେ ପକ୍ଷୀ, ନାଲି କଙ୍କଡ଼ା ଉଭାନ୍‌

କେନ୍ଦ୍ରାପଡ଼ା ଅଫିସ,୨୧ା୯:କେନ୍ଦ୍ରାପଡ଼ା ବନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକାର ଦୁଇଟି ନୂଆ ଲୋଗୋ ଉନ୍ମୋଚିତ ହୋଇଛି। ପ୍ରଥମ ଲୋଗୋରେ ବିରଳ ଅଲିଭ ରିଡ୍‌ଲେ କଇଁଛ...

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ...

୫ ବୃହତ୍‌ ଜଳସେଚନ ପ୍ରକଳ୍ପ ଲାଗି ୧ କୋଟି ମଞ୍ଜୁର

ଜଳେଶ୍ୱର, ୯।୧୨(ଡି.ଏନ.ଏ.) ଦୀର୍ଘ ୪ ଦଶନ୍ଧି ଧରି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନରେ ମୋଡିଫାଏଡ ଏରିଆ ଏଜେନ୍ସି (ମାଡା) ପ୍ରକଳ୍ପ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସ୍ବଳ୍ପ...

କୋକସରାରେ କାଳବୈଶାଖୀ: ଗଛ ଭାଙ୍ଗିଲା, ପରିବା ଚାଷ ନଷ୍ଟ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଓ ଜୁନାଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ ହୋଇଛି। ପ୍ରାୟ...

ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ, କାର ଜବତ

ଭଞ୍ଜନଗର,୧୮।୧(ଡି.ଏନ.ଏ)- କନ୍ଧମାଳ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ଚୋରାରେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି। ପୋଲିସ ମଝିରେ ମଝିରେ କେତେଜଣ ଅଭିଯୁକ୍ତଙ୍କୁ...

Advertisement
Archives

Model This Week