ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା ଅଭିିଯୋଗ ହୋଇଛି। ଏହି ପ୍ରତିବାଦରେ ଗ୍ରାମବାସୀ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ପ୍ରଶାସନକୁ ସର୍ତକ କରାଇଛନ୍ତି। ଏହି ଗ୍ରାମକୁ ଗୁରୁବାର ସନ୍ଧ୍ୟାରୁ ଲାଇନ ନ ଥିବାବେଳେ ଲାଇନମ୍ୟାନଠାରୁ ଆରମ୍ଭ କରି ଜେଇ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଲାଇନମ୍ୟାନକୁ ଜଣାଇବାରୁ ଜେଇ ନ କହିଲେ ମୁଁ ଯିବିନାହିଁ କହୁଥିତ୍ବାବେଳେ ଜେଇ କହୁଛନ୍ତି ମୁଁ କ’ଣ ଲାଇନ ସଜାଡିବି ତୁମେ ଲାଇନମ୍ୟାନ କୁହ ବୋଲି ଗୋଡିସାହି ବିଦ୍ୟୁତ୍‌ ବିଭାଗ ଗ୍ରାମବାସୀଙ୍କୁ ଭୁଅଁା ବୁଲାଉଛନ୍ତି। ଗ୍ରାମବାସୀ ବିଦ୍ୟୁତ ବ୍ୟବହାର କରୁଛନ୍ତି ସତ ମାତ୍ର ଖରାପ ହେଲେ ମରାମତି ପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବାରୁ ସେମାନଙ୍କର କ୍ଷୋଭ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ଟି ହରିଜନ ଓ ଆଦିବାସୀ ପରିବାର ରହୁଛନ୍ତି। ସମସ୍ତେ ବିପିଏଲ ପରିବାରର ହୋଇଥିବାରୁ ୨୦୦୯ରେ ଗ୍ରାମକୁ ବିଜୁଜ୍ୟୋତି ମାଧ୍ୟମରେ ୬୩କେଭି ଟ୍ରାନ୍ସଫର୍ମର ଗ୍ରାମମୁଣ୍ଡରେ ବସିବା ସହ ଗ୍ରାମବାସୀଙ୍କୁ ଗୋଡିସାହି ବିଦ୍ୟୁତ ବିଭାଗ ପକ୍ଷରୁ ଏହିଠାରୁ ସଂଯୋଗ ଦିଆଯାଇଥିଲା। ଜମିମୂଲ୍ୟ ବୃଦ୍ଧି ସହ ବ୍ୟବସାୟିକ ଦୃଷ୍ଟିରୁ ଗ୍ରାମପାଖରେ କେତେକ ଜମି ବ୍ୟବସାୟୀ ପ୍ଲଟିଂକରି ଜମି ବିକିଥିଲେ। ଏହି ପ୍ଲଟିଂ ଜମିରେ ପ୍ରାୟ ୨୦ରୁ ୨୫ଟି ଲୋକ ଘର କରି ରହିବା ସହ ଏହି ୬୩କେଭି ଟ୍ରାନ୍ସଫର୍ମରରୁ ସେମାନଙ୍କୁ ବିଦ୍ୟୁତ ସଂଯୋଗ ଗୋଡିସାହିି ବିଦ୍ୟୁତ ବିଭାଗ ଦେଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ଗୋଡିସାହି ବିଦ୍ୟୁତ ବିଭାଗ ମଧ୍ୟରେ ବିବାଦ ଦେଖାଯାଇଥିଲା। କାରଣ ନୂଆ ଲୋକଙ୍କୁ ଏହି ଟ୍ରାନ୍ସଫର୍ମରୁ ବିଦ୍ୟୁତ ଦେବାରୁ ବିପିଏଲ ପରିବାରଙ୍କ ଘରେ ସନ୍ଧ୍ୟା ସମୟରେ ସମ୍ପୂର୍ଣ୍ଣ ଲୋ-ଭଲଟେଜ ହୋଇଯାଏ। ଏପରିକି ନୂଆକରି ରହିଥିବା ଲୋକମାନଙ୍କ ପାଇଁ ଏକ ଅଲଗା ଟ୍ରାନ୍ସଫର୍ମର ବସାଇବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ସରକାରଙ୍କର ଏହି ସୁବିଧାକୁ ଗରିବ ବିପିଏଲଧାରୀ ପାଉଥିଲେ ମଧ୍ୟ ସନ୍ଧ୍ୟାହେବା ମାତ୍ରେ ଡିବିରି ଭଳି ଆଲୁଅ ଜଳୁଛି। ଗୁରୁବାର ସନ୍ଧ୍ୟାରୁ ଟ୍ରାନ୍ସଫର୍ମର ପାଖରୁ ଫେଜ କଟିଯିବାରୁ ସମସ୍ତଙ୍କୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏ ନେଇ ଗ୍ରାମବାସୀ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାରୁ ନିରାଶ ହୋଇ ଫେରିବାକୁ ପଡିଛି। ଫଳରେ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ ନିଜ ହକ ପାଇଁ ଏଥର ରାଜରାସ୍ତାକୁ ଯାଇ ବିରୋଧ କରିବୁ ବୋଲି ଭୁବନପୁର ଗ୍ରାମ୍ୟ କମିଟିର ସଭାପତି ରଞ୍ଜନ କୁମାର ଭଟ ଓ ସମ୍ପାଦକ ତ୍ରିଲୋଚନ ଭୋଇ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଡିସାହି ବିଦ୍ୟୁତ ବିଭାଗର ଜେଇ ଭବାନି ଶଙ୍କର ମହନ୍ତ କୁହନ୍ତି, ବାତ୍ୟାପରେ ମନଇଚ୍ଛା ସେହି ଗ୍ରାମବାସୀ ଲାଇନ ଦେବାନବା କରୁଥିଲେ। ଏ ବିଷୟକୁ ନେଇ ଲାଇନମ୍ୟାନ ସହ ଗ୍ରାମବାସୀଙ୍କର ପାଟିତୁଣ୍ଡ ହୋଇଛି। ଏବେ ଯେଉଁ ଫେଜ କଟିଛି ଲାଇନମ୍ୟାନକୁ ମୁଁ ବୁଝାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଲକ୍‌ଡାଉନର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ଗଞ୍ଜାମ,୫।୫(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି l ଗଞ୍ଜାମ...

ବନ୍ଦ ଖଣିରୁ ମାଙ୍ଗାନିଜ ଚୋରି

ଟେନ୍‌ସା,୨୧।୪(ଡି.ଏନ୍‌.ଏ.): ଟାଟା ଟିସ୍କୋ କମ୍ପାନୀର ବନ୍ଦ ଖଣିରୁ ବାରମ୍ବାର ମାଙ୍ଗାନିଜ ଚୋରି ହେଉଛି। ବୁଧବାର ରାତିରେ ମାଙ୍ଗାନିଜ ଚୋରି ହେଉଥିଲା। ଖବରପାଇ ବନବିଭାଗ ଚଢ଼ାଉ କରି...

କୋଭିଡ୍‌-୧୯ ଆଇନ ଉଲ୍ଲଂଘନ, ୮ ଗିରଫ

ଖୋର୍ଦ୍ଧା ଅଫିସ,୨ା୪ : କୋଭିଡ-୧୯ ଉଲ୍ଲଂଘନ ନେଇ ସଦର ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଇପଦର ଅଞ୍ଚଳର ସତ୍ୟରଞ୍ଜନ ସାହୁ(୨୧), ଟୁକୁନା...

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଲାବଣ୍ୟା

ପୁରୀ ଅଫିସ, ୧୪ା୮: ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୧୯ର ବିଜେତା ଓଡ଼ିଆ ଝିଅ ଲାବଣ୍ୟା ଦାଶ ମଙ୍ଗଳବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦ...

ମାଲିକଙ୍କ ସହ ବିଶ୍ୱାସ ଘାତକ କରି ବନ୍ଧାହେଲେ ଡ୍ରାଇଭର

ଚୌଦାର,୭।୧(ଡି.ଏନ୍‌.ଏ): ବିଶ୍ୱାସ ଘାତକ ସାଜିଲେ ଡ୍ରାଇଭର । ମାଲିକଙ୍କ ବିଶ୍ୱାସରେ ବିଷ ଦେଇ କଲେ ଲୁଟ୍‌ । ଶେଷରେ ଧରା ପଡ଼ି ଗଲେ ଜେଲ ।...

ସୋସିଆଲ୍ ମିଡିଆରେ ଅପପ୍ରଚାର କାର୍ଯ୍ୟ ନୀନ୍ଦନୀୟ, ଡିଜିଟାଲ ଫୁଟପ୍ରିଣ୍ଟ କଥା ଭୁଲନ୍ତୁ ନାହିଁ: ବାଗ୍‌ଚୀ

ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେକୌଣସି ଅପପ୍ରଚାର, ସନ୍ଦେହଜନକ ଜିନିଷ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିବା, ଟ୍ୱିଟ଼ କରିବା ନୀନ୍ଦନୀୟ ବିଷୟ...

ଗାଧୋଇବାକୁ ଯାଉଥିବାବେଳେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ହାତୀ

ରାସୋଳ,୧୧।୭(ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅଧୀନ କାଦୁଆମଡା ଗ୍ରାମର ପ୍ରଫୁଲ ନାୟକ ଗୁରୁବାର ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେ ଅପରାହ୍ନରେ ଗ୍ରାମ...

ସିଲ୍‌ ହେଲା ୭ ମଦ ଦୋକାନ

ଭୁବନେଶ୍ୱର, ୩୦।୬ (ବ୍ୟୁରୋ):କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନ ଖୋଲି ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର। କେବଳ ଅନ୍‌ଲାଇନ୍‌ରେ ମଦ ଯୋଗାଣକୁ ଅନୁମତି...

Advertisement
Archives

Model This Week