ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା ଅଭିିଯୋଗ ହୋଇଛି। ଏହି ପ୍ରତିବାଦରେ ଗ୍ରାମବାସୀ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ପ୍ରଶାସନକୁ ସର୍ତକ କରାଇଛନ୍ତି। ଏହି ଗ୍ରାମକୁ ଗୁରୁବାର ସନ୍ଧ୍ୟାରୁ ଲାଇନ ନ ଥିବାବେଳେ ଲାଇନମ୍ୟାନଠାରୁ ଆରମ୍ଭ କରି ଜେଇ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଲାଇନମ୍ୟାନକୁ ଜଣାଇବାରୁ ଜେଇ ନ କହିଲେ ମୁଁ ଯିବିନାହିଁ କହୁଥିତ୍ବାବେଳେ ଜେଇ କହୁଛନ୍ତି ମୁଁ କ’ଣ ଲାଇନ ସଜାଡିବି ତୁମେ ଲାଇନମ୍ୟାନ କୁହ ବୋଲି ଗୋଡିସାହି ବିଦ୍ୟୁତ୍‌ ବିଭାଗ ଗ୍ରାମବାସୀଙ୍କୁ ଭୁଅଁା ବୁଲାଉଛନ୍ତି। ଗ୍ରାମବାସୀ ବିଦ୍ୟୁତ ବ୍ୟବହାର କରୁଛନ୍ତି ସତ ମାତ୍ର ଖରାପ ହେଲେ ମରାମତି ପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବାରୁ ସେମାନଙ୍କର କ୍ଷୋଭ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ଟି ହରିଜନ ଓ ଆଦିବାସୀ ପରିବାର ରହୁଛନ୍ତି। ସମସ୍ତେ ବିପିଏଲ ପରିବାରର ହୋଇଥିବାରୁ ୨୦୦୯ରେ ଗ୍ରାମକୁ ବିଜୁଜ୍ୟୋତି ମାଧ୍ୟମରେ ୬୩କେଭି ଟ୍ରାନ୍ସଫର୍ମର ଗ୍ରାମମୁଣ୍ଡରେ ବସିବା ସହ ଗ୍ରାମବାସୀଙ୍କୁ ଗୋଡିସାହି ବିଦ୍ୟୁତ ବିଭାଗ ପକ୍ଷରୁ ଏହିଠାରୁ ସଂଯୋଗ ଦିଆଯାଇଥିଲା। ଜମିମୂଲ୍ୟ ବୃଦ୍ଧି ସହ ବ୍ୟବସାୟିକ ଦୃଷ୍ଟିରୁ ଗ୍ରାମପାଖରେ କେତେକ ଜମି ବ୍ୟବସାୟୀ ପ୍ଲଟିଂକରି ଜମି ବିକିଥିଲେ। ଏହି ପ୍ଲଟିଂ ଜମିରେ ପ୍ରାୟ ୨୦ରୁ ୨୫ଟି ଲୋକ ଘର କରି ରହିବା ସହ ଏହି ୬୩କେଭି ଟ୍ରାନ୍ସଫର୍ମରରୁ ସେମାନଙ୍କୁ ବିଦ୍ୟୁତ ସଂଯୋଗ ଗୋଡିସାହିି ବିଦ୍ୟୁତ ବିଭାଗ ଦେଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ଗୋଡିସାହି ବିଦ୍ୟୁତ ବିଭାଗ ମଧ୍ୟରେ ବିବାଦ ଦେଖାଯାଇଥିଲା। କାରଣ ନୂଆ ଲୋକଙ୍କୁ ଏହି ଟ୍ରାନ୍ସଫର୍ମରୁ ବିଦ୍ୟୁତ ଦେବାରୁ ବିପିଏଲ ପରିବାରଙ୍କ ଘରେ ସନ୍ଧ୍ୟା ସମୟରେ ସମ୍ପୂର୍ଣ୍ଣ ଲୋ-ଭଲଟେଜ ହୋଇଯାଏ। ଏପରିକି ନୂଆକରି ରହିଥିବା ଲୋକମାନଙ୍କ ପାଇଁ ଏକ ଅଲଗା ଟ୍ରାନ୍ସଫର୍ମର ବସାଇବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ସରକାରଙ୍କର ଏହି ସୁବିଧାକୁ ଗରିବ ବିପିଏଲଧାରୀ ପାଉଥିଲେ ମଧ୍ୟ ସନ୍ଧ୍ୟାହେବା ମାତ୍ରେ ଡିବିରି ଭଳି ଆଲୁଅ ଜଳୁଛି। ଗୁରୁବାର ସନ୍ଧ୍ୟାରୁ ଟ୍ରାନ୍ସଫର୍ମର ପାଖରୁ ଫେଜ କଟିଯିବାରୁ ସମସ୍ତଙ୍କୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏ ନେଇ ଗ୍ରାମବାସୀ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାରୁ ନିରାଶ ହୋଇ ଫେରିବାକୁ ପଡିଛି। ଫଳରେ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ ନିଜ ହକ ପାଇଁ ଏଥର ରାଜରାସ୍ତାକୁ ଯାଇ ବିରୋଧ କରିବୁ ବୋଲି ଭୁବନପୁର ଗ୍ରାମ୍ୟ କମିଟିର ସଭାପତି ରଞ୍ଜନ କୁମାର ଭଟ ଓ ସମ୍ପାଦକ ତ୍ରିଲୋଚନ ଭୋଇ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଡିସାହି ବିଦ୍ୟୁତ ବିଭାଗର ଜେଇ ଭବାନି ଶଙ୍କର ମହନ୍ତ କୁହନ୍ତି, ବାତ୍ୟାପରେ ମନଇଚ୍ଛା ସେହି ଗ୍ରାମବାସୀ ଲାଇନ ଦେବାନବା କରୁଥିଲେ। ଏ ବିଷୟକୁ ନେଇ ଲାଇନମ୍ୟାନ ସହ ଗ୍ରାମବାସୀଙ୍କର ପାଟିତୁଣ୍ଡ ହୋଇଛି। ଏବେ ଯେଉଁ ଫେଜ କଟିଛି ଲାଇନମ୍ୟାନକୁ ମୁଁ ବୁଝାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: କାଲି କନ୍ଧମାଳର ସବୁ ସ୍କୁଲ୍‌ ଛୁଟି ଘୋଷଣା

ଫୁଲବାଣୀ,୨୮ା୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ଗୁରୁବାର)…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

କୋଟିଆରୁ ଫେରିବା ବାଟରେ ଧସିଲା ପାହାଡ଼: ଫସି ରହିଛନ୍ତି ୩ ଶିଶୁ ବିକାଶ ସୁପ୍ରଭାଇଜର, ଉଦ୍ଧାର କାର୍ଯ୍ୟ ଜାରି

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ରେ ପାହାଡ଼ ଧସିବା କାରଣରୁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। କୋଟିଆ…

ମହାକାଳପଡ଼ା ବାୟା ବାବା କଲେଜ: ସୌମ୍ୟଜିତ ସଭାପତି, ସମ୍ପୂର୍ଣ୍ଣା ସମ୍ପାଦିକା ଭାବେ ଶପଥ ନେଲେ

ମହାକାଳପଡ଼ା, ୨୮।୧୦(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସଦର ମହକୁମାସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ…

ଭଞ୍ଜନଗରରେ ଟଳିଲା ବାତ୍ୟା ଆଶଙ୍କା: କମୁଛି ନଦୀର ଜଳସ୍ତର, ଡ୍ୟାମ୍‌ରୁ ଜଳ ନିଷ୍କାସନ ବନ୍ଦ

ଭଞ୍ଜନଗର, ୨୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଟଳିଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆକାଶ ମେଘମୁକ୍ତ ହେବା…

ପଣ୍ଡିତରାୟ ସାହି ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ: ୧୧ ଜୁଆଡ଼ି ଗିରଫ, ଅନ୍ଧାରର ସୁଯୋଗ ନେଇ…

ଦିଗପହଣ୍ଡି/ଚିକିଟି, ୨୮।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ପଣ୍ଡିତରାୟ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚିକିଟି ଫାଣ୍ଡି ପୋଲିସ୍ ଅତର୍କିତ ଚଢ଼ାଉ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବେହାଲ ଦିଗପହଣ୍ଡି : ମୁଖ୍ୟ ରାସ୍ତାରେ ୩ ଫୁଟ୍‌ର ପାଣି, ବ୍ୟାଙ୍କ୍‌- ଘରେ ପଶିଲା ନର୍ଦ୍ଦମା ଜଳ

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ତୁହାକୁ ତୁହା ମୁଷଳଧାରାରେ ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?