ଅନ୍ଧାରରେ ରୋଗୀ, ପ୍ରତିକାର ନାହିଁ

ଚମ୍ପୁଆ,୩ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡିଜି ଓ ଇନ୍‌ଭର୍ଟର ଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌ ସମୟରେ ରୋଗୀମାନେ ଅନ୍ଧାରରେ ରହୁଛନ୍ତି। ଅସହ୍ୟ ଗରମ ସହିବାକୁ ପଡୁଛି। ବିଭିନ୍ନ ସମୟରେ ଲୋ- ଭୋଲଟେଜ୍‌ ସମସ୍ୟା ଯୋଗୁ ୱାର୍ଡଗୁଡିକରେ ବଲ୍‌ବ ଜଳୁଥିଲେ ମଧ୍ୟ ଫ୍ୟାନ ଘୂରୁ ନାହିଁ। ଏହା ରୋଗୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଉଛି। ସ୍ବତନ୍ତ୍ର ସେବା ପାଇବା ଲାଗି ଦେୟ ପୈଠକରି କ୍ୟାବିନରେ ରହୁଥିବା ରୋଗୀ ମଧ୍ୟ ଅନ୍ଧାର ଓ ଗରମରେ ଶଢୁଛନ୍ତି। ଉଲ୍ଳେଖନୀୟ ଯେ, ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଚମ୍ପୁଆ ଡାକ୍ତରଖାନାକୁ କେତେକ ସାଧାରଣ ଓ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ଯୋଗାଇ ଦିଆଯାଇଛି। ସାଧାରଣ କ୍ୟାବିନ୍‌ରେ ରହୁଥିବା ରୋଗୀଙ୍କଠାରୁ ଦିନକୁ ୧୫୦ ଓ ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ ଲାଗି ୩୦୦ ଟଙ୍କା ଲେଖାଏ ଆଦାୟ କରାଯାଉଛି। କେତେକ କ୍ୟାବିନକୁ ଇନ୍‌ଭର୍ଟର ବା ଡିଜି ସଂଯୋଗ ହୋଇ ନ ଥିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଲେ ଏହା ଅନ୍ଧାରରେ ରହୁଛି। କ୍ୟାବିନ୍‌ରେ ରହୁଥିବା ପ୍ରସୂତି ଓ ନବଜାତ ଶିଶୁ ଗରମରେ କଷ୍ଟ ପାଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ରହୁନାହିଁ ା ଉଲ୍ଲେଖନୀୟ ଯେ, ଡାକ୍ତରଖାନାରେ ୧ ଘଣ୍ଟା ଡିଜି ଚାଲିଲେ ୭ ଲିଟର ଇନ୍ଧନ ଆବଶ୍ୟକ ପଡୁଛି । ଇନ୍ଧନ ପାଇଁ ଅର୍ଥ ବ୍ୟବସ୍ଥା ନ ଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁ ନାହିଁ ା ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଜିତ୍‌ କୁମାର ଲେଙ୍କାଙ୍କୁ ପଚାରିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ଇନ୍‌ଭର୍ଟର ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗଲେ କୋଶଲ ରାଜ୍ୟ ସମନ୍ବୟ ସମିତି ପ୍ରତିନିଧି

ବରଗଡ଼ ଅଫିସ, ୨୩।୭: ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିନେଇ ମଙ୍ଗଳବାର ସକାଳୁ କୋଶଲ ରାଜ୍ୟ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ...

ବଲାଙ୍ଗୀର: ସପ୍ତାହକୁ ଥରେ ବନ୍ଦ ରହିବ ଧର୍ମାନୁଷ୍ଠାନ

ବଲାଙ୍ଗୀର ଅଫିସ, ୫ା୧: ମଙ୍ଗଳବାରଠାରୁ ବଲାଙ୍ଗୀର ଜିଲାର ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ଗୀର୍ଜା, ମସଜିଦ୍‌, ଗୁରୁଦ୍ୱାରା ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ

ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି...

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର...

ଗୋପାଳଙ୍କୁ ଗୁଜରାଟ କାହିଁକି ନେଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ,୧୦ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବହିଷ୍କୃତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ ବୁଧବାରଠାରୁ ପୁଣି ୫ଦିନିଆ...

ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟ ସରକାର ଓ ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୯ ଜଣ (ଓଏଏସ୍‌) ଅଫିସରଙ୍କ ବଦଳି...

ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି...

Advertisement
Archives

Model This Week