ଅନେକଙ୍କୁ ଦେଇଛି ରୋଜଗାର: ଭୋଗରାଇ ଆଳୁଦମ୍‌

ଭୋଗରାଇ, ୩।୬(ପ୍ରଦୀପ ଦାସ)-ବାଲେଶ୍ୱର ଜିଲାରେ ଆଳୁଦମ୍‌ ଓ ଆଳୁକଷାର ପ୍ରସିଦ୍ଧି ରହିଛି। ସକାଳ ଓ ସନ୍ଧ୍ୟାରେ ଲୋକେ ମୁଢ଼ି ସହିତ ଆଳୁକଷା ବା ଆଳୁଦମ୍‌ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଏହା ଅଞ୍ଚଳରେ ଏକ ସ୍ବତନ୍ତ୍ର ଖାଦ୍ୟ ରୁଚିର ପରିଚୟ ସୃଷ୍ଟି କରିଛି। ତେବେ ଭୋଗରାଇ ଦେଉଳାହାଟ ଅଞ୍ଚଳରେ ବିକ୍ରି ହେଉଥିବା ସ୍ବାଦିଷ୍ଟ ଆଳୁଦମ୍‌ ଓ ଆଳୁକଷାର ଚାହିଦା ନିଆରା। ଏହା ଭୋଗରାଇ ଆଳୁଦମ୍‌ ଭାବେ ପ୍ରସିଦ୍ଧି ଲାଭ କରିଛି। କେବଳ ସ୍ଥାନୀୟ ଲୋକ ନୁହନ୍ତି, ପଡ଼ୋଶୀ ପଶ୍ଚିମବଙ୍ଗର ଉପାନ୍ତ ଅଞ୍ଚଳ ସମେତ ବାଲିଆପାଳ ଓ ଜଳେଶ୍ୱରରୁ ଅନେକ ଲୋକ ଆସି ଏଠାରେ ଆଳୁଦମ୍‌ କିଣି ନେଇଥାନ୍ତି। ଏହି ଲୋକପ୍ରିୟ ଖାଦ୍ୟ ସ୍ଥାନୀୟ ଅଞ୍ଚଳରେ ଅନେକଙ୍କୁ ଦେଇଛି ରୋଜଗାର ପନ୍ଥା। ସେମାନେ ସାଇକେଲରେ ଆଳୁଦମ୍‌ ହାଣ୍ଡି ରଖି ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି। ହାଟ ବଜାରରେ ବିଭିନ୍ନ ଦୋକାନରେ ଆଳୁଦମ୍‌ ଓ ଆଳୁକଷା ବିକ୍ରି ହୋଇଥାଏ। ଲୋକେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନଙ୍କ ଘରକୁ ଗଲେ ସାଙ୍ଗରେ ଆଳୁଦମ୍‌ କିଣି ନେବାକୁ ପଛାନ୍ତି ନାହଁି। ଏହି ଅଞ୍ଚଳରେ ଯାନିଯାତ୍ରାରେ ଏହି ଖାଦ୍ୟର ଆଦର ବାରି ହୋଇପଡିଥାଏ।
ବର୍ତ୍ତମାନ ବଜାରରେ ଛୋଟ ସାଇଜ୍‌ ଆଳୁର ଦାମ୍‌ କେଜି ପ୍ରତି ୧୦ରୁ ୧୨ଟଙ୍କା ରହିଛି। ଏଥିରୁ ପ୍ରସ୍ତୁତ ହେଉଥିବା ଆଳୁଦମ୍‌ କେଜି ପ୍ରତି ୨୦ରୁ ୩୦ଟଙ୍କାରେ ବିକ୍ରି କରାଯାଉଛି। ଏଥିଲାଗି ମସଲା ପ୍ରସ୍ତୁତ କରି ସ୍ବତନ୍ତ୍ର ଶୈଳୀରେ ବେପାରୀମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି। ଭୋଗରାଇର ଚୌକି ବଜାରରେ ଆଳୁଦମ୍‌ ବିକ୍ରି କରୁଥିବା ଭୁବନଚନ୍ଦ୍ର ଜେନା କୁହନ୍ତି, ୪୦ବର୍ଷ ଧରି ସେ ଏହି ବେପାର କରି ଆସୁଛନ୍ତି। ତାଙ୍କ ବାପା ଆଳୁଦମ୍‌ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ବେଉସାକୁ ସେ ଆଦରି ନେଇଛନ୍ତି। ବାଉଁଶଡ଼ିହାର ଆଳୁଦମ୍‌ ଦୋକାନୀ ନୀଳାଦ୍ରି ଭଞ୍ଜ କୁହନ୍ତି, ସେ ଦୀର୍ଘବର୍ଷ ଧରି ବିଭିନ୍ନ ହାଟ ଓ ବଜାରକୁ ଯାଇ ଆଳୁଦମ୍‌ ବେପାର କରି ଆସୁଛନ୍ତି। ଖାଉଟିଙ୍କ ନିକଟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସ୍ଥାନୀୟ ହାଇସ୍କୁଲର ନୋଡ଼ାଲ ଅଫିସର ରାଜେନ୍ଦୁ ବିକାଶ ପାତ୍ର କୁହନ୍ତି, ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା କେମିକାଲ ରଙ୍ଗମିଶା ଆଳୁଦମ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଖାଦ୍ୟ ବିଭାଗ ନିୟମିତ ଏହାର ମାନ ଯାଞ୍ଚ କରିବା ଜରୁରୀ। ଏ ସମ୍ପର୍କରେ ଭୋଗରାଇ ଯୋଗାଣ ବିଭାଗର ଅଫିସର ଓମ୍‌ପ୍ରକାଶ ମହାପାତ୍ରଙ୍କୁ ପଚାରିବାରୁ ରଙ୍ଗମିଶା ଆଳୁଦମ୍‌ ବିକ୍ରି ବନ୍ଦ ପାଇଁ ଉଭୟ ଖାଉଟି ଓ ବେପାରୀ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri