Posted inଜାତୀୟ

ଅନୁଚ୍ଛେଦ ୩୭୦ ହଟାଯିବା ପରେ କଶ୍ମୀରରେ ୮୪ଥର ହୋଇଛି ଅନୁପ୍ରବେଶ ଉଦ୍ୟମ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପ୍ରଥମ ଥର ସରକାର ସଂସଦରେ ଏହାର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଅଗଷ୍ଟଠାରୁ ଏବେ ପର୍ଯ୍ୟନ୍ତ କଶ୍ମୀରରେ ଅନୁପ୍ରବେଶର ୮୪ଟି ମାମଲା ସାମ୍ନାକୁ ଆସିଛି। ଅଗଷ୍ଟରୁ ଏପର୍ଯ୍ୟନ୍ତ ୫୯ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି ବୋଲି ଲୋକ ସଭାରେ ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଜି.କିଶନ ରେଡ୍ଡୀ କହିଛନ୍ତି। ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ବୃଦ୍ଧି ପାଇଛି ବୋଲି କିଶନ ରେଡ୍ଡୀ କହିଛନ୍ତି। ଅପରପକ୍ଷରେ କଶ୍ମୀର ସ୍ଥିତି ଏବେ ସାମାନ୍ୟ ହେଉଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ସମସ୍ତ ଥାନା ଅଞ୍ଚଳରେ କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ସ୍ଥାନୀୟ ଲୋକେ ୧୪୪ ଧାରାରୁ ଆଶ୍ୱସ୍ତି ପାଇଛନ୍ତି। ଏଥିସହ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ନେତାଙ୍କୁ ନଜରବନ୍ଦୀ ରଖାଯିବାରୁ କଶ୍ମୀରରେ ଶାନ୍ତି ବଜାୟ ରହିଛି। ହେଲେ ଅନ୍ୟ ଲୋକଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଶାହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଗୁଜରାଟରେ ରେକର୍ଡ ଭାଙ୍ଗି ଦେଖାଅ: ମୋଦି

ଅହମ୍ମଦାବାଦ୍‌,୬।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ଘୋଷଣା ପରେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଛି। ଏହି କ୍ରମରେ...

ଲକ୍‌ଡାଉନ୍‌ ଯୋଗୁ ୨୧ ରାଜ୍ୟର ୯୭,୧୦୦ କୋଟି କ୍ଷତି: ଗୁଜରାଟର ସର୍ବାଧିକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ଏପ୍ରିଲ୍‌ ମାସରେ...

ଚୋକ୍‌ସିଙ୍କ ସ୍ଥାନାନ୍ତର ଉପରେ ରୋକ ଲଗାଇଲେ ଡୋମିନିକା କୋର୍ଟ

ନୂଆଦିଲ୍ଲୀ,୨୯।୫: ମେହୁଲ ଚୋକ୍‌ସି ମାମଲାରେ ଶୁକ୍ରବାର ଏକ ନୂଆ ମୋଡ ଦେଖିବାକୁ ମିଳିଛି। ଡୋମିନିକା କୋର୍ଟ ଚୋକ୍‌ସିଙ୍କ ସ୍ଥାନାନ୍ତରକୁ ରୋକି ଦେଇଥିବା ଜଣାପଡିଛି। ପରବର୍ତ୍ତୀ ନିର୍ଦ୍ଦେଶ...

ଆତଙ୍କବାଦୀ ସଙ୍ଗଠନର ଗାଇଡ ହାଜି ଆରିଫ ନିହତ

ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନୀ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସ ସହ ଆତଙ୍କବାଦୀ ସଙ୍ଗଠନକୁ ବଡ ଝଟକା ଲାଗିଛି । ଶୁକ୍ରବାର ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା...

ରୋହିଙ୍ଗ୍ୟା-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଏଟିଏସ୍‌ ହେପାଜତରେ ୪ ସନ୍ଦିଗ୍ଧ

ଲକ୍ଷ୍ନୌ,୬।୧: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍‌ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ୍‌ ହେପାଜତରେ ରଖାଯାଇଛି।...

ରାଜ୍ୟପାଳ ଦେଲେ ଇସ୍ତଫା, ଲଢ଼ିବେ ବିଧାନସଭା ନିର୍ବାଚନ…

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି।...

ମେ’ ୧୮ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ଅବଧି

ମୁମ୍ବାଇ,୨୫।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ହେଲେ ମୁମ୍ବାଇ ଓ ପୁନେରେ ଏହି ଲକ୍‌ ଡାଉନ୍‌...

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ,୪।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮...

Advertisement
Archives

Model This Week